Below header

କରୋନାରେ ଚାକିରି ଛାଡ଼ିଛନ୍ତି ୨୦୦୦ ଡେଣ୍ଟିଷ୍ଟ୍! ହସ୍ପିଟାଲ ଖାଲି… ଅସନ୍ତୁଷ୍ଟ ମହିଳା ନିଜେ ଓପାଡ଼ି ଦେଲେ ନିଜର ୧୩ ଦାନ୍ତ

କରୋନା ଭାଇରସ୍ ମହାମାରୀ ଅନେକ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ଏହି କାରଣରୁ ବର୍ତ୍ତମାନ ବ୍ରିଟେନରେ ଡେଣ୍ଟାଲ ଏମରଜେନ୍ସି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏକ ରିପୋର୍ଟ ମୁତାବକ, କରୋନା ଭାଇରସ୍ ମହାମାରୀ ସମୟରେ ବ୍ରିଟେନରେ ପାଖାପାଖି ୨୦୦୦ ଡେଣ୍ଟିଷ୍ଟ୍ ଚାକିରି ଛାଡ଼ିଛନ୍ତି। ଯାହା ଫଳରେ ଡେଣ୍ଟିଷ୍ଟ୍‍ଙ୍କ ଅପେକ୍ଷାରେ ଅନେକ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଏମିତି ସ୍ଥିତିରେ ରୋଗୀମାନେ ନିଜ ଦାନ୍ତ ନିଜେ ଓପାଡ଼ିବାକୁ ହିଁ ବାଧ୍ୟ ହେଉଛନ୍ତି। ହସ୍ପିଟାଲଗୁଡ଼ିକରେ ଡେଣ୍ଟିଷ୍ଟ୍‍ଙ୍କ ଅଭାବ ଯୋଗୁ ଜଣେ ମହିଳା ଅସନ୍ତୋଷ ବ୍ୟକ୍ତ କରି ନିଜର ୧୩ଟି ଦାନ୍ତ ଓପାଡ଼ି ପକାଇଛନ୍ତି।

ବ୍ରିଟେନର ସରକାରୀ ହସ୍ପିଟାଲଗୁଡ଼ିକରେ ଡେଣ୍ଟିଷ୍ଟ୍‍ମାନଙ୍କର ଘୋର ଅଭାବ ଦେଖିବାକୁ ମିଳିଛି। ଏଠାରେ ଡେଣ୍ଟିଷ୍ଟ୍‍ମାନେ ଚାକିରି ଛାଡ଼ି ଦେଇଥିବା ଜଣାପଡ଼ିଛି, ଯେଉଁଥିପାଇଁ ପରିସ୍ଥିତି ଏମିତି ହୋଇଛି ଯେ ରୋଗୀମାନଙ୍କୁ ବିନା ଚିକିତ୍ସାରେ ହିଁ ଫେରାଇ ଦିଆଯାଉଛି। ଏଠି ସେମାନଙ୍କୁ କୌଣସି ବି ପ୍ରକାର ସହାୟତା ମିଳିପାରୁ ନାହିଁ। ରିପୋର୍ଟରୁ ଜଣାପଡ଼ିଛି ଯେ ଲୋକେ ଡେଣ୍ଟିଷ୍ଟ୍‍ଙ୍କ ପରାମର୍ଶ ପାଇଁ ନମ୍ବର ଲଗାଇ ଦେଉଛନ୍ତି, ଏପରି କି, ଠିକ୍ ସମୟରେ ହସ୍ପିଟାଲରେ ମଧ୍ୟ ପହଞ୍ଚି ଯାଉଛନ୍ତି, ହେଲେ ସେଠି ପହଞ୍ଚିବା ପରେ ଜାଣିବାକୁ ପାଉଛନ୍ତି କି, ସେମାନଙ୍କ ଆପୋଏଣ୍ଟମେଣ୍ଟ ରଦ୍ଦ ହୋଇସାରିଛି।

ଯେତିକି ହିଁ ଡେଣ୍ଟିଷ୍ଟ୍ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କ କହିବା ହେଲା, କରୋନା ଯୋଗୁ ଡେଣ୍ଟିଷ୍ଟ୍‍ମାନଙ୍କ ଦରମା ହ୍ରାସ ପାଇଥିଲା। ଯେଉଁ କାରଣରୁ ଗତ ବର୍ଷ ହିଁ ଅଧିକାଂଶ ଡାକ୍ତର ଚାକିରି ଛାଡ଼ି ଦେଇଥିଲେ। ନୂଆ ଡାକ୍ତରଙ୍କ ସଂଖ୍ୟା ମଧ୍ୟ କମ୍ ରହିଛି, ଯେଉଁଥିପାଇଁ ଏଭଳି ସମସ୍ୟା ଉପୁଜୁଛି।

ସେପଟେ ସ୍ୱାସ୍ଥ୍ୟ ବିଭାଗ ଏବେ ୩ ଲକ୍ଷରୁ ଅଧିକ ଡେଣ୍ଟିଷ୍ଟ୍‍ଙ୍କ ନିଯୁକ୍ତି ପାଇଁ ୪୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛି। କିନ୍ତୁ ଏହା ତୁରନ୍ତ ହେବ ନାହିଁ। ବ୍ରିଟେନର ସରକାରୀ ହସ୍ପିଟାଲଗୁଡ଼ିକରେ ୧ ଲକ୍ଷ ଲୋକଙ୍କ ଚିକିତ୍ସା ପାଇଁ କେବଳ ୩୨ ଜଣ ଡେଣ୍ଟିଷ୍ଟ୍ ହିଁ ଅଛନ୍ତି। ବିଭିନ୍ନ ଦାନ୍ତ ସମସ୍ୟା ଭୋଗୁଥିବା ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ୬୪ କିଲୋମିଟର ଯାତ୍ରା କରି ବି ଚିକିତ୍ସା ସୁବିଧା ମିଳିପାରୁ ନାହିଁ।

ଦାନ୍ତ ଚିକିତ୍ସା ପାଇଁ କୌଣସି ଘରୋଇ ହସ୍ପିଟାଲ ଗଲେ, ସେଠାରେ ରୋଗୀମାନଙ୍କଠାରୁ ଚିକିତ୍ସା ପୂର୍ବରୁ ୧୯ ହଜାର ଟଙ୍କା ମଗା ଯାଉଛନ୍ତି। କିଛି ଲୋକ ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି କି, ଔଷଧ ରୂପେ କେବଳ ପେନ୍‌କିଲର ଦିଆଗଲେ ବି ସେମାନଙ୍କଠାରୁ ୩୮ ହଜାର ଟଙ୍କା ଆଦାୟ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.