ଜାଣନ୍ତୁ ଅନ୍ତରୀକ୍ଷ ଓ ଚନ୍ଦ୍ର ସମ୍ପର୍କରେ କିଛି ଅଜଣା କଥା

ଭାରତୀୟ ଅନ୍ତରୀକ୍ଷ ସଂସ୍ଥା ଇସ୍ରୋର ଯୋଜନା ଅନୁଯାୟୀ ଚନ୍ଦ୍ରାୟନ -୨ ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିନାହିଁ। ଏହା ସହ ଇସ୍ରୋ ସହ ଏହାର ସମ୍ପର୍କ ତୁଟି ଯାଇଥିଲା । କିନ୍ତୁ ଆର୍ବିଟର ସହାୟତାରେ ବିକ୍ରମର ଦିଗକୁ ଚିହ୍ନଟ କରାଯାଇଛି ଓ ତୁରନ୍ତ ତାହା ସହ ସମ୍ପର୍କ କିପରି ସ୍ଥାପନ କରାଯାଇପାରିବ ସେଥିପାଇଁ ଚେଷ୍ଟା କରାଯାଉଛି। କିନ୍ତୁ ଚିନ୍ତାର ବିଷୟ ଏହିକି ଯେ କେବଳ ଆସନ୍ତା ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ହିଁ ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରାଯାଇ ପାରିବ। ତାହା ପରେ ଲୁନାର ଲାଇଟ ଆରମ୍ଭ ହେବାକୁ ଯାଉଛି।
ଏହାପରେ ଚନ୍ଦ୍ର ପୃଷ୍ଠର ଅବସ୍ଥା ସମ୍ପୂର୍ଣ ବଦଳିଯିବ। ଏମିତିରେ ଚନ୍ଦ୍ର ପୃଷ୍ଠର ତାପମାତ୍ରା ଅତ୍ୟଧିକ ଥଣ୍ଡା । ବିଶେଷ କରି ଚନ୍ଦ୍ରର ଦକ୍ଷିଣ ପୃଷ୍ଠର ତାପମାତ୍ରା ସବୁବେଳେ ବିଯୁକ୍ତରେ ଥାଏ । ତେଣୁ ଲ୍ୟାଣ୍ଡର ବିକ୍ରମକୁ ବିଯୁକ୍ତ ୨୦୦ ଡିଗ୍ରୀ ଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ହେବ । ଯାହାକି ଏହା ପାଇଁ ଏକ ବଡ ଚ୍ୟାଲେଞ୍ଜ। ଏତ ଜାଣିଲେ ବିକ୍ରମ କଥା କିନ୍ତୁ ଏହା ଛଡ଼ା ବ୍ରହ୍ମାଣ୍ଡ ଅନ୍ତରୀକ୍ଷ ସମ୍ବନ୍ଧରେରେ ଏମିତି କିଛି ରହସ୍ୟ ଅଛି ଯାହା ସାଧାରଣ ଲୋକଙ୍କୁ ଜଣା ନଥାଏ ।

ଜାଣନ୍ତୁ ଅନ୍ତରୀକ୍ଷ ସମ୍ପର୍କରେ ୧୬ଟି ଅତ୍ୟନ୍ତ ରୋଚକପୁର୍ଣ ତଥ୍ୟ:

୧. ଅନ୍ତରୀକ୍ଷ ଯାତ୍ରୀଙ୍କ କହିବା ଅନୁଯାୟୀ ଅନ୍ତରୀକ୍ଷ ପୃଷ୍ଠରୁ ସିୟାର୍ଡ଼ ଷ୍ଟେକ ବା ଗରମ ଧାତୁ ବା ବେଲଡ଼ିଙ୍ଗ ପ୍ୟୁମ ଭଳି ଏକ ସ୍ୱତନ୍ତ୍ର ଧରଣର ବାସ୍ନା ଆସିଥାଏ।
୨.ଅନ୍ତରୀକ୍ଷ ଯାତ୍ରୀଙ୍କ ପୋଷାକ ମୂଲ୍ୟ ପ୍ରାୟ ୧୨ ମିଲିଅନ ଡଲାର ହୋଇଥାଏ । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୫,୨୪,୦୫,୪୦୦ ଟଙ୍କା ହେବ। ଯାହା ଭିତରେ ମହାକାଶଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦିଆ ଯାଇଥାଏ ।
୩. ବୁଦ୍ଧ ଓ ଶୁକ୍ର ସୌର ମଣ୍ଡଳର ଏପରି ଦୁଇ ଗ୍ରହ ଯାହାର କି କୋୖଣସି ଉପଗ୍ରହ ନାହିଁ ।
୪. ଚନ୍ଦ୍ରର ଜନ୍ମ ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବରୁ ହୋଇଥିଲା।
୫. ଆକାଶ ଗଙ୍ଗାର ଚଉଡା ପ୍ରାୟ ଏକ ଲକ୍ଷ ଆଲୋକ ବର୍ଷ ହେବ ।
୬. ସୂର୍ଯ୍ୟ ପୃଥିବୀ ଠାରୁ ପ୍ରାୟ ୩ ଲକ୍ଷ ଗୁଣ ବଡ ହେବ ।

ଏହା ସହ ପଢନ୍ତୁ:

କେବେ ଭାବିଛନ୍ତି କି ଚନ୍ଦ୍ର ନ ଥିଲେ କଣ ହୋଇଥାନ୍ତା, ଆସନ୍ତୁ ଜାଣିବା

୭. ପ୍ଲାଟୋ, ପୃଥିବୀର ଉପଗ୍ରହ ଚନ୍ଦ୍ର ଠାରୁ ମଧ୍ୟ ସାନ ।
୮. ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଗୋଟିଏ ଦିନ ପ୍ରାୟ ୨୪ ଘଣ୍ଟା ୩୯ ମିନିଟ ଓ ୩୫ ସେକେଣ୍ଡର ହୋଇଥାଏ ।
୯. ଚନ୍ଦ୍ର ପୃଷ୍ଠକୁ ସର୍ବ ପ୍ରଥମେ ଆମେରିକା ମହାକାଶଚାରି ନୀଳ ଆର୍ମଷ୍ଟ୍ରଙ୍ଗ ଯାଇଥିଲେ।
୧୦.ଅନ୍ତରୀକ୍ଷ ରେ ୩ ପ୍ରକାରର ଆକାଶ ଗଙ୍ଗା ରହିଅଛି । ଯେଉଁ ମାନଙ୍କ ଆକୃତି ଭିନ୍ନ ଭିନ୍ନ ହୋଇଥାଏ ।
୧୧.ପୃଥିବୀରେ ବାୟୁମଣ୍ଡଳ ଥିବାରୁ ତାରା ରାତି ଅନ୍ଧକାରରେ ହିଁ ଚମକିଥାନ୍ତି । କାରଣ ଦିନ ବେଳ ସେମାନଙ୍କ ପ୍ରକାଶରେ ବାଧା ହୋଇଥାଏ।
୧୨. ଚନ୍ଦ୍ର ପୃଷ୍ଠକୁ ୨ୟ ଥର ଯାଇଥିବା ବ୍ୟକ୍ତି ହେଉଛନ୍ତି ବଜ ଆଲଡ୍ରନ  ।
୧୩. ଚନ୍ଦ୍ର ହେଉଛି ସୌର ମଣ୍ଡଳର ୫ମ ବୃହତ ପ୍ରାକୃତିକ ଉପଗ୍ରହ ।
୧୪. ପୃଥିବୀର ମଧ୍ୟ ଭାଗରୁ ଚନ୍ଦ୍ରର ମଧ୍ୟ ଭାଗ ପର୍ଯ୍ୟନ୍ତ ଦୂରତା ପ୍ରାୟ ୩୮୪,୪୦୩ କିଲୋମିଟର ହେବ । ସୋଭିଏତ ରୁଷର ମହାକାଶ ଯାନ ଲୁନାର -୧ ହିଁ ପ୍ରଥମେ ଚନ୍ଦ୍ରର ପାଖ ଦେଇ ଯାଇଥିଲା ।
୧୫. ଚନ୍ଦ୍ର ପୃଷ୍ଠରୁ ଆକାଶର ରଙ୍ଗ ନୀଳ ନୁହେଁ ବରଂ କଳା ଦେଖାଯାଇଥାଏ। କାରଣ ଆଲୋକର ପ୍ରକିରଣ ସେଠାରେ ହୋଇନଥାଏ ।
୧୬. ସୂର୍ଯ୍ୟ ପରେ ଚନ୍ଦ୍ରହିଁ ସୌର ମଣ୍ଡଳର ସବୁଠାରୁ ଅଧିକ ଚମକିଥାଏ । ଚନ୍ଦ୍ରମାର ତତ୍କାଳିକ କକ୍ଷର ଦୂରତା ପୃଥିବୀ ବ୍ୟାସର ପ୍ରାୟ ୩୦ ଗୁଣା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.