ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା, ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାଲିଯାତ୍ର ପଡିଆରେ ପହଁଞ୍ଚି ସାରିଲେଣି ବ୍ୟବସାୟୀ । ଦୋକାନ ଖୋଲିଲାଣି । ଲାଗିଲାଣି ବିଭିନ୍ନ ପ୍ରକାର ଦୋଳି ।

ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାଲିଯାତ୍ର ପଡିଆରେ ପହଁଞ୍ଚି ସାରିଲେଣି ବ୍ୟବସାୟୀ । ଦୋକାନ ଖୋଲିଲାଣି । ଲାଗିଲାଣି ବିଭିନ୍ନ ପ୍ରକାର ଦୋଳି ।

ଚଳିତବର୍ଷ ବାଲିଯାତ୍ରର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ଟନେଲ୍ ଆକ୍ବାରିୟମ । ଯାହାର ଭରପୁର ମଜା ନେବେ ଦର୍ଶକ।। ବାଲିଯାତ୍ରାର ସଂସ୍କୃତିକ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆସୁଛନ୍ତି ବଲିଉଡର ନାମୀଦାମୀ ସିଙ୍ଗର। ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ , କଣ୍ଠଶିଳ୍ପୀ ଯୋଡି ସଚିନ ଜିଗର କଟକ ବାଲିଯାତ୍ରା ପଡିଆରେ ଝୁମେଇବେ ।

ଲକ୍ଷାଧିକ ଲୋକଙ୍କ ସମାଗନ ସମ୍ଭାବନା ରହିଛି । ବୁଲା ବୁଲି ସାଙ୍ଗକୁ କିଣାବିକା ଓ ସୁସ୍ଵାଦ୍ୟ ଖାଦ୍ୟର ଭରପୁର ମଜା ଉଠାଇବେ ଦର୍ଶକ । ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷାକୁ ବି କଡ଼ାକଡ଼ି କରିଛି କମିଶନରେଟ ପୋଲିସ ।

ମୋଟ ୫୫ରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ। ସହରାଞ୍ଚଳ ପୋଲିସ ସହ ଜିଲ୍ଲା ପୋଲିସ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିବେ । ଉପର ଓ ତଳ ପଡ଼ିଆରେ ୨୬ଟି ପୋଲିସଏଡ୍ ପୋଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.