ବିଲେଇଠାରୁ ଝିଅକୁ ହେଲା ଏମିତି ସଂକ୍ରମଣ, ହଠାତ ଝଡ଼ିଗଲା ମୁଣ୍ଡର ସବୁ କେଶ

ଏକ ବିଲେଇକୁ ପାଳିବା ଏତେ ମହଙ୍ଗା ପଡ଼ିଯିବ ବୋଲି ଚୀନର ଏକ ପରିବାର କେବେ ବି ଭାବି ନ ଥିଲେ। ବିଲେଇଠାରୁ ଝିଅକୁ ଏମିତି ସଂକ୍ରମଣ ହେଲା ଯେ ଏକ ସପ୍ତାହ ଭିତରେ ହିଁ ମୁଣ୍ଡର କେଶ ଝଡ଼ିବା ଆରମ୍ଭ ହୋଇଗଲା। ଏବେ ପୂରା ପରିବାର ଛୋଟ ଝିଅଟିକୁ ହୋଇଥିବା ଏଭଳି ସଂକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି।

ଦକ୍ଷିଣ-ପୂର୍ବ ଚୀନର ଶେନଝୋନ ସହରରେ ରହୁଥିବା ଏହି ପରିବାର ପାଇଁ ବିଲେଇ ସମସ୍ୟା ପାଲଟି ଯାଇଥିଲା। ଝିଅଟି ଜିଦି କରିବାରୁ ବାପା, ମାଆ ତାକୁ ଏହି ବିଲେଇ ଆଣି ଦେଇଥିଲେ। ଯଦିଓ ବିଲେଇଟି ଝିଅକୁ କୌଣସି କ୍ଷତି ପହଞ୍ଚାଇ ନ ଥିଲା, କିନ୍ତୁ ତା’ ଦ୍ୱାରା ସଂକ୍ରମଣ ବ୍ୟାପି ବଡ଼ ସମସ୍ୟା ଛିଡ଼ା କରି ଦେଇଥିଲା।

ଖବର ମୁତାବକ, ବିଲେଇଟି ଝିଅକୁ ଟିନିଆ କ୍ୟାପିଟିସରେ ସଂକ୍ରମିତ କରି ଦେଇଛି। ଏହା ଏମିତି ଏକ ସଂକ୍ରମଣ, ଯଦ୍ଦ୍ୱାରା ମୁଣ୍ଡରେ ଛୋଟ ଛୋଟ ହୋଇ ଫଳି ଯାଇଥାଏ। ଏହି ରୋଗ କୌଣସି ସଂକ୍ରମିତ ପ୍ରାଣୀ କିମ୍ବା ବ୍ୟକ୍ତିଙ୍କ ନିକଟ ସମ୍ପର୍କରେ ଆସିବା ଦ୍ୱାରା ବ୍ୟାପିଥାଏ। ଏଥିରେ ମୁଣ୍ଡରୁ ସମସ୍ତ କେଶ ଝଡ଼ି ଯାଇଥାଏ। କୁଣ୍ଡେଇ ହୋଇଥାଏ ଏବଂ ତ୍ୱଚା ଶୁଷ୍କ ହୋଇଯାଏ।

ତେବେ ଝିଅର ବାପା, ମାଆଙ୍କ କହିବା ହେଲା, ଯେ ପର୍ଯ୍ୟନ୍ତ ସ୍ଥିତି ଠିକ ନ ହୋଇଛି, ଆମକୁ ଝିଅର ମୁଣ୍ଡ ଲଣ୍ଡା କରିବାକୁ ପଡ଼ିବ। ସେପଟେ ନିଜ କେଶକୁ ନେଇ ଝିଅଟି ମଧ୍ୟ ଖୁବ ଚିନ୍ତିତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.