EPFO ରେ ୫୭୭ ପଦବୀ ଖାଲି, ୭ମ ବେତନ ଅନୁଯାୟୀ ମିଳିବ ଦରମା
ୟୁନିଅନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଏନଫୋର୍ସମେଣ୍ଟ ଅଫିସର ଏବଂ ଆସିଷ୍ଟାଣ୍ଟ କମିଶନର ପଦବୀ ଖାଲି ପଡିଛି । EPFO ରେ ୫୭୭ ପଦବୀ ଖାଲିପଡିଛି । ୭ମ ବେତନ ଅନୁଯାୟୀ ମିଳିବ ଦରମା ।
ୟୁନିଅନ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଏନଫୋର୍ସମେଣ୍ଟ ଅଫିସର ଏବଂ ଆସିଷ୍ଟାଣ୍ଟ କମିଶନର ପଦବୀ ଖାଲି ପଡିଛି । EPFO ରେ ୫୭୭ ପଦବୀ ଖାଲିପଡିଛି । ଯେଉଁପ୍ରାର୍ଥୀ ଯୋଗ୍ୟ ଏବଂ ଇଚ୍ଛୁକ ସେମାନେ ତୁରନ୍ତ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ୨୫ ଫେବୃଆରୀ ୨୦୨୩ ରୁ ୧୭ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଇଚ୍ଛୁକ ପ୍ରାର୍ଥୀ ୟୁପିଏସସିର ଅଫିସିଆଲ ୱେବସାଇଟ୍ upsconline.nic.in ଯାଇ ଫର୍ମ ପୂରଣ କରିବାକୁ ହେବ ।
ପଦବୀ ବିବରଣୀ : ୫୭୭
ଏନଫୋର୍ସମେଣ୍ଟ ଅଫିସର/ଆକାଉଣ୍ଟ ଅଫିସର ପଦବୀ : ୪୧୮
ଆସିଷ୍ଟାଣ୍ଟ ପ୍ରୋଫିଡେଣ୍ଟ ଫଣ୍ଡ କମିଶନର : ୧୧୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ରହିଛି ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୦ ବର୍ଷ ହୋଇଥିବା ଜରୁରୀ। କେବଳ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି ମିଳିବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ମାଧ୍ୟମରେ ହେବ । ପ୍ରଥମେ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ମାଧ୍ୟମରେ ହେବ । ମେଡିକାଲ ଟେଷ୍ଟ ତା’ ପରେ ସମସ୍ତ ପର୍ଯ୍ୟାୟ ପାସ୍ କରିବା ପରେ ଚୟନ ହେବ ।
ଦରମା: ପ୍ରାର୍ଥୀଙ୍କୁ ଦରମା ସପ୍ତମ ବେତନ କମିଶନ ଅନୁଯାୟୀ ମିଳିବ ।
ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀ ୨୫ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି, ଜନଜାତି, PWD ଏବଂ ମହିଳା ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ : ପ୍ରଥମେ ୟୁପିଏସସିର ଅଫିସିଆଲ େଓ୍ଵବସାଇଟ୍upsconline.nic.in କୁ ଯାଆନ୍ତୁ ।
ହୋମ ପେଜରେ One-time registration (OTR) for examinations of UPSC and online application ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେସନ କରନ୍ତୁ, ତା’ ପରେ ଲଗ ଇନ କରନ୍ତୁ ।
ଆପ୍ଲିକେସନ ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ଜମା କରିବା ପରେ ସବମିଟ୍ କରନ୍ତୁ।
ଭବିଷ୍ୟ ପାଇଁ ଏକ ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :