ବୃଦ୍ଧକାଳେ ହେଲେ ଘରୁ ବହିଷ୍କୃତ, ପରେ ଏମିତି କିଛି କରି ସୋସିଆଲ ମିଡିଆରେ ହେଲେ ଭାଇରାଲ

ସୋସିଆଲ ମିଡିଆରେ ଏଭଳି ଜଣେ ପିତାଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜକୁ ସମ୍ଭାଳି ପାରିବେ ନାହିଁ। ପିଲା ନିଜ ବାପା ମାଆଙ୍କୁ ଘରୁ ବାହାର କରିଦେଉଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଲାଣି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ବୁଢ଼ାବାପାକୁ ପିଲାମାନେ ଘରୁ ବାହାର କରିଦେଇଛନ୍ତି । ନିଜ ପେଟ ପୋଷିବାକୁ ଯାଇ ସେହି ବ୍ୟକ୍ତି ଜଣକ ପେଣ୍ଟିଙ୍ଗସ୍ କରି ବିକୁଛନ୍ତି ।

ବଜାରରେ ପେଣ୍ଟିଙ୍ଗସ୍ ବିକି ନିଜ ପେଟକୁ ଦାନା ଦେବା ପାଇଁ ବ୍ୟକ୍ତି ଜଣକ ଆଗେଇ ଆସିଛନ୍ତି । ହେଲେ କରୋନା ମହାମାରୀରେ ଲକଡାଉନ ପାଇଁ ବିକିବା ସମ୍ଭବପର ହେଉନାହିଁ । ଗୋଟେ ବେଳା ଦାନ ଯୋଗାଡିବା ବି ଏବେ କାଠିକାର ପାଠ । ଏହାକୁ ଦେଖି ଜଣେ ଟ୍ୱିଟର ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାସହ ଲୋକ ଏହି ବ୍ୟକ୍ତି ଜଣକୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । ପେଣ୍ଟିଂ କିଣି ତାଙ୍କୁ ଆର୍ଥିକ ରୁପେ ସହାୟତା କରିବା ପାଇଁ କହିଛନ୍ତି ।

ଏହାକୁ @Sajeda_Akhtar ନାମକ ଟ୍ୱିଟର ୟୁଜର ୨୪ ମଇରେ ସେୟାର କରିଥିଲେ । ଏହାସହ ତାଙ୍କର ଆବଶ୍ୟକୀୟ ତଥ୍ୟ ମଧ୍ୟ ସେୟାର କରିଥିଲେ । ଆର୍ଟିଷ୍ଟ ସୁନିଲ ପାଲ୍ ନାମକ ଏହି ବ୍ୟକ୍ତି କୋଲକତାରେ ରୁହନ୍ତି । ଏହାସହ ସେ ନିଜ ପେଣ୍ଟିଂକୁ ୫୦-୧୦୦ ଟଙ୍କା ମଧ୍ୟରେ ବିକିଥାନ୍ତି । ଏହିଦିନ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଦାଉରେ ପଡିଛି । ତେଣୁ ଯେତେ ପାରୁଛନ୍ତି ସେତେ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.