ସଭାପତି ଚୟନକୁ ନେଇ ଆଠଗଡ ବନମାଳୀପୁର ଗାଁରେ ବୋମାମାଡ଼, ୨ ଅଟକ

ଆଠଗଡ(କେନ୍ୟୁଜ୍‌): ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ବୋମାମାଡ଼। ଗ୍ରାମ ସଭାପତି ଚୟନକୁ ନେଇ ୩ଟି ବୋମାମାଡ ହୋଇଥିବା ଅଭିଯୋଗ। ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖିଛି ତିଗିରିଆ ପୋଲିସ। ବନମାଳୀପୁର ଗାଁର ଗ୍ରାମ ସଭାପତି ଚୟନକୁ ନେଇ ବୋମାମାଡ ହୋଇଛି।

୩୦ବର୍ଷ ଧରି ଗାଁର ସଭାପତି ଭାବରେ ଗାଁର ଶରତ ରାଉତ ଦାୟିତ୍ୱ ତୁଲାଇଥିବା ବେଳେ ଏହାକୁ କିଛି ଲୋକ ବିରୋଧ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ଗାଁ ଅଶାନ୍ତ ରହୁଥିବା ସୂଚନା ମିଳିଛି। ୩ ଜଣ ବ୍ୟକ୍ତି ଗାଁର ସଭାପତି ଥିବା ଶରତ ରାଉତଙ୍କ ଘର ଉପରକୁ ବୋମାମଡ କରିଥିବା ଅଭିଯୋଗ ହୋଇଛି। ଏହି ବୋମାମାଡରେ ଶରତ ରାଉତଙ୍କ ପୁଅ ଓ ଝିଆରୀ ଆହତ ହୋଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.