ଆଜି ଯାଏ କିଛି ଗାଁ ପାଇଁ ଅପହଞ୍ଚ ସ୍ୱାସ୍ଥ୍ୟ ସେବା: ରାସ୍ତା ମଝିରେ ନାଳ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହାହେଲେ ଗର୍ଭବତୀ । ସତ କହିବାକୁ ଗଲେ ଆଜି ଯାଏ କିଛି ଗାଁ ପାଇଁ ଅପହଞ୍ଚ ସ୍ୱାସ୍ଥ୍ୟ ସେବା । ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ।

ମୋହନା(କେନ୍ୟୁଜ): ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହାହେଲେ ଗର୍ଭବତୀ । ସତ କହିବାକୁ ଗଲେ ଆଜି ଯାଏ କିଛି ଗାଁ ପାଇଁ ଅପହଞ୍ଚ ସ୍ୱାସ୍ଥ୍ୟ ସେବା । ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଗାଁର ଲୋକମାନେ ବହୁ ଦୁଃଖ କଷ୍ଟରେ ଦିନ ବିତାଉଛନ୍ତି ସତ, କିନ୍ତୁ ଶାରୀରିକ ଅସୁସ୍ଥତା ସମୟରେ ବହୁତ ହଇରାଣ ହେଉଛନ୍ତି । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଗାଁ କୁ ଗଲାନି ଆମ୍ବୁଲାନ୍ସ । ଯାହାଫଳରେ ଆମ୍ବୁଲାନ୍ସ କର୍ମୀ ୨କିମି ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚି ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଜକରାପଲ୍ଲୀ ଗ୍ରାମରେ । ସୂଚନା ମୁତାବକ, ଜକରାପଲ୍ଲୀ ଗ୍ରାମର ଅମ୍ବିକା ରଇତଙ୍କର ଶନିବାର ସକାଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାର ଲୋକେ ତୁରନ୍ତ ୧୦୮ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ କିନ୍ତୁ ପଥୁରିଆ ଅଣ ଓସାରିଆ ରାସ୍ତା ଏବଂ ରାସ୍ତାରେ ନାଳ ପଡୁଥିବା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମ ଠାରୁ ୨କିଲୋମିଟର ଦୂରରେ ରହିଯାଇଥିଲା ।

ଫଳରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଏବଂ କର୍ମଚାରୀ ମାନେ ଗ୍ରାମକୁ ଯାଇ ଅମ୍ବିକାଙ୍କୁ ଗ୍ରାମବାସୀଙ୍କ ସହାୟତରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହାପରେ ତାଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅମ୍ବିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାପହିଛି । ଏପଟେ ଉଭୟ ମାଁ ଏବଂ ଶିଶୁ ଏବେ ସୁସ୍ଥ ଥିବା ନେଇ ସୂଚନା ମିଳିଛି । ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିବା ସହ ଉକ୍ତ ଗ୍ରାମକୁ ପକ୍କା ରାସ୍ତାଟିଏ ଯୋଗାଇଦେବା ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.