ଭିଡିଓ ବନାଉଥିବା ବେଳେ ପଛରୁ ଆସିଲା ଏମିତି ଶବ୍ଦ ଯାହା ଶୁଣିବା ପରେ ଲାଜରେ ନାଲି ହୋଇଗଲେ ଶାହରୁଖ ଖାନ, ଦେଖନ୍ତୁ ଭିଡିଓ

ବଲିଉଡର କିଙ୍ଗ ଅର୍ଥାତ ଶାହରୁଖ ଖାନ ଆଜିକାଲି ଆକ୍ଟିଙ୍ଗ ଠାରୁ ପ୍ରାୟ ଦୁରେଇ ରହୁଛନ୍ତି କିନ୍ତୁ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ସାହାଯ୍ୟରେ ସେ ନିଜ ଫ୍ୟାନ ମାନଙ୍କ ସହ ଯୋଡି ହୋଇ ରହୁଛନ୍ତି । ତେବେ ନିକଟରେ ପୁଣିଥରେ ଶାହରୁଖ ନିଜ ଟ୍ୱିଟ ଜରିଆରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଭିଡିଓରେ ଶାହରୁଖ ଖାନ ନିଜର ଫିଲ୍ମ ‘ରଇସ’ ର ଡାଇଲଗ କହୁଥିବା ଏକ ଭିଡିଓ ବନାଉଥିଲେ କିନ୍ତୁ ଠିକ ସେହି ସମୟରେ ଅଚାନକ ପଛରୁ କିଛି ଆୱାଜ ଆସୁଛି ତ କିଙ୍ଗ ଖାନଙ୍କ ମୁଁହ ଲାଜରେ ଲାଲ ହୋଇଯାଇଛି । ଏହି ଭିଡିଓରେ ଅଭିନେତାଙ୍କ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଅତି ଦ୍ରୁତ ଗତିରେ ଭାଇରଲ ହେଉଥିବା ଏହି ଭିଡିଓରେ ଶାହରୁଖ ଖାନ ଅତି ଗମ୍ଭୀରତାର ସହ କହୁଛନ୍ତି “କୋଈ ଭି ଧନ୍ଦା ଛୋଟା ୟା ବଡା ନେହିଁ ହୋତା ଔର ଧନ୍ଦେ ସେ ବଡା କୋଈ ଧର୍ମ ନେହିଁ ହୋତା” । ତେବେ ଅଚାନକ ସେହି ସମୟରେ ପଛରୁ କେହି କହୁଛି ଆରେ ତୁ ଅତିଶୀଘ୍ର ପିକ୍ଚର ଆରମ୍ଭ କର ନା ! ଧନ୍ଦା ଧନ୍ଦା କହୁଚୁ କିନ୍ତୁ କିଛି କରୁନୁ । ପଛରୁ ଏହିକଥା ଶୁଣି ଶାହରୁଖ ହଠାତ ହସିବା ଆରମ୍ଭ କରିଦେଉଛନ୍ତି ।

शाहरुख खान बना रहे थे Video, तभी पीछे से आई ऐसी आवाज, शर्म के मारे लाल हो गए किंग खान- देखें Video

ତେବେ ଶାହରୁଖ ଖାନଙ୍କର ଏହି ଭିଡିଓ ଉପରେ ଫ୍ୟାନ ମାନଙ୍କର ଅନେକ ପ୍ରକାର କମେନ୍ଟ ଦେଖିବାକୁ ମିଳିଛି । ୱାର୍କଫ୍ରଣ୍ଟ କଥା କହିଲେ ଶାହରୁଖ ଶେଷଥର ପାଇଁ ତାଙ୍କ ଫିଲ୍ମ ଜିରୋ ରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ସେ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କ ସହିତ ଦେଖିବାକୁ ମିଳିଥିଲେ । ତେବେ ଏହି ଚଳଚ୍ଚିତ୍ର ପରେ ଶାହରୁଖ ଖାନ ତାଙ୍କର ଅନ୍ୟ କୌଣସି ଫିଲ୍ମ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.