Below header

କୁନି ଝିଅ ଓ ମାଙ୍କଡ଼ ଭିତରେ ଥିବା ସ୍ନେହର ବନ୍ଧନରେ ଆପଣ ବି ବାନ୍ଧି ହୋଇଯିବେ

ଟିକିଏ ସ୍ନେହ ଶ୍ରଦ୍ଧା ପାଇଲେ ଯେମିତି ମଣିଷ ନିଜର ହୋଇଯାଏ ଠିକ୍‌ ସେମିତି ପଶୁ କି ପକ୍ଷୀ ମଧ୍ୟ ଦିନ କେଇଟା ଭିତରେ ଆପଣାର ହୋଇ ଯାଆନ୍ତି । ହୃଦୟ ଭିତରୁ ବାହାରୁଥିବା ଏଇ ସ୍ନେହ ଶ୍ରଦ୍ଧା ତ ଈଶ୍ୱରଙ୍କ ପ୍ରଦତ୍ତ ଏକ ମହାନ୍‌ ଆକର୍ଷଣ ।

ସବୁବେଳେ ଗହଳି ଚହଳି ଲାଗିଥିବା ରାସ୍ତାଟିଏ ହେଉଛି ରାଜଧାନୀ ଭୁବନେଶ୍ଵରର ରଜମହଲରୁ କଳ୍ପନା ଯିବା ରାସ୍ତା। ସେଇ ରାସ୍ତା କଡ଼ରେ ନଜରକୁ ଆସିଲା କିଛି ଜାତୀୟ ପତାକା ଓ ଅନ୍ୟାନ୍ୟ ଜିନିଷ ଉପରେ । ସାଧାରଣତନ୍ତ୍ର ଦିବସ ଥିବାରୁ ଏସବୁ ବିକ୍ରି ଉଦ୍ଦେଶ୍ୟରେ ରଖା ଯାଇଥାଏ । ମଝିରେ ମଝିରେ କେହି କେହି ଆସି ସେଠାରୁ ଜିନିଷ କିଣୁ ଥାଆନ୍ତି। ଦୋକାନର ମାଲିକ ହେଉଛନ୍ତି ମନୁଭାଇ । ଏମିତିରେ ସେଠି ଆସି କୁନି ଝିଅଟିଏ ବସିଲା । ତା ଡାକରେ ପାଖରେ ଥିବା ଏକ ମାଙ୍କଡଟିଏ ଚାଲି ଆସିଲା। ମଣିଷଙ୍କ ପ୍ରତି ତାର ଡର ଭୟ ନଥାଏ । ସେ ଆରାମରେ ଆସି ସେହି ଦୋକାନ ପାଖରେ ବସିଲା । କୁନି ଝିଅଟି ମଙ୍କଡଟିକୁ ଆଉଁସି ପକେଇ ଗେଲ କରୁଥାଏ । କିଛି ସମୟ ପରେ ମାଙ୍କଡ଼ଟି ଗୋଟିଏ ଜାତୀୟ ପତାକା ଧରି ବସିଥିବାର ଦେଖାଗଲା । ସେହିପରି ଝିଅଟି ମଧ୍ୟ ଗୋଟିଏ ଜାତୀୟ ପତାକା ଧରି ବସିଲା ମାଙ୍କଡଟି ସହିତ। ମାଙ୍କଡଟି ସାଜିଥିଲା ସେଲସମ୍ୟାନ୍‌ । ପରେ ଜଣାପଡ଼ିଲା ଯେ ଏଇ ମାଙ୍କଡ଼ଟି ହେଉଛି ସେହି କୁନି ଝିଅ ଘରର ସଦସ୍ୟ ।

monkey

ଆଦରରେ ମାଙ୍କଡକୁ ସମସ୍ତେ ମନୁ ବୋଲି ଡାକନ୍ତି। ଦୀର୍ଘ ୧୪ ବର୍ଷ ତଳେ ମାଙ୍କଡ଼ ଛୁଆଟିକୁ କୁକୁର ମାରି ଖାଇ ଯାଉଥିଲା ବେଳେ ଉଦ୍ଧାର କରିଥିଲେ ଏହି ପତାକା ଦୋକାନୀ । ତାଙ୍କ ନାଁ ଅନୁସାରେ ତାର ନାଁ ରଖା ଯାଇଥିଲା ମନୁ। ମନୁ ଏମିତି ଆପଣାର ହୋଇଗଲା ଯେ ତାଙ୍କରି ପରିବାରର ଜଣେ ପାଲଟି ଗଲା । ଯାହାକୁ ଆମେ କେବେ କେବେ ସିନେମାରେ ଦେଖୁ, ସେହିଭଳି ଦୃଶ୍ୟ ଏଠି ବି ଦେଖିବାକୁ ମିଳିଛି ।

ଉଭୟ କୁନି ଝିଅ ଓ ମାଙ୍କଡ ବସି ବିକ୍ରି କରୁଥାନ୍ତି ପତାକା ଓ ଅନ୍ୟାନ୍ୟ ଜିନିଷ। ମନକୁ ଛୁଇଁ ଯାଉଥାଏ ମାଙ୍କଡ଼ଟିର ଢଙ୍ଗଢାଙ୍ଗ। ଝିଅଟି କହୁଥିଲା ମୋ ସହିତ ମନୁ ସାଙ୍ଗ ହୁଏ । ସ୍କୁଲ ଯାଏ ସେଠାରୁ ଆସିଲେ ସେ ବି ମୋ ସାଙ୍ଗରେ ଆସେ। ଛୁଆଟି ବେଳୁ ଉଭୟ ଉଭୟଙ୍କ ସହିତ ରହି ଆସୁଛୁ । କେହି କାହକୁ ଦଣ୍ଡେ ଛାଡି ରହି ପାରୁନା। ଇଏ ମୋ ସାଙ୍ଗ ମନୁ।

ସତରେ ସ୍ନେହର ବନ୍ଧନ କେତେ ମଜବୁତ । ଗୋଟିଏ କଥା କହି ପାରୁନଥିବା ପଶୁ ଓ ମଣିଷ ଭିତରେ । ପିଲାଟିଏ ବେଳେ ତାର ଜୀବନ ବଞ୍ଚାଇଥିବାରୁ ମାଙ୍କଡ଼ଟି ଏ ପରିବାରର ସଦସ୍ୟ ହୋଇଯାଇଛି । ନିଜକୁ ଭୁଲି ଯାଇଛି ଏମାନଙ୍କ ପ୍ରେମରେ । କୁନି ଝିଅଟିର କଥା ମାନୁଛି ଯେମିତି ଇଏ ହେଉଛି ତାର ମାଲିକ । ଦୁହେଁ ପରୋକ୍ଷରେ ଏ ମଣିଷ ସମାଜକୁ ଅନେକ ବାର୍ତ୍ତା ଦେଇ ଯାଉଛନ୍ତି ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.