ବୃଦ୍ଧ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ରେଳ ସୁରକ୍ଷା କର୍ମୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କ୍ଷଣିକରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥାନ୍ତା କିନ୍ତୁ ଏହି ସୁରକ୍ଷା କର୍ମୀଙ୍କ ଯୋଗୁଁ ତାଙ୍କ ଜୀବନ ଆଜି ବଞ୍ଚି ଯାଇଛି । ଗୁଜୁରାଟର ଭାପି ଷ୍ଟେସନରେ ଜଣେ ବୃଦ୍ଧଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି ଏହି ସୁରକ୍ଷା କର୍ମୀ। ଯାହାର ପୁରା ଘଟଣା ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସିସିଟିଭିରେ କଏଦ ହେଲା ରେଳ ସୁରକ୍ଷା କର୍ମୀଙ୍କ ସାହସିକତା । ନିଜ କର୍ତ୍ତ୍ୟବକୁ ନିଷ୍ଠାର ସହ ପାଳନ କରୁଥିବାର ଦୃଶ୍ୟ ହେଲା ଭାଇରାଲ । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବି ଖାତିର କଲେନି । ନିଜ ଜୀବନକୁ ବାଜି ଲଗାଇ ଜଣେ ବୃଦ୍ଧଙ୍କୁ ବଞ୍ଚାଇଲେ ଜଣେ ସୁରକ୍ଷା କର୍ମୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର କିଛି ସେକେଣ୍ଡ ମଧ୍ୟରେ ନିଜ ସାହସିକତାର ପରିଚୟ ଦେଲେ । ଆଜିର ଏହି ସ୍ୱାର୍ଥବାଦୀ ଦୁନିଆରେ ଏବେ ବି ମାନବିକାତା ବଞ୍ଚି ରହିଥିବାର ଉଦାହରଣ ଦେଇଛନ୍ତି ଏହି ସୁରକ୍ଷା କର୍ମୀ । ତେବେ କ୍ଷଣିକରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥାନ୍ତା କିନ୍ତୁ ଏହି ସୁରକ୍ଷା କର୍ମୀଙ୍କ ଯୋଗୁଁ ତାଙ୍କ ଜୀବନ ଆଜି ବଞ୍ଚି ଯାଇଛି । ଗୁଜୁରାଟର ଭାପି ଷ୍ଟେସନରେ ଜଣେ ବୃଦ୍ଧଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି ଏହି ସୁରକ୍ଷା କର୍ମୀ। ଯାହାର ପୁରା ଘଟଣା ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷାକର୍ମୀଙ୍କ ପ୍ରଶଂସା କରାଯାଉଛି ।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଅନେକ ଲୋକ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଟ୍ରାକ୍ ପାରି କରୁଥିଲେ । ଏଭଳି କାର୍ଯ୍ୟ ରେଳବାଇର ନିୟମ ବିରୁଦ୍ଧ କିନ୍ତୁ ଲୋକମାନେ ନିୟମକୁ ନମାନି ଏଭଳି କରୁଥିବାର ଦେଖାଯାଇଛି । ତେବେ ମଙ୍ଗଳବାର ଦିନ ଗୁଜୁରାଟର ଭାପି ଷ୍ଟେସନରେ ଲୋକମାନେ ପ୍ଲାଟଫର୍ମକୁ ଯିବା ପାଇଁ ଟ୍ରାକ ପାରି କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ସୁରଟ-ବାନ୍ଦ୍ରା ଟର୍ମିନାସ ଇଣ୍ଟରସିଟି ଟ୍ରେନ୍ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଷ୍ଟେସନରେ ପ୍ରବେଶ କରୁଥିବା ବେଳେ ଜଣେ ବୃଦ୍ଧ ଟ୍ରାକ ପାର ହେଉଥିଲେ । କିନ୍ତୁ ଟ୍ରେନ୍ ପାଖେଇ ଆସୁଥିବା ବେଳେ ବୃଦ୍ଧ ଜଣକ ଝୁଣ୍ଟି ପଡ଼ି ଟ୍ରାକରେ ପଡ଼ିଯାଇଥିଲେ ଏବଂ ଉଠିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଉଠି ପାରି ନଥିଲେ ।

ତେବେ ଟ୍ରେନକୁ ତୁରନ୍ତ ଅଟକାଇବା ସମ୍ଭବ ହୋଇ ନଥିବା ବେଳେ GRP କର୍ମଚାରୀମାନେ ପ୍ଲାଟଫର୍ମରୁ ଡେଇଁ ବୃଦ୍ଧ ବ୍ୟକ୍ତିଙ୍କ ଆଡକୁ ଦୌଡ଼ିବାକୁ ଲାଗିଥିଲେ । ଟ୍ରେନ୍ ମାତ୍ର କିଛି ମିଟର ଦୂରରେ ଥିବା ସମୟରେ ହିଁ ଉକ୍ତ ବ୍ୟକ୍ତିଙ୍କୁ ଟ୍ରାକରୁ ବାହାର କରିଥିଲେ ସୁରକ୍ଷା କର୍ମୀ । ଏବଂ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ ସୁରକ୍ଷାକର୍ମୀ ଏବଂ ବୃଦ୍ଧ ବ୍ୟକ୍ତି । ତେବେ ବୃଦ୍ଧ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିବା ରେଳ ସୁରକ୍ଷା କର୍ମୀଙ୍କ ନାମ ହେଉଛି ବୀରାଭାଇ ମେରୁ । GRP କର୍ମୀ ନିଜ ଜୀବନକୁ ବିପଦରେ ପକାଇ ବୃଦ୍ଧ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିବାରୁ ସମେସ୍ତ ତାଙ୍କର ପ୍ରଶଂସା କରୁଛନ୍ତି ।

ଲୋକଙ୍କୁ ଟ୍ରାକ ପାର ନକରିବା ପାଇଁ ଚେତାବନୀ ଦେବା ସତ୍ତ୍ୱେ ମଧ୍ୟ ଲୋକମାନେ ଏଭଳି କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ । ମାତ୍ର କିଛି ମିନିଟ ବଞ୍ଚାଇବା ପାଇଁ ଲୋକମାନେ ଏଭଳି କାର୍ଯ୍ୟ କରନ୍ତି । ଯାହା ନିଜ ଜୀବନ ପ୍ରତି ବିପଦକୁ ଡାକି ଆଣିବା ସହ ସମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.