ଗଛକୁ ଗଛ ଡେଉଁଥିଲା ମାଙ୍କଡ଼, ଭୟଙ୍କର ଉପାୟରେ ଶିକାର କଲା କଲରାପତରିଆ ବାଘ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଏକ କଲରାପତରିଆ ବାଘ ଶିକାର ଆଶାରେ ମାଙ୍କଡ଼ ପଛରେ ପଡ଼ିଯାଇଛି। ଭୋକରେ ଡହଳବିକଳ ହେଉଥିବା କଲରାପତରିଆ ବାଘଟି ଜଙ୍ଗଲରେ ଶିକାର ଅନେ୍ଵଷଣରେ ଥିଲା।

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଏକ କଲରାପତରିଆ ବାଘ ଶିକାର ଆଶାରେ ମାଙ୍କଡ଼ ପଛରେ ପଡ଼ିଯାଇଛି। ଭୋକରେ ଡହଳବିକଳ ହେଉଥିବା କଲରାପତରିଆ ବାଘଟି ଜଙ୍ଗଲରେ ଶିକାର ଅନେ୍ଵଷଣରେ ଥିଲା। ଏହାର ନଜର ଯେତେବେଳେ ଗଛ ଉପରେ ଡେଉଁଥିବା ଏକ ମାଙ୍କଡ଼ ଉପରେ ପଡ଼ିଥିଲା, ସେତେବେଳେ ବାଘ ତାକୁ ଶିକାର କରିବା ପାଇଁ ମନ ବଳାଇଥିଲା।

ମାଙ୍କଡ଼କୁ ନିଜ ଫାଶରେ ପକାଇବା ପାଇଁ ବାଘ ପ୍ରଥମେ ଗଛ ଉପରେ ଚଢ଼ିଥିଲା। ସେପଟେ ବାଘକୁ ଦେଖି ମାଙ୍କଡ଼ ଅନ୍ୟ ଏକ ଗଛକୁ ଡେଇଁ ପଡ଼ିଥିଲା। ମାଙ୍କଡ଼ ଡେଇଁବା କ୍ଷଣି ବାଘ ମଧ୍ୟ ସେହି ଗଛକୁ ଲମ୍ଫ ପ୍ରଦାନ କରିଥିଲା। ଯଦିଓ ବାଘଠାରୁ ରକ୍ଷା ପାଇବା ପାଇଁ ମାଙ୍କଡ଼ ପୁଣିଥରେ ପ୍ରଥମ ଗଛକୁ ଡେଇଁଥିଲା, ହେଲେ ଏଥର ସେ ବାଘ ହାବୁଡ଼ରେ ପଡ଼ିଯାଇଥିଲା।

ଯେମିତି ହିଁ ମାଙ୍କଡ଼ଟି ଗଛକୁ ଡେଇଁଥିଲା, ତା’ ପଛେ ପଛେ ବାଘ ମଧ୍ୟ ଲମ୍ଫ ମାରିଥିଲା ଏବଂ ମାଙ୍କଡ଼କୁ ଶିକାର କରିଥିଲା। ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଅନୁମାନ କରିପାରିବେ ଯେ କଲରାପତରିଆ ବାଘ କେତେ ଭୟଙ୍କର ପ୍ରାଣୀ। ଯଦି ଥରେ ବାଘ କାହା ପଛରେ ପଡ଼ିଯାଏ, ତାକୁ ଶିକାର ନ କରି କେବେ ବି ଛାଡ଼େ ନାହିଁ। ଏହି ଭିଡିଓ ଦେଖି ସୋସିଆଲ ମିଡିଆରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.