ଶୂନ୍ୟରେ ବସିଥିଲେ ଏହି ବ୍ୟକ୍ତି ! କିନ୍ତୁ ହଠାତ୍‌ ଜଣେ ସାଇକେଲ ଚାଳକଙ୍କୁ ଦେଖି କାହିଁକି ପଡିଗଲେ ତଳେ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଯାଦୁ ଭିଡିଓର ଖୁବ୍ ଚାହିଦା ରହିଛି। କିଛି ଲୋକମାନେ ମଧ୍ଯ ଯାଦୁର ଟ୍ରିକ୍ ଜାଣିପାରିଥାନ୍ତି। ଏଥର ମଧ୍ଯ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ପୂର୍ବ ବାସ୍କେଟବଲ୍ ବ୍ଲେୟାର ରେକ୍ସ ଚାପମାନ୍ଏହି ମ୍ଯାଜିକ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିହିଓରେ ବ୍ଯକ୍ତି ଜଣକ ହଠାତ୍ ପବନରେ ବସିଥିବାର ନଜର ଆସିଛନ୍ତି, ଯାହାକୁ ଦେଖି ପାଖରେ ଥିବା ଲୋକମାନେ ମଧ୍ଯ ଦେଖି ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି। ବ୍ଯକ୍ତି ଜଣକ ବିନା ସାହାରାରେ କିପରି ପବନରେ ବସି ପାରିଛନ୍ତି, ତାହା ବିଷୟରେ କେହି ମଧ୍ଯ ଜାରଇପାରିନଥିଲେ। ଏହି ସମୟରେ ସାଇକେଲରେ ଯାଉଥିବା ଜଣେ ବ୍ଯକ୍ତି ମଧ୍ଯ ଅଟକି ଯାଇ ଉକ୍ତ ବ୍ଯକ୍ତିଙ୍କୁ ଚାହିଁ ରହିଥିଲେ।

man-ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ଯକ୍ତି ହଠାତ୍ ଆସି ହାତରେ ଏକ ବାଡି ଧରି ଗୋଡ ତଳେ ନଲଗାଇ ପବନରେ ବସିଥିଲେ। ପରେ ଏହି ଦୃଶ୍ୟ ଦେଖି ଆଖପାଖରେ ଥିବା ଲୋକମାନେ ଅଟକି ଯାଇ ଭିଡିଓ ସୁଟିଂ କରିଥିଲେ। ଉକ୍ତ ବ୍ଯକ୍ତି ଜଣକ କିଛି ସମୟ ପବନରେ ବସିବା ପରେ ପୁଣି ଥରେ ତଳକୁ ଆସି ବସିଯିବାର ମଧ୍ଯ ଦେଖିବାକୁ ମିଳିଛି।

ସୂଚନାଯୋଗ୍ଯ ଏହି ଭିଡିଓକୁ ରେକ୍ସ ଚାପମାନ୍ ସୋସିଆଲ ମିଡିଆରେ ସେୟାର କରିବା ପରେ ୧୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଏଥିସହ ୨୬ ହଜାରରୁ ଅଧିକ ଲାଇକ୍ ଏବଂ ୬ ହଜାରରୁ ଅଧିକ ଥର ରିଟ୍ବିଟ ମଧ୍ଯ କରାଯାଇଛି। ଏହି ଭିଡିଓ ସେୟାର କରିବା ସହ ରେକ୍ସ ଲେଖିଛନ୍ତି, ‘ଯାଦୁ ପାଇଁ ଆସନ୍ତୁ ଏବଂ ଏହି ଭିଡିଓକୁ ଶେଷ ପର୍ଯ୍ଯନ୍ତ ଦେଖନ୍ତୁ, ଦେଖନ୍ତୁ ଏହି ଭିଡିଓରେ କିଭଳି ଜଣେ ବ୍ଯକ୍ତିଙ୍କର ଏହି ଦୃଶ୍ୟ ଦେଖି ହୋସ୍ ଉଡିଯାଇଛି।‘

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.