ଏୟାରପୋର୍ଟରେ ନବଜାତ ଶିଶୁକୁ ଛାଡି ଫ୍ଳାଇଟରେ ଯାତ୍ରା କଲେ ମା’, ଅଧାବାଟରେ ଜାଣିବା ପରେ….

କଣ ଆପଣ କେବେ ଶୁଣିଛନ୍ତି କି କୌଣସି ଯାତ୍ରୀ ଯଦି ଏୟାରପୋର୍ଟରେ ରହିଯାଇଥାଏ କିମ୍ବା ତାଙ୍କ ସହିତ ଯାତ୍ରା କରୁଥିବା ସମ୍ପର୍କିୟ ଯଦି ରହିଯାଇଥାନ୍ତି ତେବେ ଫ୍ଳାଇଟ୍ ସେମାନଙ୍କୁ ନେବା ପାଇଁ ପୁଣି ଅଧା ରାସ୍ତାରୁ ଫେରିକି ଆସିଥାଏ । ଆପଣ ହୁଏତ କେବେ ଏକଥା ଶୁଣିନଥିବେ । ତେବେ ଫ୍ଳାଇଟରେ ଯାତ୍ରା କରିବା ସମୟରେ କିଏ ନିଜର ଜିନିଷ ପତ୍ର ଛାଡିଦେବା ସାମାନ୍ୟ କଥା ହୋଇଥିବାବେଳେ ଏଭଳି ଘଟଣା ବହୁତ କମ୍ ଘଟିଥାଏ। କିନ୍ତୁ ଯଦି କୌଣସି ଯାତ୍ରୀ ନିଜର ନବଜାତ ଶିଶୁକୁ ଏୟାରପୋର୍ଟରେ ଛାଡି ଫ୍ଳାଇଟରେ ଯାତ୍ରା ଆରମ୍ଭ କରିଦିଏ ତେବେ ଏହା ବହୁତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଅଟେ ।

childଏଭଳି ଏକ ଘଟଣା ଘଟିଛି ଜିଦ୍ଦାହ ର କିଙ୍ଗ୍ ଅବଦୁଲ୍ଲାଜିଜ୍ ଇଣ୍ଟରନାସନାଲ୍ ଏୟାରପୋର୍ଟରେ । ଏଠାରେ ଜଣେ ସାଉଦି ମହିଳା ନିଜ ନବଜାତ ଶିଶୁକୁ ଏୟାରପୋର୍ଟରେ ଛାଡିକି ସାଉଦି ଆରବ ଏୟାରଲାଇନ୍ ଫ୍ଳାଇଟରେ ଚଢିଯାଇଥିଲେ । ସୂଚନା ମୁତାବକ ଫ୍ଳାଇଟ୍ ରେ ବସିବାର କିଛି ସମୟ ପରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ କି ସେ ତାଙ୍କ ଶିଶୁଟିକୁ ଏୟାରପୋର୍ଟ ର ୱେଟିଙ୍ଗ୍ ହଲ୍ ରେ ଛାଡିଦେଇଛନ୍ତି। ଏହାପରେ ମହିଳା ପାଇଲଟଙ୍କୁ ଫ୍ଳାଇଟ୍ କୁ ପୁନଶ୍ଚ ଅବଦୁଲ୍ଲାଜିଜ୍ ଏୟାରପୋର୍ଟକୁ ନେବା ପାଇଁ ଜିଦ୍ କରିଥିଲେ । ଜେଦ୍ଦାରୁ କୁଆଲାଲମ୍ପପୁର ଯାଉଥିବା ଫ୍ଳାଇଟ୍ SV832 ରେ ମହିଳା ଜଣଙ୍କ ପାଖରୁ ଏହି କଥା ଶୁଣିବାପରେ ପାଇଲଟ ଫ୍ଳାଇଟକୁ ପୁଣି ଫେରାଇନେଇଥିଲେ ।

planeଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲଙ୍କୁ ଏହା ଗୁହାରୀ କରୁଛନ୍ତି କି ତାଙ୍କୁ ପୁନଶ୍ଚ ଫ୍ଳାଇଟଟିକୁ ଅବଦୁଲ୍ଲାଜିଜ୍ ଏୟାରପୋର୍ଟ ନେବାକୁ ଅନୁମତି ଦିଆଯାଉ । ଏହାପରେ ଅନୁମତି ଦିଆଯାଇଥିଲା ଯାହାଫଳରେ ମହିଳା ଜଣଙ୍କ ନିଜ ଶିଶୁ ପାଖରେ ପହଁଚିପାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.