ଟିକ୍‌ଟକ୍‌ କରୁଥିବାରୁ ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ୱାମୀ, ଜାଣନ୍ତୁ ସୋସିଆଲ ମିଡିଆ ଯୋଗୁ କେମିତି ଭାଙ୍ଗୁଛି ଘର

ସୋସିଆଲ ମିଡିଆର ପ୍ରଭାବ ଧୀରେ ଧୀରେ ସାମାଜିକ ଜୀବନ ଉପରେ ପଡ଼ୁଛି। ଖାସ୍‌ କରି ଦାମ୍ପତ୍ୟ ଜୀବନ ଉପରେ ଏହାର ପ୍ରଭାବ ଟିକେ ଅଧିକ ପଡ଼ୁଛି। ବର୍ତ୍ତମାନ ଲୋକମାନେ ଲୋକପ୍ରିୟ ହେବା ପାଇଁ ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ବ୍ୟବହାର କରୁଛନ୍ତି। ଟିକ୍‌ଟକ୍‌ କିଛି ସମୟ ପାଇଁ ମନୋରଞ୍ଜନର ମାଧ୍ୟମ ସାଜୁଥିଲେ ମଧ୍ୟ ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଉଛି। ଏହାର ସଦ୍ୟତମ ଉଦାହରଣ ଗାଜିଆବାଦର ଏକ ମାମଲାରେ ଦେଖିବାକୁ ମିଳିଛି।

बढ़ता है कम्यूनिकेशन गैप

ଏଠାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ଟିକଟକ୍‌ କରୁଥିବାରୁ ଛାଡ଼ପତ୍ର ମାଗିଥିବା ଜଣାଯାଇଛି। ଯୁବକ ଜଣକ କହିଛନ୍ତି ଯେ ସ୍ତ୍ରୀ ସବୁବେଳେ ଟିକ୍‌ଟକ୍‌ କରୁଥିବାରୁ ଘରର କାମ ବାଧାପ୍ରାପ୍ତ ହେଉଛି ଓ ଶାନ୍ତି ଭଙ୍ଗ ହେଉଛି। ତେବେ ଆସନ୍ତୁ ଜାଣିବା ସୋସିଆଲ ମିଡିଆ ଯୋଗୁ କିଭଳି ପାରିବାରିକ ସମ୍ପର୍କ ନଷ୍ଟ ହେଉଛି…

Image result for social media

କମୁଛି ଯୋଗାଯୋଗ:

ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ଦ୍ୱାରା ଲୋକମାନେ ସ୍ୱାମୀ, ସ୍ତ୍ରୀ, ପିଲା, ଅଭିଭାବକ ତଥା ସାଙ୍ଗସାଥୀଙ୍କୁ ସେତିକି ସମୟ ଦେଇପାରୁନାହାନ୍ତି ଯେତିକି ଦେବା ଆବଶ୍ୟକ। ଏହାର ଅନ୍ୟ ଏକ କୁପ୍ରଭାବ ହେଉଛି ସୋସିଆଲ ମିଡିଆ ଯୋଗୁ ଯୋଗାଯୋଗ ହ୍ରାସ ପାଉଛି। ଅର୍ଥାତ୍‌ ଦମ୍ପତିଙ୍କ ମଧ୍ୟରେ କମ୍ପ୍ୟୁନିକେସନ୍‌ ଗ୍ୟାପ୍‌ ବଢ଼ୁଛି।

TikTok जैसे सोशल मीडिया प्लेटफॉर्म यूं तोड़ देते हैं रिश्ते

ବଢ଼େ ଅସୁରକ୍ଷା ଭାବ:

ସୋସିଆଲ ମିଡିଆର ଅଭ୍ୟାସ ହୋଇଯିବା ପରେ ଲୋକମାନେ ପାର୍ଟନରଙ୍କ ସହ ଅଧିକ ସମୟ ବିତାଇପାରୁନାହାନ୍ତି, ଫଳରେ ସେମାନଙ୍କ ମନରେ ପରସ୍ପର ପ୍ରତି ଏକ ଅସୁରକ୍ଷା ମନୋଭାବ ଜାତ ହୋଇଥାଏ। ସେମାନେ ଆପଣଙ୍କ ଜୀବନରେ ଗୁରୁତ୍ୱବହନ କରନ୍ତି ନାହିଁ ବୋଲି ଚିନ୍ତା କରିଥାନ୍ତି। ଫଳରେ ସବୁବେଳେ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୁଏ ଓ ଫଳସ୍ୱରୂପ ସମ୍ପର୍କ ଭାଙ୍ଗିଯାଏ।

Image result for social media

ଚିନ୍ତା ବଢ଼େ:

କଥାବାର୍ତ୍ତା କରିନପାରିବା, ଏକାଠି ସମୟ ନ ବିତାଇବା, ସମ୍ପର୍କକୁ ନେଇ ଅସୁରକ୍ଷା ଭାବ ଆଦି ଜିନିଷ ରିଲେସନ୍‌ସିପ୍‌ ଚିନ୍ତାକୁ ବଢ଼ାଇଥାଏ। ଏହାଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼େ। ସମ୍ପର୍କରେ ମଧୁରତା କମ୍‌ ଓ ମୁଣ୍ଡବିନ୍ଧା ଅଧିକ ବଢ଼ିଯାଏ।

Image result for couple fight

ସମ୍ପର୍କ ଭାଙ୍ଗୁଥିବା ନେଇ ଜଣାପଡ଼େନି:

ବାରମ୍ବାର ବୁଝାଇବା ପରେ ବି ବେଳେବେଳେ ସ୍ୱାମୀ-ସ୍ତ୍ରୀ ସୋସିଆଲ ମିଡିଆ ବ୍ୟବହାର କରିବା ବନ୍ଦ କରନ୍ତି ନାହିଁ। ଫଳସ୍ୱରୂପ ଏହାର କୁପ୍ରଭାବ ପାରିବାରିକ ସମ୍ପର୍କ ଉପରେ ପଡ଼ିଥାଏ ଓ କଥା ଛାଡ଼ପତ୍ର ଯାଏଁ ଯାଇଥାଏ। ଖାସ୍‌ କରି ଫେସ୍‌ବୁକ, ଟିକଟକ ଭଳି ଆପ୍‌ ଯୋଗୁ ଏବେ ସମ୍ପର୍କ ଭାଙ୍ଗୁୁଥିବା ଦେଖାଯାଇଛି।

Image result for couple fight

ଆଶାନୁରୂପକ ଫଳ ନ ମିଳିଲେ ବଢ଼େ ଷ୍ଟ୍ରେସ୍‌:

ଲୋକମାନେ ଅଧିକ ଲାଇକ୍‌, କମେଣ୍ଟ ଓ ସେୟାର ପାଇବାକୁ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି। ସେମାନେ ସବୁବେଳେ ଅଧିକ ଲାଇକ୍‌ ପାଇବାକୁ ଆଶା ରଖିଥାନ୍ତି। ଏଭଳି ସ୍ଥିତିରେ ଯଦି ସେମାନଙ୍କ ଫଟୋ ବା ଭିଡିଓକୁ କେହି ଲାଇକ୍‌ ବା କମେଣ୍ଟ ନ ଦେଲା ତେବେ ସେମାନଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଯାଏ, ଯାହାର ପ୍ରଭାବ ତାଙ୍କ ମାନସିକତା ଉପରେ ପଡ଼େ। ଏମିତି ବ୍ୟକ୍ତି ଅଧିକ ଚିନ୍ତା ବା ଷ୍ଟ୍ରେସ୍‌ରେ ରହିବା ସହ ପାର୍ଟନର ଉପରେ ମଧ୍ୟ ଅଯଥା କଥାକୁ ନେଇ ରାଗିଥାନ୍ତି। ଫଳରେ ସମ୍ପର୍କ ଦୁର୍ବଳ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.