ତିନି ମାସ ହେଲାଣି ବତକ ମୁଣ୍ଡରେ ପଶିଥିଲା ତୀର, ଏବେ ଅସ୍ତ୍ରୋପଚାର ପରେ ବାହାରିଲା

ଆପଣଙ୍କ ହାତରେ ଛୁଞ୍ଚି ଟିକେ ଫୋଡି ହେଲେ ଆପଣଙ୍କୁ କେତେ କଷ୍ଟ ହୁଏ, ତାହା ଆପଣ ନିଶ୍ଚିତ ଜାଣିଥିବେ। ଶରୀରରେ ଆଘାତ ଲାଗିଲେ ତାହା କେତେ ମାତ୍ରାରେ ଯନ୍ତ୍ରଣା ଦାୟକ ଆପଣମାନେ ହୁଏତ ଜାଣିଥିବେ। ଆପଣଙ୍କର କହିବାର ଶକ୍ତି ଅଛି, ତେଣୁ ଆପଣ ନିଜ ଦୁଃଖ ଏବଂ କଷ୍ଟକୁ ଅନ୍ୟ ଆଗରେ କହିପାରିବେ। କିନ୍ତୁ ଥରେ ଭାବନ୍ତୁ ନା, ଯେଉଁ ଜୀବଜନ୍ତୁଙ୍କର କହିବାର ଶକ୍ତି ନାହିଁ, ତାଙ୍କ ସହିତ ଏମିତି କିଛି ଘଟଣା ହୁଏ, ଯାହାକୁ ଦେଖିଲେ ଆପଣଙ୍କ ଲୋକ ଟାଙ୍କୁରୀ ଉଠିବ। ସେମାନଙ୍କର କହିବାର ଶକ୍ତି ନାହିଁ ବୋଲି ପାଟି ଖୋଲି ପଦୁଟିଏ ମଧ୍ୟ କାହାକୁ ନିଜର କଷ୍ଟ ବିଷୟରେ ଜଣାଇପାରନ୍ତି ନାହିଁ। ସେମାନେ କିପରି ଏହାକୁ ସହୁଥିବେ।

ଏମିତି ଏକ ଘଟଣା ବତକ ଟିଏ ସହିତ ଘଟିଛି। ଗତ କିଛି ଦିନ ତଳେ ଲୋକଙ୍କୁ ଏକ ବତକ ମିଳିଥିଲା, ଯାହାର ମୁଣ୍ଡରେ ଏକ ତୀର ଏପଟ ସେପଟ ହୋଇଯାଇଥିଲା। କିନ୍ତୁ ବତକଟି ବଞ୍ଚିଥିଲା। ତିନି ଜଣ ଲୋକ ତା ମୁଣ୍ଡରେ କପଡାଟିଏ ବାନ୍ଧି ତାକୁ ହସପିଟାଲ ନେଇଗଲେ। ସେଠାରେ ଅପରେସନ ପରେ ତା ମୁଣ୍ଡରୁ ତୀର ବାହାର କରାଯାଇଥିଲା। ରିପୋର୍ଟ ମୁତାବକ, ବତକ ମୁଣ୍ଡରେ ତିନି ମାସ ହେଲାଣି ତୀର ପଶିଯାଇଥିଲା।

duck

ଏହି ଘଟଣା ଚେକ ରିପବ୍ଲିକର ପେଲସସେନ ସହରର ଅଟେ। ଏଠାର ରାଡବୁଜା ନଦୀରେ ବତକ ପହଁରୁଥିବାର ବେଳେ ତା ମୁଣ୍ଡରେ ଏହି ତୀର ପସିଥିଲା। ସହରର ‘ ଆନିମଲ ରେସ୍କ୍ୟୁ ସେଣ୍ଟର’ର ମୁଖ୍ୟ କାର୍ଲ ମାକନ୍‌ ବତକକୁ ପ୍ରଥମ ଥର ପାଇଁ ଏପ୍ରିଲ ଧରି ଏହାକୁ କାଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବତକ ଖସି ପଳାଇଥିଲା। ତା’ ପରେ ତାକୁ ଏବେ ଧରାଯାଇଥିଲା। ବତକର ବେକରୁ ପସି ଏବଂ ତୀର ମୁଣ୍ଡରେ ଲାଗି ରହିଥିଲା। ତୀରର ମୁହଁ ଷ୍ଟିଲରେ ନିର୍ମିତ ଥିଲା, ଯେଉଁଥିରେ ଏକ ଫିସିଂ ଲାଇନ ଯୋଡା ହୋଇଥିଲା।

dd

ବତକକୁ ଧରିବା ପରେ, ସ୍ଥାନୀୟ ପଶୁ ଚିକିତ୍ସାଳୟକୁ ନେଇ ତା’ର ମୁଣ୍ଡକୁ ଏକ୍ସରେ କରାଯାଇଥିଲା। ପରେ ବହୁତ ସାବଧାନତାର ସହିତ ମୁଣ୍ଡରେ ତୀରକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା। ଏହା ପରେ ପୋଲିସ ଅପରାଧିଙ୍କୁ ଖୋଜିବା ପାଇଁ ତଦନ୍ତ ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.