ଟୋକିଓରେ ସ୍ବର୍ଣ୍ଣ ଜିତି ସମସ୍ତଙ୍କ ମନରେ ରାଜ୍ କରୁଥିଲେ ନୀରଜ, ଏବେ ପୁଣି ଜବରଦସ୍ତ ଡ୍ଯାନ୍ସ କରି ଜିଣୁଛନ୍ତି ସମସ୍ତଙ୍କ ମନ

ନୀରଜ ଚୋପ୍ରାଙ୍କ ପରିଚୟ ଦେବା କିଛି ଦରକାର ନାହିଁ। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ସମଗ୍ର ଭାରତକୁ ଗର୍ବିତ କରିଛନ୍ତି ନୀରଜ। ନୀରଜ ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ବର୍ଣ୍ଣ ପଦକ ଜିତିଥିବା ଏକମାତ୍ର ଭାରତୀୟ ଖେଳାଳି। ହରିଆଣାର ନୀରଜ ମଇଦାନରେ ଯେତିକି ଗମ୍ଭୀର ଦେଖିବାକୁ ମିଳନ୍ତି, କିନ୍ତୁ ରିଅଲ ଲାଇଫରେ ବହୁତ ବିନ୍ଦାସ ରହିଥାନ୍ତି।

ଟୋକିଓ ଅଲିମ୍ପିକ୍ସରରେ ଜାଭଲିନ ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଅନେକ ପୁରୁଣା ଇଣ୍ଟରଭ୍ଯୁ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ନୀରଜଙ୍କର ଏକ ଡ୍ଯାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି। ଆଉ ଏଥିରେ ନୀରଜକଙ୍କ ଜବରଦସ୍ତ ଡ୍ଯାନ୍ସ ଦେଖିବାକୁ ମିଳିଛି। ଯାହାକୁ ଦେଖି ସମସ୍ତେ ପାଗଳ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ଭିଡିଓରେ ନୀରଜ ହରିଆଣା ଗୀତ ଏବଂ ପଞ୍ଜାବୀ ସିଙ୍ଗର ଦିଲେର ମେହେନ୍ଦୀଙ୍କ ଗୀତରେ ଜବରଦସ୍ତ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ୩୦ ସେକେଣ୍ଡର ପୁରୁଣା ଭିଡିଓ ଭାଇରଲ ହେବାରେ ଲାଗିଛି। ଏଥିରେ ନୀରଜଙ୍କ ସହିତ ତାଙ୍କ ବନ୍ଧୁ ମଧ୍ୟ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.