କେନ୍ଦୁଝର-ଢେଙ୍କାନାଳ ସୀମାରେ ଅସୁସ୍ଥ ଦନ୍ତା ହାତୀ ଠାବ, ଗଭୀର କ୍ଷତ ଯୋଗୁ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା

କରଞ୍ଜିଆ(କେନ୍ଯୁଜ୍): ଗଭୀର କ୍ଷତ ଯୋଗୁ ବିଗୁଡୁଛି ହାତୀର ସ୍ୱାସ୍ଥ୍ୟବସ୍ଥା। କେନ୍ଦୁଝର ଓ ଢେଙ୍କାନାଳ ସୀମାରେ ଘୁରିବୁଲୁଥିବା ଅସୁସ୍ଥ ଦନ୍ତା ହାତୀକୁୁ ଠାବ ପରେ ମଧ୍ୟ ଆରମ୍ଭ ହୋଇପାରିନାହିଁ ହାତୀର ଚିକିତ୍ସା।

ଚିକିତ୍ସା ପାଇଁ ହାତୀ ପାଖରେ ପହଞ୍ଚିପାରୁନାହାନ୍ତି ବନ ଅଧିକାରୀ। ନିଜ ପାଖକୁ କାହାକୁ ଯିବାକୁ ଦେଉନାହିଁ ହାତୀ। ଘଞ୍ଚ ଲତା ମଧ୍ୟରେ ଲୁଚି ରହୁଥିବାରୁ ଆଘାତ ଲାଗିଥିବା ସ୍ଥାନକୁ ଠାବ କରିପାରୁନାହାନ୍ତି ବନ ଅଧିକାରୀ। କିନ୍ତୁ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ହାତୀର ଚିକିତ୍ସା କରାଯିବ ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.