ବ୍ରହ୍ମଗିରି: ଚିଲିକାରେ ଚ୍ୟାନଲରୁ ଖସିଲା ଭସା ପୋଲ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ଯାତ୍ରୀବାହୀ ବସ୍

ବ୍ରହ୍ମଗିରି: ଭସାପୋଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ସବୁ ଯାତ୍ରୀ। ଆଜି ଅପରାହ୍‌ଣ ୪ଟା ବେଳେ ଜହ୍ନିକୁଦ ଘାଟରୁ ସାତପଡ଼ା ଯିବା ବେଳେ ଅଟକି ଯାଇଥିଲା ଭସାପୋଲ। ମାତ୍ର ୨୦୦ ମିଟର ଯିବା ପରେ ପ୍ରବଳ ପବନ ହେବାରୁ ଭସା ପୋଲଟି ଚ୍ୟାନେଲ ବାହାରକୁ ବାହାରି ଆସି କୁଦାରେ ଲାଗିଥିଲା। ଅଧିକ ବୋଝେଇ ଓ କମ୍‌ ପାଣି ପାଇଁ ଚ୍ୟାନେଲ ବାହାରକୁ ଚାଲି ଆସିଥିଲା। ଏଥିରେ ଗୋଟିଏ ବସ୍‌, କାର ଓ ଯାତ୍ରୀ ଥିଲେ। ସାତପଡାରୁ କିଛି ଡଙ୍ଗା ଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଅନ୍ୟ ଏକ ଭସାପୋଲ ଯାଇ କୁଦରେ ଲାଗିଥିବା ଭସାପୋଲକୁ ଚ୍ୟାନେଲରେ ପକାଇ କୂଳକୁ ଆଣିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିବା ସିଡିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.