ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି: ଜଣେ ମୃତ, ୮ରୁ ଅଧିକ ଆହତ

ବାରିପଦା(କେନ୍ୟୁଜ୍‌): ଓଲଟିଲା ବରଯାତ୍ରୀ ଗାଡ଼ି, ଜଣେ ମୃତ, ୮ରୁ ଅଧିକ ଆହତ। ବରଯାତ୍ରୀ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି। ଝାରପୋଖରିଆ ଥାନା ଅନ୍ତର୍ଗତ ସଂକୁଚା ନିକଟରେ ଦୁର୍ଘଟଣା ।

ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି ଫେରୁଥିବା କାଠ ର୍ସିସି ନିକଟରେ ବରଯାତ୍ରୀ ଗାଡି ଭାରସାମ୍ୟ ହରେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.