ଆଫ୍ରିକାରେ ମିଳିଲା ୭୮,୦୦୦ ବର୍ଷ ପୁରୁଣା କବର, ଛୋଟ ଛୁଆର ବୋଲି କରାଯାଉଛି ଅନୁମାନ

ନିକଟରେ ଆଫ୍ରିକାରେ ଗବେଷକମାନଙ୍କୁ ଏକ କବର ମିଳିଛି, ଯାହାକୁ କୁହାଯାଉଛି, ଏହା ଆଫ୍ରିକାର ସବୁଠାରୁ ପୁରୁଣା କବର। ସୂଚନା ମୁତାବକ, ଏହି କବର କେନିଆ ତଟ ନିକଟସ୍ଥ ଏକ ଗୁମ୍ଫା ଭିତରୁ ମିଳିଛି। ଭିତରେ ଥିବା ଏକ ବିରାଟ ମାଠିଆରୁ ଏହି କବର ମିଳିଛି।

AFP ମୁତାବକ, ଏହି କବରରେ ଯାହାକୁ ପୋତା ଯାଇଥିଲା, ଜଣାପଡ଼ିନାହିଁ କି, ସେ ଝିଅ କି ପୁଅ। ଅନୁମାନ କରାଯାଉଛି, ଏହା ଛୋଟ ପିଲାର କବର। ଖୋଦନ ପରେ ଏଠାରୁ କିଛି ଆଭୂଷଣ, ରଙ୍ଗହୀନ ମାଟି ମିଳିଛି। ମୃତଦେହକୁ ଅତି ଯତ୍ନର ସହିତ ଶୁଆଯାଇଥିଲା। ଏକ ତକିଆ ବି ବନଯାଇଥିଲା, ଯାହା ଉପରେ ବୋଧେ ହୁଏ ପିଲାଟିର ମୁଣ୍ଡ ରଖାଯାଇଥିବ ବୋଲି ଅନୁମାନ କରାଯାଉଛି।

ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଅନ ହ୍ୟୁମାନ ଇଭୋଲ୍ୟୁଶନର ନିର୍ଦ୍ଦେଶକ ମାର୍ଟିନୋନ ଟୋରେସଙ୍କ କହିବା ହେଲା, ଏହି ପିଲାକୁ ସେହିଠାରେ ପୋତାଯାଇଛି, ଯେଉଁଠି ଉକ୍ତ ସମୁଦାୟର ଲୋକେ ରହୁଥିଲେ। ଏଥିରୁ ସମୁଦାୟର ଅନ୍ତିମ ସଂସ୍କାର ବିଷୟରେ ବହୁତ କିଛି ଜାଣିବାକୁ ମିଳିଛି।

ମାଇକ୍ରୋସ୍କୋପିକ ଅଧ୍ୟୟନରୁ ଜଣାପଡ଼ିଛି କି, ମାଟିରେ ଢାଙ୍କି ହୋଇ ରହିଥିବା ମୃତଦେହ ପାଖାପାଖି ୮୦ ହଜାର ବର୍ଷ ପୁରୁଣା। କହି ରଖିଛୁ, ଏହା ସବୁଠାରୁ ପୁରୁଣା ହୋମୋ ସେପିୟନ୍ସର କବର, ଏମାନେ ୩୦୦,୦୦୦ ବର୍ଷ ପୂର୍ବେ ଆଫ୍ରିକାରେ ମିଳିଥିଲେ। ଏଥି ପୂର୍ବରୁ ଇସ୍ରାଏଲରେ ୧,୨୦,୦୦୦ ବର୍ଷର ପୁରୁଣା କବର ବି ମିଳି ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.