ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପୂର୍ବରୁ ସବୁ ପୁଅ ଝିଅ ଜାଣିବା ଦରକାର ଏସବୁ ନିୟମ

ବର୍ତ୍ତମାନ ଯୁଗ ବଦଳିବା ସହ ଲୋକମାନଙ୍କ ପସନ୍ଦ ନାପସନ୍ଦ ମଧ୍ୟ ବଦଳିଛି। ପୂର୍ବରୁ ଲୋକମାନେ ଘର ଲୋକଙ୍କ ଇଚ୍ଛା ମୁତାବକ ବିବାହ କରୁଥିବା ବେଳେ ଏବେ ନିଜ ପସନ୍ଦରେ ପାର୍ଟନର ବାଛୁଛନ୍ତି। ଏଥିସହ କିଛି ଲୋକ ଏବେ ବିବାହ କରିବା ଅପେକ୍ଷା ଲିଭ୍‌-ଇନ୍‌ରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ପରିବାରର ଦାୟିତ୍ୱ ନେବାକୁ ଚାହୁଁନଥିବା ଯୁବକ ଯୁବତୀ ଏବେ ଏହି ଟ୍ରେଣ୍ଡ୍‌ ଆପଣାଉଛନ୍ତି। ତେବେ ଆପଣ ବି ଯଦି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିବାକୁ ଚାହୁଁଛନ୍ତି ତେବେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ…

Follow these 5 golden rules for a perfect live-in relationship ...

-ଯଦି ଆପଣ ଲିଭ-ଇନ୍‌ ରିଲେସନ୍‌ସିପ୍‌ରେ ଦମ୍ପତି ଭଳି ରହୁଛନ୍ତି, ଖାଉଛନ୍ତି, ପିଉଛନ୍ତି ଓ ଏକାଠି ଶୋଉଛନ୍ତି ତେବେ ଆପଣ ବିବାହିତ ବୋଲି ପରିଗଣିତ ହେବେ। ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଆଇନ୍‌ ଆଖିରେ ବିବାହିତ ବୋଲି ଧରାଯାଏ।

-ଯଦି ଲିଭ୍‌ ଇନ୍‌ରେ ଥିବା ବେଳେ ଆପଣଙ୍କ ପାର୍ଟନର ଗର୍ଭବତୀ ହୋଇଯାଉଛନ୍ତି ଓ ସେ ଛୁଆକୁ ଜନ୍ମ ଦେବାକୁ ଚାହୁଁଛନ୍ତି ତେବେ ଏହି ଛୁଆ ମଧ୍ୟ ବୈଧ ବୋଲି କୁହାଯିବ। ଏକ ବିବାହିତ ଯୋଡ଼ି ଭଳି ସେମାନେ ଛୁଆର ଯତ୍ନ ନେବେ।

Here Are Some Live-In Relationship Laws You Should Know About

-ଲିଭ-ଇନ୍‌ ରିଲେସନ୍‌ସିପ୍‌ର ତୃତୀୟ ନିୟମ ହେଉଛି ଆପଣ ଏହି ସମୟରେ ଛୁଆ ଜନ୍ମ କରିପାରିବେ ମାତ୍ର କୌଣସି ଛୁଆକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ ନାହିଁ। କେବଳ ଏତିକି ନୁହେଁ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ଲିଭ୍‌ ଇନ୍‌ ସମ୍ପର୍କରେ ଜନ୍ମିତ ଶିଶୁକୁ ଆଇନତଃ ସମସ୍ତ ଅଧିକାର ମିଳେ ଯାହା ଏକ ବିବାହିତ ଯୋଡ଼ିଙ୍କ ସନ୍ତାନଙ୍କୁ ମିଳେ।

-ଲିଭ୍‌ ଇନ୍‌ରେ ଯଦି ଜଣେ ପାର୍ଟନର ଅନ୍ୟ ଜଣଙ୍କୁ ଧୋକା ଦେଉଥାଏ ତେବେ ତାହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ। ପୀଡ଼ିତ ଯଦି ଚାହିଁବେ ତେବେ ଆଇପିସିର ଧାରା ୪୯୭ ଅନୁସାରେ ମାମଲା ରୁଜୁ କରି ତାଙ୍କୁ ଦଣ୍ଡ ଦେଇପାରିବେ।

Be Sure To Read These 5 Things About Live-In Relationship | IWMBuzz

-ଲିଭ୍‌ ଇନ୍‌ ରିଲେସିପ୍‌ରେ ରହିଥିବା ଦୁଇ ପାର୍ଟନର ଯଦି ରୋଜଗାରିଆ ତେବେ ସେମାନେ ଆପୋଷ ବୁଝାମଣାରେ ଟଙ୍କା ଖର୍ଚ୍ଚ କରିପାରିବେ। ଯଦି କୌଣସି କାରଣରୁ ଉଭୟ ଅଲଗା ହେଉଛନ୍ତି ଓ ଜଣେ ଯଦି କିଛି ଦିନ ଚଳିବା ପାଇଁ ଟଙ୍କା ଦାବି କରୁଛି ତେବେ ଏଥିପାଇଁ ସେ ଲିଭ-ଇନ୍‌ରେ ରହିଥିବା ପ୍ରମାଣ ଦେବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.