କେନ୍ଦୁଝର ଯୋଡା ବ୍ଲକ୍ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ରେଡ୍‌

ଯୋଡା(କେନ୍ଯୁଜ୍): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଏକାସଙ୍ଗେ ୪ଟି ସ୍ଥାନରେ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ରେଡ୍‌।

ଏହା ସହ ତାଙ୍କ ଯୋଡାସ୍ଥିତ କାର୍ଯାଳୟ , ରଘୁନାଥପୁର ପୈତୃକ ବାସଭବନ ଓ ଯଶିପୁରଠାରେ ଥିବା ଶ୍ୱଶୁର ଘର ସହ କେନ୍ଦୁଝର ସହର ପବିତ୍ରଡିହା ଶ୍ରୀ ବିହାରସ୍ଥିତ ବାସଭବନରେ ୪ଟି ସ୍ଥାନରେ ଚଢାଉ କରୁଛି ଟିମ୍‌। କ୍ଷେତ୍ରବାସୀଙ୍କ ନାଁରେ ଦୀର୍ଘଦିନ ଧରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇ ଆସୁଥିଲା। ରେଡ୍‌ ଜାରି ରହିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.