Below header

‘ଡାଇମଣ୍ଡ ପ୍ରିନସେସ’ ଜାହାଜରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା, ଉଦ୍ଧାର କରିବା ପାଇଁ ସରକାରଙ୍କୁ ଭାରତୀୟଙ୍କ ଆକୁଳ ନିବେଦନ, ଦେଖନ୍ତୁ ଭିଡିଓ

କେମିତି କରାୟତ ହେବ ପ୍ରାଣଘାତୀ କରୋନା ? ପ୍ରତିଷେଧକ ପ୍ରସ୍ତୁତିରେ ବୈଜ୍ଞାନିକ ଲାଗିଛନ୍ତି । ସେପଟେ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଦାବି କରୁଛନ୍ତି, ବଜ୍ରକାପ୍ତାରୁ କରୋନା ଭୂତାଣୁ ମଣିଷ ଦେହକୁ ବ୍ୟାପିଛି । କରୋନା ଭୟରେ ଜାପାନରେ ଅଟକିଛି ଯାତ୍ରୀବାହୀ ଜାହାଜ ଡାଇମଣ୍ଡ ପ୍ରିନସେସ୍‌ । ଜାହାଜ ଭିତରେ ଅଟକ ଥିବା ୩ହଜାର ୭ଶହ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ଭିତରେ ଅଛନ୍ତି ୧୩୮ ଭାରତୀୟ । ଉଦ୍ଧାର କରିବାକୁ ସେମାନେ ସୋସିଆଲ୍‌ ମିଡିଆରେ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

डायमंड राजकुमारी ने शुक्रवार को जापान के योकोहामा में डॉक किया। जहाज में 3,700 से अधिक लोगों के सवार होने की बात कही गई थी।

ଜାପାନର ଯାତ୍ରୀବାହୀ ଜାହାଜ ଡାଇମଣ୍ଡ ପ୍ରିନସେସ୍‌ । କରୋନା ଭୟରେ ୟୋକୋହାମା ବନ୍ଦରରେ ଅଟକିଛି। ଭିତରେ ବନ୍ଦୀ ଭଳି ଅଛନ୍ତି ୩ ହଜାର ୭ଶହ ଯାତ୍ରୀ ଓ କ୍ରିଉ ମେମ୍ବର । ଦୁଇ ଚାରି ହେଲାଣି ସେମାନଙ୍କୁ ମାଟିରେ ପାଦ ରଖିବା ମନା । ଜାହାଜ ଭିତରେ ଅଛନ୍ତି ୧୩୮ ଭାରତୀୟ । ୧୩୨ କ୍ରିଉ ମେମ୍ବର ଓ ୬ ଜଣ ଯାତ୍ରୀ । ଉଦ୍ଧାର ପାଇଁ ସେମାନେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ସୋସିଆଲ୍‌ ମିଡିଆରେ ପଶ୍ଚିମବଙ୍ଗର ଜଣେ ଯୁବକଙ୍କ ଆକୁଳ ନିବେଦନର ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି । ସେ କହୁଛନ୍ତି, ତାଙ୍କ ଜାହାଜରେ ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଉଦବେଗଜନକ ରହିଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଯାତ୍ରୀ ଓ କ୍ରିଉ ମେମ୍ବର । କରୋନାରେ ସଂକ୍ରମିତ ହୋଇ ନଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସେ ନିବେଦନ କରିଛନ୍ତି ।

ପଶ୍ଚିମବଙ୍ଗ ଯୁବକଙ୍କ ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜାପାନ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀ ନଜର ରଖିଛନ୍ତି । ଟ୍ଵିଟ୍‌ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ଜାହାଜରେ ଥିବା କୌଣସି ଭାରତୀୟ ଏଯାଏଁ ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇ ନାହାନ୍ତି । କିନ୍ତୁ ଜାହାଜରେ ୬୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।

କରୋନା ଭୂତାଣୁର ବାହକ କିଏ ? କାହାଠାରୁ ବ୍ୟାପିଛି ? କାରଣ ଖୋଜା ଚାଲିଥିବା ବେଳେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ । ବଜ୍ରକାପ୍ତା ଯୋଗୁ ଏହି ଭାଇରସ୍‌ ମଣିଷ ଦେହକୁ ବ୍ୟାପୁଥିବା ବୈଜ୍ଞାନିକମାନେ ଯୁକ୍ତି ବାଢିଛନ୍ତି । ଉହାନ ସହରର ଏକ ପଶୁ ବଜାରରେ ପ୍ରଥମେ କରୋନା ଭାଇରସ୍‌ ଠାବ ହୋଇଥିଲା । ଏହାରି ଭିତରେ ଗବେଷକମାନେ ବିଭିନ୍ନ ପଶୁଙ୍କଠାରୁ ପ୍ରାୟ ଏକ ହଜାର ନମୁନା ନେଇ ପରୀକ୍ଷା କରିଛନ୍ତି । ବଜ୍ରକାପ୍ତା ଦେହରେ ରହିଥିବା ଭାଇରସ୍‌ ଓ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ପାଖରେ ୯୯ ପ୍ରତିଶତ ସମାନତା ଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କରୋନା ମାହାମାରୀ ଚୀନରେ ନେଲାଣି ୭୨୨ ମୁଣ୍ଡ । ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ଟପିଲାଣି । ୨୫ଟି ଦେଶକୁ ବ୍ୟାପିଲାଣି । କେବାକୁ କରୋନାକୁ କେମିତି କରାୟତ କରାଯିବ, ସାରା ବିଶ୍ୱ ଏବେ ଚିନ୍ତାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.