ମାଟି ତଳୁ ମିଳିଲା ୪ ହଜାର ବର୍ଷ ପୁରୁଣା ହାତ ହତିୟାର, କୁହାଯାଉଛି ଏଗୁଡିକ ଭଗବାନ ଶ୍ରୀକୃଷ୍ଣଙ୍କ ସମୟର

ଉତ୍ତର ପ୍ରଦେଶର ମେନପୁରୀର ଏକ କ୍ଷେତରେ ମିଳିଥିବା ୪ ହଜାର ବର୍ଷ ପୁରୁଣା ହଥିୟାର ପୁରାତତ୍ତ୍ଵବିଦଙ୍କ ଉତ୍ସାହ ଓ ଉତ୍ସୁକତାକୁ ବଢ଼ାଇ ଦେଇଛି । ଏହି ହଥିୟାର ଗୁଡିକ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟର ଅର୍ଥାତ ଦ୍ୱାପର ଯୁଗର ବୋଲି ଶୁଣାଯାଉଛି । ତମ୍ବାର ଏହି ହତୀୟାର ଗୁଡିକୁ ଯାଞ୍ଚ କରାଯିବା ପରେ ଯାହା ପରିଣାମ ସାମ୍ନାକୁ ଆସିଥିଲା ତାହାକୁ ଦେଖି ଅର୍କିଓଲୋଜିସ୍ଟ ମାନେ ବି ରୋମାଂଚିତ ହୋଇ ଉଠିଛନ୍ତି । ପ୍ରାଚୀନ କାଳରେ ବି ଭାରତୀୟ ଯୋଦ୍ଧାଙ୍କ ନିକଟରେ ଯେ ଇନ୍ନତ ଧରଣର ହାତହତିଆର ମହଜୂତ ଥିଲା ତାହା ଏଥିରୁ ସ୍ପଷ୍ଟ ହୋଇଛି | ଆଉ ସେମାନେ ଏହା ସାହାଯ୍ୟରେ ଯୁଦ୍ଦ ଆଦି କାର୍ଯ୍ୟ କରୁଥିଲେ । ସେ ସମୟରେ ସେମାନେ ବଡ ବଡ ଖଣ୍ଡା ଆଦିର ବ୍ୟବହାର ମଧ୍ୟ କରୁଥିଲେ । ପାଖାପାଖି ୪ ଫୁଟ ଲମ୍ବର ହଥିୟାର ତାଙ୍କ ନିକଟରେ ମହଜୂତ ଥିଲା । ଏହି ହଥିୟାର ଗୁଡିକ ଖୁବ ଧାରୁଆ ହେବା ସହ ସୋଫିଷ୍ଟିକେଟେଡ଼ ଆକାରର ଥିଲା । ସେ ସମୟରେ ଷ୍ଟାରଫିସ ଆକାରର ହଥିୟାର ଆଦିର ପ୍ରୟୋଗ କରାଯାଉଥିଲା ।

weapons
image credit: Navbharat times

ପ୍ରଶ୍ନ ଏହାବି ଉଠୁଛିକି କଣ ଏହି ହତିଆର ଗୁଡିକର ବ୍ୟବହାର କୁରୁକ୍ଷେତ୍ରରେ ଅନୁଷ୍ଠିତ ହୋଇଥିବା ମହାଭାରତ ଯୁଦ୍ଧରେ ହୋଇଥିଲା । ଏହି ପ୍ରଶ୍ନ ଗୁଡିକର ଉତ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ମିଳିବ ବୋଲି ଜଣାଯାଇଛି । ଏହାର ପ୍ରାଥମିକ ଯାଞ୍ଚ ପରେ ଏହି ପ୍ରଶ୍ନ ଗୁଡିକର ଠିକ ଉତ୍ତର ମିଳିପାରିବ ବୋଲି ଜଣାଯାଇଛି । ଆର୍କିଓଲୋଜିସ୍ଟ ମାନେ ଏଗୁଡ଼ିକୁ ପାଇବା ପରେ ଏଗୁଡ଼ିକ ଖୁବ “ରୋମାଞ୍ଚକ” ବୋଲି କହିଥିଲେ । ପ୍ରକୃତରେ, ଚଳିତ ମାସ ପ୍ରଥମାର୍ଦ୍ଧରେ ମେନପୁରୀର ଗଣେଶପୁର ଗାଁରେ ଜଣେ ଚାଷୀ ନିଜ ଦୁଇ ଗୁଣ୍ଠ ଜମିରେ ଚାଷ କରୁଥିଲେ | ଜମି ମଝି ମଝିରେ ଖାଲ ଢିପ ଥିବା କାରଣରୁ ସେ ଏହାକୁ ସମାନ କରୁଥିଲେ । ଏହି ସମୟରେ ତାଙ୍କୁ ଏକ ତମ୍ବାର ଲମ୍ବା ଖଣ୍ଡା ଓ ଏକ ହାର୍ପୂନ ମିଳିଥିଲା । ଏହା ପରେ ଚାଷୀ ଜଣଙ୍କ ସମସ୍ତ ହାତହତିଆରକୁ ନିଜ ଘରକୁ ନେଇଯାଇଥିଲେ ।

ତାଙ୍କୁ ଲାଗିଥିଲା ଏଏସବୁ ହୁଏତ ସୁନା କିମ୍ବା ରୂପରେ ତିଆରି । ଏନେଇ ଖବର ଚାରି ଆଡେ ଛାଇ ଗଲା । କିନ୍ତୁ ଫଳ ଓଲଟା ହେଲା | କେହି ଜଣେ ସ୍ଥାନୀୟ ପୋଲିସଙ୍କ ନିକଟରେ ଏନେଇ ଅଭିଯୋଗ କରିଦେଇଥିଲେ । ଏହା ପରେ ଘଟଣାଟି ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣର ନଜରକୁ ଆସିଥିଲା । ଏହା ପରେ ଏହି ହତିଆର ଗୁଡିକୁ କିଷାନଙ୍କ ଠାରୁ ହାସଲ କରି ଏହାର ଯାଞ୍ଚ ପାଇଁ ପଠାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.