ଓଡିଶା ଯୁବପିଢିଙ୍କ ପାଇଁ ଖୁସି ଖବର, ରାଜ୍ୟ ସରକାର ପୂରଣ କରିବେ ୯୦୦ରୁ ଅଧିକ ଶିକ୍ଷକ ପଦବୀ

ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ପୂରଣ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ବେକାର ବସିଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଶିକ୍ଷକତା ପାଇଁ ଇଚ୍ଛୁକ ରଖିଥିବା ଯୁବପିଢିଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସୁଯୋଗ । ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ପୂରଣ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ନୋଟିଫିକେସନରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି ।

ପଦବୀ ବିବରଣୀ : ୯୦୨

ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି): ୬୪୨
ଲାବ୍ରୋଟୋରୀ ଆସିଷ୍ଟାଣ୍ଟ : ୨୪
ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ : ୨୪
ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌: ୧୦୬
ଜୁନିଅର କ୍ଲର୍କ : ୧୦୬

ଚଳିତ ବର୍ଷ ସରକାର ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଫଳରେ ଏହି ସବୁ ବିଦ୍ୟାଳୟ ଗୁଡ଼ିକରେ +୨ ଖୋଲାଯାଇଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ନିଜ ବିଦ୍ୟାଳୟରେ +୨ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ କରିବାକୁ ଏହି ନୂତନ ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବା ସୂଚନା ଦିଆଯାଇଛି ।

ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ୍ କାର୍ଯ୍ୟ, ଲାବ୍ ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପଦବୀ ସୃଷ୍ଟି କରାଯାଇଛି । ଅଣ-ଶିକ୍ଷକ ପଦବୀ ଗୁଡ଼ିକୁ ନିଯୁକ୍ତି ଦେବାକୁ ମଞ୍ଜୁର ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.