Below header

୧୦୦ ବର୍ଷ ପୂର୍ବେ ମହାମାରୀରେ ତିଆରି ହୋଇଥିଲା ‘ପ୍ଲେଗ ମରିଅମ୍ମନ ମନ୍ଦିର’, ଆଉ ଏବେ ନିର୍ମାଣ ହେଲା ‘କରୋନା ଦେବୀ ମନ୍ଦିର’, ଜାଣନ୍ତୁ କେଉଁଠି

ଦେଶରେ କରୋନା ଭାଇରସ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଦୈନିକ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଏହାରି ଭିତରେ କୋୟମ୍ବଟୁରରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଲୋକ ମିଶି କରୋନା ଦେବୀଙ୍କ ନାଁରେ ଏକ ମନ୍ଦିର ନିର୍ମାଣ କରିଛନ୍ତି।

ତେବେ ଏଭଳି ସ୍ଥିତି ୧୯୦୦ ଦଶକ ପ୍ରାରମ୍ଭ ସମୟ ସହିତ ମେଳ ଖାଉଛି, ଯେତେବେଳେ କି, ପ୍ଲେଗ ଯୋଗୁ ଲୋକଙ୍କ ଜୀବନ ଯାଉଥିଲା। ସେହି ସମୟରେ ହିଁ ଲୋକେ ମିଶି ପ୍ଲେଗ ମରିଅମ୍ମନ ମନ୍ଦିର ନିର୍ମାଣ କରିଥିଲେ। କୋୟମ୍ବଟୁରରେ ବର୍ଷ ବର୍ଷ ଧରି ପ୍ଲେଗର ପ୍ରକୋପ ପରେ ଏହି ମନ୍ଦିର ନିର୍ମାଣ ହୋଇଥିଲା ଏବଂ ମନ୍ଦିରରେ ଏକ ମୂର୍ତ୍ତି ବି ସ୍ଥାପନ କରାଯାଇଥିଲା।

କରୋନା ଦେବୀଙ୍କ ଏହି ମନ୍ଦିର ଇରୁଗୁର ନିକଟସ୍ଥ କାମଚୀପୁରମରେ ତିଆରି ହୋଇଛି। କାମଚୀପୁରମ ଆଦିନାମର ଜଣେ ଅଧିକାରୀ କହିଛନ୍ତି, ଏକ କଳା ପଥରରେ କରୋନା ଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। ଏହା ୧.୫ ଫୁଟ ଉଚ୍ଚ। ଆମର ପୂରା ବିଶ୍ୱାସ ଯେ ଦେବୀ ଏହି ଗମ୍ଭୀର ରୋଗରୁ ଲୋକଙ୍କୁ ବଞ୍ଚାଇବେ।

ସୂଚନାଥାଉ କି, ଦକ୍ଷିଣ ଭାରତରେ କରୋନା ଦେବୀଙ୍କୁ ସମର୍ପିତ ଏହା ଦ୍ଵିତୀୟ ମନ୍ଦିର। ଏଥି ପୂର୍ବରୁ କେରଳର କୋଲମ ଜିଲ୍ଲାର କଡକଲରେ ଏହି ପ୍ରକାର ଏକ ମନ୍ଦିର ନିର୍ମାଣ ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.