ମାହି ଜିତିଲେ ହୃଦୟ, ନିଜ ଟି-ସାର୍ଟରେ ସଫା କଲେ ପ୍ରଶଂସକଙ୍କ ବାଇକ୍‌; ପୁଣି ଦେଲେ ଅଟୋଗ୍ରାଫ୍‌

ମହେନ୍ଦ୍ର ସିଂ ଧୋନିଙ୍କ ବାଇକ୍ ପ୍ରତି ଥିବା ପ୍ରେମ କାହାକୁ ଅଛପା ନାହିଁ। ପୂର୍ବତନ ଭାରତୀୟ ଅଧିନାୟକ ଅନେକ ସମୟରେ ବାଇକ୍ ସହିତ ଦେଖାଯାଆନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିକୁ ଦେଖିବା ପରେ ଆପଣ କହିବେ ଯେ ଧୋନିଙ୍କଠାରୁ ବଡ଼ ବାଇକ୍‌ ସୌଖିନ ଆଉ କେହି ନାହାନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କ ବାଇକ୍ ପ୍ରତି ଥିବା ପ୍ରେମ କାହାକୁ ଅଛପା ନାହିଁ। ପୂର୍ବତନ ଭାରତୀୟ ଅଧିନାୟକ ଅନେକ ସମୟରେ ବାଇକ୍ ସହିତ ଦେଖାଯାଆନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିକୁ ଦେଖିବା ପରେ ଆପଣ କହିବେ ଯେ ଧୋନିଙ୍କଠାରୁ ବଡ଼ ବାଇକ୍‌ ସୌଖିନ ଆଉ କେହି ନାହାନ୍ତି। ଏଥିରେ ସେ ସମସ୍ତଙ୍କ ହୃଦୟ ଜିତି ଯାଇଛନ୍ତି।

ବାସ୍ତବରେ, ଧୋନି ତାଙ୍କ ଟି-ସାର୍ଟରେ ପ୍ରଶଂସକଙ୍କ ବାଇକ୍ ସଫା କରି ସେଥିରେ ଅଟୋଗ୍ରାଫ୍ ଦେଉଛନ୍ତି। ଭିଡିଓରେ ଧୋନି ଏକ ନାଲି ରଙ୍ଗର ବାଇକ୍‌କୁ ସଫା କରୁଛନ୍ତି। ତେବେ ଯେଉଁ ସ୍ଥାନରେ ତାଙ୍କୁ ଅଟୋଗ୍ରାଫ୍ ଦେବାର ଥିଲା, ସେହି ସ୍ଥାନକୁ ସେ ନିଜ ଟି-ସାର୍ଟରେ ପୋଛି ସଫା କରିଥିଲେ। ସେହି ସ୍ଥାନକୁ ସେ ଦୁଇଥର ସଫା କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ଦେଖାଯାଉଛି, ଧୋନି ବାଇକ୍‌ ଉପରେ ନିଜର ଅଟୋଗ୍ରାଫ୍ ଦେଉଛନ୍ତି। ଏହାପରେ ସେ ବାଇକ୍‌କୁ ଷ୍ଟାର୍ଟ କରୁଛନ୍ତି। ଗାଡ଼ି ଷ୍ଟାର୍ଟ କରିବା ପରେ ଧୋନିଙ୍କ ମୁହଁରେ ହସ ଦେଖାଯାଉଛି। ଏହି ସମୟରେ ମାହିଙ୍କୁ କଳା ଲୋୟର ଏବଂ ଟି-ସାର୍ଟରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.