SBI ରେ ଖାଲିପଡିଛି ଏସ୍‌ଓ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବମ୍ପର ଭର୍ତ୍ତି । ଖାଲିପଡିଛି ୨୧୭ ସ୍ପେଶାଲିଷ୍ଟ ଅଫିସର ପଦବୀ । ଜାଣନ୍ତୁ କେମିତି କରିବେ ଆବେଦନ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ । ଇଚ୍ଛୁକ ପ୍ରାର୍ଥୀ sbi.co.in କୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ୨୯ ଏପ୍ରିଲରୁ ଆରମ୍ଭ ହୋଇସାରିଛି ।

ପଦବୀ ବିବରଣୀ : ୨୧୭

ରେଗୁଲାର ପୋଷ୍ଟ : ୧୮୨

ଚୁକ୍ତିଭିତ୍ତିକ ପୋଷ୍ଟ : ୩୫

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୧୯ ମଇ, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ବିଇ/ବିଟେକ(କମ୍ପ୍ୟୁଟର ସାଇନ୍ସ, ଆଇଟି, ସଫ୍ଟେଓ୍ଵୟାର ଇଂଜିନିୟରିଂ/ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ)ରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଡିଗ୍ରୀ କରିଥିବା ଜରୁରୀ ।
ଯେଉଁମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ହେବ, ସେମାନେ ୩ ବର୍ଷ ଯାଏ କାମ କରିବେ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କର ଚୟନ ସର୍ଟଲିଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ । ବ୍ୟାଙ୍କ ଦ୍ୱାରା ଗଠିତ ସର୍ଟଲିଷ୍ଟିଂ କମିଟି ଚୟନ କରିବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ୧୦୦ ନମ୍ବରର ଇଣ୍ଟରଭ୍ୟୁ କରାଯିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି/EWS ପ୍ରାର୍ଥୀ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ହେବନାହିଁ । ଡେବିଡ କାର୍ଡ/କ୍ରେଡିଟ୍‌ କାର୍ଡ/ ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଆପଣ ପେମେଣ୍ଟ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://sbi.co.in/documents/77530/36548767/280423-Final+Advertisement.pdf/874f01c3-a697-164a-ea29-42d8c9275a03?t=1682696562513

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.