ଆମେରିକା: ସ୍ୱାମୀଙ୍କ ମୃତ୍ୟୁର ୧୪ ମାସ ପରେ ମହିଳା ଦେଲେ ପୁତ୍ର ସନ୍ତାନ ଜନ୍ମ, ଜାଣନ୍ତୁ କେମିତି ହେଲା ଚମତ୍କାର

ଆମେରିକାର ଜଣେ ମହିଳା ନିଜ ସ୍ୱାମୀଙ୍କ ମୃତ୍ୟୁର ୧୪ ମାସ ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ, କିନ୍ତୁ ଏହା ସତ। ୪୦ ବର୍ଷୀୟା ସାରା ଶେଲେନବର୍ଗରଙ୍କ ସ୍ୱାମୀ ୪୧ ବର୍ଷୀୟ ସ୍କଟ୍‌ଙ୍କ ଗତବର୍ଷ ଫେବୃୟାରୀରେ ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଥିଲା। ଆଉ ଏହାର କିଛି ମାସ ପରେ ଏବେ ସାରା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରିପୋର୍ଟ ମୁତାବକ, ଆମେରିକାର ଓକ୍ଲାହୋମା ସିଟିରେ ରହୁଥିବା ଏହି ମହିଳା ଚଳିତବର୍ଷ ମେ’ ୩ରେ ପୁଅ ହାୟସ୍‌କୁ ଜନ୍ମ ଦେଇଛନ୍ତି। ସାରା ଜଣେ ସାଇନ୍ସ ପ୍ରଫେସର ଏବଂ ତାଙ୍କ ସ୍ୱାମୀ ସ୍କଟ୍‌ ମଧ୍ୟ ସାଇନ୍ସ ପ୍ରଫେସର ଥିଲେ।

ରୋମାଞ୍ଚକ ଥିଲା ଲଭ୍‌ ଷ୍ଟୋରୀ

ସାରା ଶେଲେନବର୍ଗର କହିଛନ୍ତି, ‘ଆମ ପ୍ରଥମ ଦେଖା କଲେଜରେ ପାଠପଢ଼ା ସମୟରେ ହୋଇଥିଲା। କିନ୍ତୁ ପ୍ରଥମ ଥର ୨୦୧୭ରେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରି ଦେଇଥିଲୁ, ଯେତେବେଳେ ସ୍କଟ୍‌ ଫେସ୍‌ବୁକ ଜରିଆରେ ମୋତେ କନଟାକ୍ଟ କରିଥିଲେ। ଏହାପରେ ଆମେ ଦୁହେଁ ଦୁହିଁଙ୍କୁ ଭେଟିଥିଲୁ। ଏହାର ୪ ମାସ ପରେ ଆମେ ନିର୍ବନ୍ଧ ଏବଂ ୨୦୧୮ ସେପ୍ଟେମ୍ବରରେ ବିବାହ କରି ନେଇଥିଲୁ’।

delivery2
photo: Zee News

ସାରା ଆହୁରି କହିଥିଲେ ଯେ ‘ଆମେ ଦୁଇଜଣ ବାସ୍ତବରେ ଅତି କମ୍‌ରେ ୩ଟି ସନ୍ତାନ ଚାହୁଁଥିଲୁ ଏବଂ ନିଜ ପରିବାର ଆରମ୍ଭ କରିବା ପାଇଁ ବହୁତ ଉତ୍ସାହିତ ଥିଲୁ। ଏଥିପାଇଁ ବିବାହର ତୁରନ୍ତ ପରେ ସନ୍ତାନ ଜନ୍ମ କରିବା ପ୍ରୟାସ ଆରମ୍ଭ କରି ଦେଇଥିଲୁ। କିନ୍ତୁ ବହୁତ ସଂଘର୍ଷ ପରେ ମୁଁ ପ୍ରେଗ୍‌ନାଣ୍ଟ ହୋଇପାରି ନ ଥିଲି। ଏହାପରେ ଆମେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲୁ ଏବଂ ଆମ ପାଖରେ ପ୍ୟାରେଣ୍ଟ ବନିବାର ଏକମାତ୍ର ଉପାୟ ଆଇଭିଏଫ୍‌ ଥିଲା’।

ସେ କହିଥିଲେ, ‘ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଓ ସ୍କଟ ଏକ ପ୍ରଜନନ କ୍ଲିନିକରେ ଭ୍ରୁଣକୁ ସୁରକ୍ଷିତ ରଖିଥିଲୁ। ଯଦିଓ ଏହାର କିଛିଦିନ ପରେ ହିଁ ସ୍କଟଙ୍କ ମୃତ୍ୟୁ ଘଟିଥିଲା। ସେ ସବୁବେଳେ ଚାହୁଁଥିଲେ କି, ମୁଁ ତାଙ୍କ ଛୁଆକୁ ଜନ୍ମ ଦିଏ। ଏଥିପାଇଁ ଗତବର୍ଷ ମୁଁ ଆଇଭିଏଫ୍‌ ଜରିଆରେ ମା’ ହେବା ପାଇଁ ମନ ବଳାଇଥିଲି ଏବଂ ଅଗଷ୍ଟରେ ଗର୍ଭବତୀ ହୋଇଥିଲି’।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.