ମିଛ ବିବାହ କରି ଯୁବତୀ ହେଲେ ଭାଇରାଲ, ୧୯ ଜଣଙ୍କଠୁ ଲୁଟି ନେଲେ କୋଟି କୋଟି ଟଙ୍କା

ଚୀନର ଜଣେ ମହିଳା ୧୯ ଜଣଙ୍କୁ ବିବାହ କରିବା ଘଟଣାକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ମୁତାବକ, ଏହି ମହିଳା ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ଜଣ ଲୋକଙ୍କୁ ବିବାହ ସ୍କାମ କରି ୨ କୋଟିରୁ ଅଧିକ ଟଙ୍କା ଲୁଟି ସାରିଛନ୍ତି । ଏହି ଖବର ସତ୍ୟାସତ୍ୟ ମଧ୍ୟ ଫିଲ୍ମି ଷ୍ଟାଇଲରେ ସାମ୍ନାକୁ ଆସିଥିଲା । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଣେ ବ୍ୟକ୍ତି ଏହି ଯୁବତୀକୁ ବିବାହ କରିଥିଲେ । ପରେ କାମରେ ବ୍ୟସ୍ତ ଥିବା ସମୟରେ ଲାଇଭ ଷ୍ଟ୍ରିମିଙ୍ଗ କରୁଥିଲେ ଯେଉଁଠି ସେ ନିଜ ପତ୍ନୀର ଅନ୍ୟ ଏକ ବିବାହ ହେଉଥିବାର ଦେଖିବାକୁ ପାଇଲେ । ଏଠାରେ ଯୁବତୀ ଜଣକ ନବ ବଧୂ ବେଶରେ ସଜେଇ ହୋଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଥିଲେ ।

78734
pc: aajtak

ଉରଦ ଗାଁରେ ରହୁଥିବା ୩୫ ବର୍ଷର ଏହି ବ୍ୟକ୍ତି ଜଣକ ଖବର ଜାଣି ନିଜକୁ ରୋକି ପାରିନଥିଲେ । ବିବାହ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲେ । ଏହାପରେ ବିବାହ ସ୍ଥାନକୁ ପୋଲିସ ଡକାଗଲା । ଏହାପରେ ମାମଲାର ସତ୍ୟତା ଜାଣିବା ପରେ ପୋଲିସ ଯୁବତୀ ଜଣଙ୍କୁ ଗିରଫ କରିଥିଲା । ଫ୍ରଡ ବିବାହ କରି ଲୋକଙ୍କଠୁ ଅନେକ ଟଙ୍କା ଲୁଟୁଥିଲେ ଏହି ମହିଳା ଜଣକ । ଏଥିପାଇଁ ପୋଲିସ ଏହି ଯୁବତୀ ସହ ୩ ଜଣ ସାଥିଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.