Below header

ନାତି ବାହାଘରରେ ଜେଜେ କଲେ ଏମିତି ଡ୍ୟାନ୍ସ , ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ଯ

ବୃଦ୍ଧ ଜଣକ ନିଜ ନାତି ବାହାଘର ପାଇଁ ଅନେକ ଦିନରୁ ଅପେକ୍ଷା କରି ରହିଥି‌ଲେ। ତେଣୁ ଯେତେବେଳେ ନିଜ ଆଖିରେ ସେ ନାତି ବାହାଘର ଦେଖିଥିଲେ, ନିଜ ବୟସ କଥା ଚିନ୍ତା ନକରି ଖୁସିରେ ଝୁମି ଯାଇଥିଲେ। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି ।

ନୂଆଦିଲ୍ଲୀ: ଥକିନି ପାଦ, ଭାଙ୍ଗିନି ମନବଳ। କଥାରେ ଅଛି ଇଚ୍ଛା ଆଗରେ ବୟସ ବି ହାର ମାନିଥାଏ । ଇଚ୍ଛାଶକ୍ତି ବଳରେ ଅନେକ ଦୁଃସାହାସିକ କାମକୁ ବି କରି ଦେଖାଇଥାନ୍ତି ବୟସ୍କମାନେ । ବୟସ କେବଳ ଏକ ସଂଖ୍ୟା ପାଲଟି ଯାଏ ତାଙ୍କ ସାମନାରେ । ତେବେ ଆଜି ଏପରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଜଣେ ବୃଦ୍ଧ କମାଲ୍ କରି ଦେଖାଇଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

 

ଆପଣ କେତେବେଳେ କୁନି ପିଲାମାନେ ବଡ଼ଙ୍କ କାମ କରି ଦେଖାଇଥାନ୍ତି ତ, ଆଉ କେତେବେଳେ ବୃଦ୍ଧ ବୟସରେ ଯୁବ ବୟସର କାମ କରି ଦେଖାନ୍ତି କିଛି ବୟସ୍କ ବ୍ଯକ୍ତି। ଯାହା ଅନ୍ୟକୁ ପ୍ରେରଣା ଯୋଗାଏ । କିଛି କରି ଦେଖାଇବାର ସାହାସ ଦିଏ । ଅନ୍ୟ ଆଗରେ ସଜାଇ ଦିଏ ଉଦାହରଣ ।

ଠିକ୍ ସେମିତି ଏହି ୯୬ ବର୍ଷର ବୃଦ୍ଧ ଜଣକ। ଭିଓରେ ଯାହା ଦେଖିବାକୁ ମିଳିଛି, ଜଣେ ବୃଦ୍ଧଙ୍କୁ ଖୁସିରେ ନାଚୁଛନ୍ତି। ପାଦରେ ଠିକ୍ ସେ ଛିଡା ହୋଇପାରୁନାହାନ୍ତି ତଥାପି ଖୁସିରେ ସେ ସବୁ କିଛି ଭୁଲିଯାଇ ହାତ ହଲାଇ ପାଦ ଥାପି ଥାପି ନାଚି ଚାଲିଛନ୍ତି। ତେବେ ବୃଦ୍ଧ ଜଣକ ତାଙ୍କ ନାତି ବାହାଘର ପାଇଁ ଅନେକ ଦିନରୁ ଅପେକ୍ଷା କରି ରହିଥି‌ଲେ।
ତେଣୁ ଯେତେବେଳେ ନିଜ ଆଖିରେ ସେ ନାତି ବାହାଘର ଦେଖିଥିଲେ, ନିଜ ବୟସ କଥା ଚିନ୍ତା ନକରି ଖୁସିରେ ଝୁମି ଯାଇଥିଲେ। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓଟି ନେପାଳର ବୋଲି କୁହାଯାଉଛି।

old

ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରେ ସେୟାର କରି କ୍ୟାପସନ ଦିଆଯାଇଛି, ଯେତେବେଳେ ଭଲ ପାଇବା କେତେ ରହିଛି ତାହା ଜଣାଇବାକୁ ସମୟ ଆସିଥାଏ, ସେତେବେଳେ ବୟସ ମାତ୍ର ଏକ ସଂଖ୍ୟା ହୋଇଥାଏ।ବୃଦ୍ଧଙ୍କୁ ନାତି ବାହାଘରରେ ଖୁସିରେ ନୃତ୍ୟ କରୁଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିଛି ସୋସିଆଲ ମିଡିଆ ୟୁଜର୍ସ ବୃଦ୍ଧ ଜଣଙ୍କର ଦୀର୍ଘାୟୁ କାମନା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.