ପୃଥିବୀ ଭଳି ଆଉ ଏକ ଗ୍ରହରେ ପାଣି, ନାସା କହିଲା ବର୍ତ୍ତମାନର ବଡ ଖୋଜ

ନାସା ସେୟାର କରିଛି କିଛି ଗୁରୁତ୍ୱପୂର୍ଣ୍ଣ ଫଟୋ । ଯାହା ବର୍ତ୍ତମାନ ସମୟରେ ପୃଥିବୀ ବାସୀଙ୍କ ପାଇଁ ବେଶ ଗୁରୁତ୍ୱବହନ କରୁଛି । ନାସାର ଖାସ ଟେଲିସ୍କୋପ ଜେମ୍ସ ବେବ ସ୍ପେସ ଟେଲିସ୍କୋପ କିଛି ଏଭଳି ଫଟୋ ସେୟାର କରିଛି ଯାହା ପ୍ରକୃତରେ ଆପଣଙ୍କୁ ଚକିତ କରିଦେବ । ଏହି ଫଟୋରେ ସ୍ପେସର ଅନେକ ଅଦ୍ଭୁତ ଚିତ୍ର ସାମନାକୁ ଆସିଛି । ଆଉ ଏହି ସବୁ ଫୋଟୋକୁ ସୋସିଆଲ ମିଡିଆରେ ବହୁ ମାତ୍ରାରେ ସେୟାର କରାଯାଉଛି । ଖାଲି ଏତିକି ନୁହେଁ ଟେଲିସ୍କୋପ ଏଭଳି କିଛି ସୂଚନା ଦେଇଛି ଯାହା ବେଶ ଗୁରୁତ୍ୱ ବଢାଉଛି ।

ପ୍ରକୃତ କଥା ହେଉଛି କି ଏହି ଟେଲିସ୍କୋପ ଏକ ଏଭଳି ଗ୍ରହର ପତ୍ତା ଲଗାଇଛି ଯେଉଁଠାରେ ପାଣିର ଆଶା ଆମେ ରଖିପାରିବା । ଅର୍ଥାତ ସେଠାରେ ପାଣି ଥିବା ନେଇ ସୂଚନା ଦେଇଛି ନାସା । ଯାହା ଦ୍ୱାରା ଅନୁମାନ ଲଗାଯାଉଛି କି ପୃଥିବୀ ଛଡା ଅନେକ ପ୍ରକାଶ ବର୍ଷରେ ଅନ୍ୟ କୌଣସି ଅଲଗା ଗ୍ରହରେ ମଧ୍ୟ ପାଣି ଥାଇପାରେ । ତେବେ ଜାଣିବା ନାସାରେ କେଉଁ ପ୍ରକାରର ଫୋଟୋ ସେୟାର କରାଯାଇଛି । ଏବଂ କେଉଁ ଗ୍ରହରେ ପାଣିର କଥା କୁହାଯାଉଛି । ଆଉ ଏହାକୁ ନେଇ ଅପଡେଟ ବର୍ତ୍ତମାନ କଣ ।

ନାସାର ଜେମ୍ସ ବେବ ସ୍ପେସ ଟେଲିସ୍କୋପ କୌଣସି ଅନ୍ୟ ଗ୍ରହରେ ପାଣି, ବାଦଲ ଥିବା ପତ୍ତା ଲଗାଇଛି । ଆଉ ଖାସ କଥା ଏଇଆ କି ଏହା ପୃଥିବୀରୁ ବହୁ କମ ଦୂରରେ ରହିଥିବା ଅନୁମାନ ଲଗାଯାଇଛି ନାସା ।

ପୃଥିବୀଠାରୁ ଏହା କେତେଦୂରରେ କହିବାକୁ ଗଲେ କୁହାଯାଉଛି କି ଏହା ଏକ ହଜାର ପ୍ରକାଶ ବର୍ଷ ଦୂରରେ ଅବସ୍ଥିତ ଓ ସୂର୍ଯ୍ୟ ଭଳି ଗ୍ରହର ପରିକ୍ରମା କରୁଛି । ଏହି ଗ୍ରହରେ ଗରମ ଗ୍ୟାସ ମଧ୍ୟ ଛାଇ ରହିଛି । ଅର୍ଥାତ କୁହାଯାଇପାରେ କି ଏହା ୯ଟ୍ରିଲିୟନ କିଲୋମିଟର ଦୂରରେ ଅବସ୍ଥିତ ।

ଏହି ଗ୍ରହକୁ ଡବ୍ଲୁ ଏଏସପି ୯୬ବି ବୋଲି କୁହାଯାଉଛି । ଏଥିରୁ ଟେଲିସ୍ପୋପର ଶକ୍ତିଶାଳୀ କ୍ଷମତାର ମଧ୍ୟ ଅନୁମାନ ଲଗାଯାଇପାରୁଛି । ଟେଲିସ୍କୋପ ଖୋଜିଥିବା ଗ୍ରହକୁ ୫୦୦୦ରୁ ଅଧିକ ଗ୍ରହ ମଧ୍ୟରେ ବି ଗୋଟିଏ ବୋଲି ଗଣାଯାଉଛି ବୋଲି କହିଛି ନାସା । ଏହି ଗ୍ରହ ଦକ୍ଷିଣ ଆକାଶ ନକ୍ଷତ୍ର ଫିନିକ୍ସରେ ରହିଛି ଏବଂ ଏହା ଗ୍ୟାସ ଜାଇଣ୍ଟ ବିଷୟରେ କହିଛି । ଯାହା ଆମ ସୋଲାର ସିଷ୍ଟମ ସହ ସିଧାସଳଖ ଅନୁରୂପ ନୁହେଁ ।

ନାସା ଅନୁସାରେ ଡବ୍ଲୁ ଏ ଏସପି ସୂର୍ଯ୍ୟ ଭଳି ଦେଖା ଯାଉଥିବା ତାରାର ବହୁତ ପାଖରେ । କୁହାଯାଉଛି କି ଏହା ବୁଧ ଓ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାର ଏକ ନବମ ଅଟେ ଓ ପୃଥିବୀର ଦିନ ଅନୁଯାୟୀ ସାଢେ ତିନି ଦିନରେ ଏକ ସର୍କିଟ ପୂରା କରେ । ଯେତେବଳେ ଏଭଳି ବଡ ଗ୍ରହରେ ଏଭଳି ବାତାବରଣ ମିଳୁଛି ତେବେ ଏହା ସୋଲାର ଖୋଜୁଥିବା ଲୋକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ।

ନାସା ତରଫରୁ ଯେଉଁ ଟେଲିସ୍କୋପର ଫଟୋ ସେୟାର କରାଯାଇଛି ତାହା ବ୍ରହ୍ମାଣ୍ଡର ସବୁଠାରୁ ହାଇ ରିଜଲ୍ୟୁସନର ଫୋଟୋ । ନାସାର ଦାବି କି ଏପର୍ଯ୍ୟନ୍ତ ଏଭଳି ଫୋଟୋ ନିଆଯାଇନାହିଁ । ନାସାର ପ୍ରମୁଖ କହିଛନ୍ତି କି ଏହି ଗ୍ରହର ଉଜ୍ୱଳତା ପୃଥିବୀ ଯାଏଁ ପହଞ୍ଚିବାକୁ ଶହେ ବର୍ଷ ସମୟ ଲାଗିଥାଏ ।

ଅନ୍ତରୀକ୍ଷର ଗଭୀରତାର ରହସ୍ୟକୁ ବାହାର କରିବାର ଲକ୍ଷ୍ୟ ନେଇ ସବୁଠୁ ବଡ ଓ ଶକ୍ତିଶାଳୀ ଟେଲିସ୍ପୋପକୁ ଲଞ୍ଚ କରାଯାଇଛି । ଏହା ପକ୍ଷରୁ ଅନେକ ଫୋଟୋ ସେୟାର କରାଯାଇଛି । ଯାହାକୁ ନେଇ ଆମେରୀକା ଅନ୍ତରୀକ୍ଷ ଏଜେନ୍ସି ନାସାର ପ୍ରଶାସକ ବିଲ ନେଲ୍ସନ କହିଛନ୍ତି କି ସବୁ ଫୋଟୋ ଏକ ନୂଆ ଖୋଜ ଅଟେ ଏବଂ ଏହା ମଣିଷକୁ ବ୍ରହ୍ମାଣ୍ଡର ଏଭଳି ରୂପ ଏହା ଦେଖାଇବ ଯାହାକୁ ଆଜି ପୂର୍ବରୁ କେବେ ଦେଖାଯାଇନାହିଁ । କହିରଖୁଛୁ କି ନାସା ଏହି ପ୍ରୋଜକ୍ଟ ଉପରେ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ଓ କନାଡାଇ ଅନ୍ତରୀକ୍ଷ ଏଜେନ୍ସି ସହ ମିଶି କାମ କରୁଛି । ଏକ ରିପୋର୍ଟ ମୁତାବିକ ଏହା ଉପରେ ୭୫୦୦୦କୋଟି ଟଙ୍କାର ଖର୍ଚ୍ଚ ସାମନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.