ଅଧିକାଂଶ ପୁରୁଷ ଗାର୍ଲଫ୍ରେଣ୍ଡ ଓ ପତ୍ନୀଙ୍କୁ କହିଥାନ୍ତି ଏହି ୮ ମିଛ, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଏମିତିରେ ମିଛ ତ ସବୁ ମଣିଷ କହିଥାନ୍ତି । କେହି କେହି ଅସୁବିଧାରୁ ରକ୍ଷା ପାଇବା ପାଇଁ ଏହି ତରିକା ଆପଣାଇଥାନ୍ତି । ହେଲେ ରିଲେସନସିପରେ ଲୋକେ ମିଛ କହୁଥିବା ଏକ ସାଧାରଣ ଘଟଣା । ରିଲେସନସିପରେ ମିଛ କହିବାର ବହୁତ କିଛି କାରଣ ଥାଏ । କେତେବେଳେ ପାର୍ଟନରଙ୍କୁ ଦୁଃଖି ନକରିବାକୁ ମିଛ କହିଥାନ୍ତି ତ ନିଜ କଥାକୁ ପ୍ରେମିକା ଆଗରେ ଠିକ ପ୍ରମାଣ କରିବାରେ ମିଛ କହିଥାନ୍ତି । ଆଜି ଆମେ ଏମିତି କିଛି ମିଛ ବିଷୟରେ ଆପଣଙ୍କୁ କହିବୁ ଯାହାକୁ ଅଧିକାଂଶ ସମୟ ପୁରୁଷମାନେ ନିଜ ପ୍ରେମିକା ଓ ପତ୍ନୀଙ୍କୁ କହିଥାନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

relationship
photo credit : askMen

ମୁଁ ଅବିବାହିତ – ପ୍ରାୟତଃ ଦେଖାଯାଇଛି ଯେ କୌଣସି ରିଲେସନସିପରେ ଥିବାବେଳେ ଯଦି କୌଣସି କିଛି ମହିଳାଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି, ସେ ମିଛ କହିଥାନ୍ତି ଯେ ସେ ଅବିବାହିତ ଅଟନ୍ତି । ଏମିତି ମିଛ କହି ପୁରୁଷ ଚାହାଁନ୍ତି ଯେ ସାମନାରେ ଥିବା ମହିଳା ଯେପରି ତାଙ୍କ ସହ କଥା କହିବା ବନ୍ଦ କରି ନଦିଅନ୍ତି ।

ମୁଁ ତାଙ୍କୁ ଦେଖୁ ନଥିଲି – ବହୁତ ସମୟରେ ଦେଖାଯାଇଛି ଯେ ନିଜ ପାର୍ଟନରଙ୍କ ସହ କେଉଁଠି ବସିଥିବା ବେଳେ ଯଦି କେହି ମହିଳା ଆସନ୍ତି ତ ପୁରୁଷ ତାଙ୍କ ଆଡକୁ ଚାହିଁଥାନ୍ତି । ଏହାକୁ ଯଦି ପାର୍ଟନର କିମ୍ବା ପ୍ରେମିକା ବାରଣ କରିଥାନ୍ତି ତ ପୁରୁଷ ‘ମୁଁ ତାଙ୍କୁ ଦେଖୁନଥିଲି’ କହି ମିଛ କହିଥାନ୍ତି ।

ମୁଁ କେବେ ସ୍ମୋକ କରିନାହିଁ ବା ମୁଁ ସିଗାରେଟ ଛାଡିଦେଇଛି – ରିଲେସନସିପରେ ମହିଳା ଯେବେ ପୁରୁଷଙ୍କୁ ସ୍ମୋକ କରିବାକୁ ମନା କରେ ତ ପୁରୁଷ ଏହି ମିଛ କହିଥାନ୍ତି ଯେ ‘ମୁଁ କେବେ ସ୍ମୋକ କରେନାହିଁ ବା ମୁଁ ସିଗାରେଟ ଛାଡି ଦେଇଛି ।’

ମୁଁ ଖାଲି ତୁମ କଥା ଚିନ୍ତା କରୁଛି – କେବେ କେବେ ପାର୍ଟନର ବା ପ୍ରେମିକାକୁ ଖୁସି କରିବା ପାଇଁ ପୁରୁଷ ଏହି ମିଛ କହିଥାନ୍ତି ଯେ ‘ମୁଁ ସର୍ବଦା ତୁମ କଥା ଭାବେ ।’

ମୁଁ ତୁମ ବିନା ଦିନଟିଏ ବି ରହିପାରେନି – ଆପଣ ଅଧିକାଂଶ ସମୟରେ ଦେଖିଥିବେ ଯେ ପୁରୁଷ ତାଙ୍କ ପ୍ରେମିକାକୁ କହୁଥିବେ ଯେ ମୁଁ ତୁମ ବିନା ଦିନଟିଏ ରହିପାରେନା । ହେଲେ ଫୋନ କଟିବା ପରେ ଅନ୍ୟ ସହ କଥା ହେଉଥିବାର ଦେଖିବେ ।

ଟଙ୍କାକୁ ନେଇ ମିଛ – ସାଧାରଣତଃ ବିବାହ ପୂର୍ବରୁ ପ୍ରେମିକାକୁ ଇମ୍ପ୍ରେସ କରିବା ପାଇଁ ପୁରୁଷ ନିଜ ପାଖରେ ଟଙ୍କା ନଥିଲେ ମଧ୍ୟ କହୁନ୍ତି ଯେ ତାଙ୍କ ପାଖରେ ବହୁତ ଟଙ୍କା ଅଛି । ହେଲେ ସେହି ପୁରୁଷ ବିବାହ ପରେ ପାଖରେ ଟଙ୍କା ଥିଲେ ମଧ୍ୟ ପାଖରେ ଟଙ୍କା ନାହିଁ ବୋଲି ପତ୍ନୀଙ୍କୁ କହିଥାନ୍ତି । ପୁରୁଷଙ୍କ ପାଇଁ ଏହା ଏକ ସାଧାରଣ ମିଛ ।

ବିବାହ ପୂର୍ବରୁ ସେକ୍ସ ନାହିଁ – କୌଣସି ବି ଝିଅଙ୍କ ହୃଦୟ ଜିତିବା ପାଇଁ ପୁରୁଷ ସାଧାରଣତଃ ମିଛ କହିଥାନ୍ତି ଯେ ବିବାହ ପୂର୍ବରୁ ସେକ୍ସ କେବେ ବି ନୁହେଁ । ହେଲେ ଯେତେବେଳେ ଝିଅ ହଁ କହିଦିଏ ଓ ରିଲେସନସିପରେ ଆସିଯାଆନ୍ତି ତ ଗେମ୍‌ ପୁରା ବଦଳିଯାଏ ।

ତୁମେ ପ୍ରଥମ ଝିଅ ଯାହାଙ୍କୁ ମୁଁ ଭଲ ପାଇଲି – ପୁରୁଷ ସର୍ବଦା ନିଜ ପତ୍ନୀ ଓ ପ୍ରେମିକାକୁ ମିଛ କୁହନ୍ତି ଯେ ‘ତୁମେ ପ୍ରଥମ ଝିଅ ଯାହାଙ୍କୁ ମୁଁ ଭଲ ପାଇଲି ।’ କାରଣ ପୁରୁଷ ତାଙ୍କ ଅତୀତକୁ କହି ପାର୍ଟନରଙ୍କ ମନରେ ଅସୁରକ୍ଷିତ ଭାବନା ସୃଷ୍ଟି କରିବାକୁ ଚାହାନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.