ଆଜି ୧୧ଟାରେ ୨ ମିନିଟ ପାଇଁ ଅଟକିବ ସାରା ଦେଶ, ଜାଣନ୍ତୁ କାହିଁକି ?

ଭୁବନେଶ୍ବର (କେନ୍ୟୁଜ୍) : ଆଜି ୧୧ଟା ସମୟରେ ଯିଏ ଯେଉଁ ପରିସ୍ଥିତିରେ ଥିଲେ ମଧ୍ୟ ମାତ୍ର ୨ ମିନିଟ ପାଇଁ ଅଟକି ଯିବେ। କାରଣ ଏହି ଦୁଇ ମିନିଟ ଥିବ ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାନ୍ ସଂଗ୍ରାମୀଙ୍କ ସ୍ମୃତିରେ ନିରବ ପ୍ରାର୍ଥନା। ସହିଦ ଦିବସ ପାଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓଡ଼ିଶା ସମତେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏନେଇ ନର୍ଦ୍ଦେଶ ଜାରି କରାଯାଇଛି ।

mahatma-gandhi-

ମୁଖ୍ୟ ସଚିବଙ୍କ ନିକଟକୁ ଆସିଥିବା ନିର୍ଦ୍ଦେଶରେ କୁହାଯାଇଛି, ସହିଦ ଦିବସ ପାଳନ ଉପଲକ୍ଷେ ଓଡ଼ିଶା ସମେତ ସମଗ୍ର ଦେଶରେ ବୁଧବାର ସକାଳ ୧୧ ସମୟରେ ମାତ୍ର ୨ ମିନିଟ୍ ପର‌୍ୟ୍ୟନ୍ତ ନିରବ ପ୍ରାର୍ଥନା ଏବଂ ସମ୍ମାନ ପ୍ରଦର୍ଶନ କରାଯିବ। ଯେଉଁ ସ୍ଥାନରେ ସାଇରନ୍ ବ୍ୟବସ୍ଥା ଥିବ ସେଠାରେ ଗୋଟିଏ ମିନିଟ୍ ପୂର୍ବରୁ ଅର୍ଥାତ୍ ସକାଳ ୧୦.୫୯ରୁ ୧୧ଟା ପର‌୍ୟ୍ୟନ୍ତ ତାହା ବାଜିବ। ଏହା ପରେ ୧୧.୦୨ରୁ ଗୋଟିଏ ମିନିଟ୍ ପୁଣି ଥରେ ସାଇରନ୍ ବାଜିବା ଆରମ୍ଭ ହେବ।

saheed

ଦେଶ ତଥା ରାଜ୍ୟବାସୀଙ୍କୁ ସବୁ କାମ ଛାଡ଼ି ମାତ୍ର ତାଙ୍କ ଜୀବନର ଦୁଇ ମିନିଟ୍ ନିରବ ପ୍ରାର୍ଥନା ପାଇଁ ଏହି ସାଇରନ୍ ସୂଚନା ଦେବ। ସେହିପରି ସେନା ପକ୍ଷରୁ ଏହି ସମୟରେ ଗୁଳି ଫୁଟାଇ ସୂଚନା ଦିଆଯିବାର ନିୟମ ରହିଛି। ତେବେ ଯେଉଁ ଠାରେ ଏହିପରି କୌଣସି ବ୍ୟବସ୍ଥା ରହିନାହିଁ ସେଠାରେ ଲୋକେ ନିଜ ଅନୁସାରେ ଛିଡ଼ା ହୋଇ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରିବେ।  ଏହି ସୂଚନା ପରେ , ସମ୍ମାନର ସହ ଦୁଇ ମିନିଟ୍ ପାଇଁ ନିରବ ପ୍ରାର୍ଥନା ଆୟୋଜନ ପାଇଁ ପଦକ୍ଷେପ ନେବାକୁ ସମସ୍ତ ବିଭାଗ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନମାନଙ୍କୁ ଅବଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.