Below header

ଲୁଗା ଦୋକାନରେ ପଶିଲା ବିରାଟ ଅଜଗର, ଭୟରେ ଦୋକାନ ଛାଡ଼ି ପଳାଇଲେ ଦୋକାନୀ

ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ଥିବା ଏକ ଲୁଗା ଦୋକାନରେ ବିରାଟ ଅଜଗର ପଶିଥିଲା । ଦୋକାନରେ ଅଜଗର ପଶିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଗଲା । କେବଳ ଏତିକି ନୁହେଁ ଆଖ ପାଖ ଅଞ୍ଚଳର ଅନେକ ଲୋକ ଅଜଗରକୁ ଦେଖିବା ପାଇଁ ଦୋକାନରେ ପହଞ୍ଚି ଯାଇଥିଲେ ।

ଅଜଗର ଏକ ବିରାଟ ସାପ ହୋଇଥିବା ବେଳେ ଏହାକୁ ଦେଖିଲେ ମନରେ ଛନକା ପଶେ । ଯଦି ହଠାତ ଏହା ଆପଣଙ୍କ ପାଖାପାଖି ଅଞ୍ଚଳରେ ଦେଖାଯାଏ ତେବେ ଆପଣ ବି ଏହାକୁ ଦେଖିଲେ ନିଶ୍ଚିତ ଭୟ କରିଯିବେ । ତେବେ ନିକଟରେ ଏକ ବିରାଟ ଅଜଗରର ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ ଆପଣ ବି ଭୟ କରିଯିବେ । ବିରାଟ ଅଜଗର ଚୁପ ଚୁପ ଆସି ଏକ ଲୁଗା ଦୋକାନରେ ପଶି ଯାଇଥିଲା । ଆଉ ତା ପରେ ଯାହା ହେଲା ତା ନକହିବା ଭଲ । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଘଟଣା ଉପରେ ।

ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ଥିବା ଏକ ଲୁଗା ଦୋକାନରେ ବିରାଟ ଅଜଗର ପଶିଥିଲା । ଦୋକାନରେ ଅଜଗର ପଶିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଗଲା । କେବଳ ଏତିକି ନୁହେଁ ଆଖ ପାଖ ଅଞ୍ଚଳର ଅନେକ ଲୋକ ଅଜଗରକୁ ଦେଖିବା ପାଇଁ ଦୋକାନରେ ପହଞ୍ଚି ଯାଇଥିଲେ । ତେବେ ଦୋକାନରେ ପଶିଥିବା ଅଜଗରର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନମୋଲ ଶର୍ମା ନାମକ ଜଣେ ଟ୍ଵିଟର ୟୁଜର ଏହିି ଭିଡିଓକୁ ସେୟାର କରିଛନ୍ତି ।

ମେରଠର ଲାଲକୂର୍ତ୍ତା ବଜାରରେ ଏକ ଲୁଗା ଦୋକାନରେ ଅଜଗର ପଶି ଯିବାରୁ ଲୋକେ ଭୟଭୀତ ହୋଇଯାଇଥିଲେ । ଏହାକୁ ଦେଖିବା ପରେ ଉଭୟ ଦୋକାନ ମାଲିକ ଏବଂ ଗ୍ରାହକ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ଅଜଗରର ଲମ୍ବ ପାଖାପାଖି ୮.୫ ଫୁଟ ହେବ ଏବଂ ଏହାର ଓଜନ ୧୮ କିଲୋଗ୍ରାମ ହେବ ବୋଲି କୁହାଯାଉଛି । ଭିଡିଓରେ ଅଜଗର ଟି ଦୋକାନରେ ଟଙ୍ଗା ଯାଇଥିବା ଲୁଗା ଉପରେ ବୁଲୁଥିବାର ନଜର ଆସିଛି ।

ସୂଚନା ଥାଉ କି ଏହି ଅଜଗରକୁ ପ୍ରଥମେ ଦୋକାନରେ ଥିବା ଜଣେ ଗ୍ରାହକ ଦେଖିଥିଲେ । ଅଜଗରକୁ ପ୍ରଥମେ ସେ ଏକ ମୂଷା ଭାବିଥିଲେ । କିଛି ସମୟ ପରେ ଗ୍ରାହକ ଜଣଙ୍କ ଦୋକାନୀଙ୍କୁ ଏ ବିଷୟରେ ଖବର ଦେଇଥିଲେ । ତେଣୁ ଦୋକାନୀ ଭଲ ଭାବେ ଜୀବଟିକୁ ଦେଖିବାକୁ ଚେଷ୍ଟା କରିଥିଲେ । ଏବଂ ସେ ଭଲ ଭାବେ ଦେଖିବାରୁ ଜଣା ପଡ଼ିଲା ଯେ ଏହା ଏକ ଅଜଗର । ଅଜଗରକୁ ଦେଖିବା ପରେ ଦୋକାନରେ ଥିବା ସମସ୍ତ ଲୋକ ଦୋକାନ ବାହାରକୁ ଚାଲି ଆସିଥିଲେ ।

ତୁରନ୍ତ ମେରଠ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ମେରଠ ବନ ବିଭାଗ ତରଫରୁ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସଫଳତା ପୂର୍ବକ ଅଜଗରକୁ ଉଦ୍ଧାର କରିଥିଲେ । ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଏତେ ବଡ଼ ଅଜଗର ଦୋକାନ ଭିତରେ ପଶିଲା କିପରି ? ପଶିବା ସମୟରେ କେହିଅଜଗରକୁ ଦେଖି ପାରିଲେନ କିପରିି ? ବନ ବିଭାଗ ଟିମ ଅଜଗରକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡ଼ିଥିବା ସୂଚନା ମିଳିଛି । ତେବେ ଅଜଗର କୌଣସି ପ୍ରକାରର କ୍ଷତି ପହଞ୍ଚାଇନି । କୁହାଯାଉଛି ଅଜଗର ଟି ନିକଟସ୍ଥ ନାଳରୁ ମୂଷାର ପିଛା କରି ଦୋକାନ ଭିତରେ ପଶି ଥାଇପାରେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.