Below header

ଏହି ଗୁମ୍ଫାରେ ମିଳିଲା ୬୫ ହଜାର ବର୍ଷ ପୁରୁଣା ନିଏଣ୍ଡରଥଲ୍ସ ପେଟିଙ୍ଗ୍‌ସ, ଅଧ୍ୟୟନରୁ ଜଣାପଡ଼ିଲା ଅନେକ ତଥ୍ୟ

ଦକ୍ଷିଣ ସ୍ପେନ୍‌ର ମଲାଗା ନିକଟସ୍ଥ ଅର୍ଡେଲ୍ସ ଗୁମ୍ଫାରେ ବୈଜ୍ଞାନିକମାନଙ୍କୁ ପାଖାପାଖି ୬୫ ହଜାର ବର୍ଷ ପୁରୁଣା ପେଟିଙ୍ଗ୍‌ସ ମିଳିଛି। ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ସଙ୍କେତ ମିଳିଛି ଯେ ନିଏଣ୍ଡରଥଲ ମାନବ, ପ୍ରିହିଷ୍ଟୋରିକ୍‌ ମର୍ଡନ ହ୍ୟୁମାନଙ୍କ ନିକଟତର ଥିଲେ। ଏହି ଅଧ୍ୟୟନ ପ୍ରୋସିଡିଙ୍ଗ୍‌ସ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସ ଜେନେରାଲରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାର, ଅର୍ଡେଲ୍ସ ଗୁମ୍ଫାରୁ ମିଳିଥିବା ପେଟିଙ୍ଗ୍‌ସକୁ ନିଏଣ୍ଡରଥଲ ମାନବ ବନାଇଥିଲା। ବୈଜ୍ଞାନିକଙ୍କ କହିବା ହେଲା, ନିଏଣ୍ଡରଥଲ ମାନବ ସର୍ବପ୍ରଥମେ ପେଟିଙ୍ଗ୍‌ସ ବନାଇଥିଲେ। ଅଧ୍ୟୟନ ମୁତାବକ, ୬୫ ହଜାର ବର୍ଷ ପୂର୍ବେ ଯେବେ ଏହି ପେଟିଙ୍ଗ୍‌ସ ବନାଯାଇଥିଲା, ସେହି ସମୟରେ ଆଧୁନିକ ମାନବ ଦୁନିଆରେ ନ ଥିଲେ।

painting2
photo credit: Zee News

ନିଏଣ୍ଡରଥଲ ମାନବ, ହୋମୋ ସେପିୟନ୍ସଙ୍କ ପୂର୍ବଜ ହୋଇପାରନ୍ତି। ଯଦିଓ ପୂର୍ବରୁ କୁହାଯାଉଥିଲା କି, ୪୦ ହଜାର ବର୍ଷ ପୂର୍ବେ ନିଏଣ୍ଡରଥଲ ମାନବର ବଂଶ ବିଲୁପ୍ତ ହୋଇଯାଇଥିଲା। ଷ୍ଟଡିରୁ ଜଣାପଡ଼ିଛି କି, ଗୁମ୍ଫାରେ ୧୫ରୁ ୨୦ ହଜାର ବର୍ଷ ପର୍ଯ୍ୟନ୍ତ ପେଟିଙ୍ଗ୍‌ସ ବନାଯାଇଥିଲା। ପ୍ରଥମେ ବୈଜ୍ଞାନିକମାନେ ଏହା ଭାବୁଥିଲେ ଯେ ନ୍ୟାଚୁରାଲ ଅକ୍ସାଇଡ୍‌ ପ୍ରବାହ ଯୋଗୁ ଗୁମ୍ଫା କାନ୍ଥରେ ରଙ୍ଗ ସୃଷ୍ଟି ହୋଇଛି। ତେବେ ନିଏଣ୍ଡରଥଲ ମାନବ କୌଣସି ଖାସ୍‌ ମଉକାରେ ଏହି ପେଟିଙ୍ଗ୍‌ସ ବନାଇ ଥାଇପାରନ୍ତି ବୋଲି ଅଧ୍ୟୟନର ଜଣେ ସଦସ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.