ଏ ହେଉଛି ଦୁନିଆର ଏକମାତ୍ର ରେଷ୍ଟୁରାଣ୍ଟ, ଯେଉଁଠି କଥା ହେବା ମନା!

ଆପଣ ଦୁନିଆରେ ଅନେକ ଅଜବ ରେଷ୍ଟୁରାଣ୍ଟ ବିଷୟରେ ଶୁଣିଥିବେ। କେଉଁଠି ପାଣି ଭିତରେ ରେଷ୍ଟୁରାଣ୍ଟ ତିଆରି ହୋଇଛି ତ ଆଉ କେଉଁଠି ଭୟଙ୍କର ଖାଦ୍ୟ ସବୁ ପରଷା ଯାଉଛି। ଆଜି ଆମେ ଆପଣଙ୍କୁ ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଲୋକଙ୍କୁ କଥା ହେବା ପାଇଁ ଅନୁମତି ନାହିଁ। କେବଳ ଈଶାରାରେ ହିଁ ଖାଦ୍ୟପେୟ ଅର୍ଡର କରାଯାଇଥାଏ।

re4

ଏହା ବହୁତ ଅଜବ ଧରଣର ରେଷ୍ଟୁରାଣ୍ଟ, ଯାହାକି କିଛିଦିନ ହେବ ଚୀନର ଗୁଆଙ୍ଗଝୁରେ ଖୋଲିଛି। ରେଷ୍ଟୁରାଣ୍ଟର ଆରମ୍ଭ ଷ୍ଟାର୍‌ବକ୍ସ କରିଥିଲେ। ଏହାକୁ ‘ସାଇଲେଣ୍ଟ କାଫେ’ ନାଁ ଦିଆଯାଇଛି।

ରେଷ୍ଟୁରାଣ୍ଟର ଖାସ୍‌ କଥା ହେଉଛି, ଆପଣ ଏଠି ଯାହା ବି ମଗାଇବାକୁ ଚାହିଁବେ, ନିଜ ହାତର ଈଶାରାରେ ମେନ୍ୟୁ କାର୍ଡର ନମ୍ବରକୁ ଚିହ୍ନାଇବେ। ଅର୍ଡର ଦେବାର ମାତ୍ର କିଛି ମିନିଟ୍‌ ଭିତରେ ଆପଣଙ୍କ ପାଖରେ ଖାଦ୍ୟ ଆସି ପହଞ୍ଚିଯିବ।

re6

ଏହି ରେଷ୍ଟୁରାଣ୍ଟରେ ଅନେକ ପ୍ରକାରର ସୁବିଧା ଦିଆଯାଇଛି। ଯଦି କେହି ଗ୍ରାହକ କର୍ମଚାରୀମାନଙ୍କୁ ବୁଝେଇ ପାରୁନାହାନ୍ତି, ତା’ହେଲେ ସେ ନିଜ କଥାକୁ ନୋଟ୍‌ପ୍ୟାଡ୍‌ରେ ମଧ୍ୟ ଲେଖି ଦେଇପାରିବେ। ଏହାସହ ଏଠାରେ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ଡିଜିଟାଲ ଯୋଗାଯୋଗର ବି ସୁବିଧା ଉପଲବ୍ଧ ରହିଛି।

re77

କେବଳ ଏତିକି ନୁହେଁ, ରେଷ୍ଟୁରାଣ୍ଟର କାନ୍ଥରେ ସାଙ୍କେତିକ ଭାଷାର ଚିହ୍ନ ଏବଂ ସୂଚନା ଅର୍ଥାତ୍‌ ଇଣ୍ଡିକେଟର ଅଙ୍କାଯାଇଛି। ଯେପରି ଗ୍ରାହକମାନେ କଥାର ବୋଲ୍‌କୁ ସହଜରେ ବୁଝିପାରିବେ। ତେବେ ଏଭଳି ରେଷ୍ଟୁରାଣ୍ଟ ତିଆରି କରାଯିବାର ମୂଳ ଉଦ୍ଦେଶ୍ୟ ହେଉଛି, କହି ଏବଂ ଶୁଣିପାରୁ ନ ଥିବା ଲୋକଙ୍କ ଭାଷାକୁ ବୁଝିବା ପାଇଁ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା।

re8

ଏବେ ଏଠାରେ କେବଳ ୩୦ଜଣ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୪ଜଣ କର୍ମଚାରୀଙ୍କୁ ଶୁଣାଯାଉନାହିଁ। ଶୁଣିପାରୁ ନ ଥିବା ଲୋକଙ୍କୁ ଭବିଷ୍ୟତରେ ଅଧିକରୁ ଅଧିକ ଚାକିରି ଦେବା ଲକ୍ଷ୍ୟରେ ରେଷ୍ଟୁରାଣ୍ଟରେ ଏଭଳି ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.