ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ କରୋନା ଭାଇରସ୍‌ ସଂକ୍ରମଣର ଆଶଙ୍କା କମ୍‌, ରିସର୍ଚ୍ଚ ହେଲା ଖୁଲାସା

ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ କରୋନା ଭାଇରସ୍‌ ଅଧ୍ୟୟନରେ ନୂଆ ଓ ରୋଚକ କଥା ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ସର୍ଭେରେ ଜଣାଯାଇଛି ଯେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ କରୋନା ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ସର୍ଭେ ମୁତାବକ ପୁରୁଷ ଓ ମହିଳାଙ୍କ ଠାରେ କରୋନା ପ୍ରଭାବ ଭିନ୍ନ ଭିନ୍ନ ଦେଖିବାକୁ ମିଳେ।

ରିସର୍ଚ୍ଚ ଅନୁସାରେ ମୃତ୍ୟୁହାର ଓ ସଂକ୍ରମଣକୁ ତୁଳନା କରିବା ପରେ ଜଣାଯାଇଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ସଂକ୍ରମିତ ହେଉଛନ୍ତି। ସଂକ୍ରମଣର ହାର କମ୍‌ ଥିବାରୁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ହାର ଅଧିକ ରହିଛି। ଏହି ରିସର୍ଚ୍ଚ ପିଏନ୍‌ଏଏସ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ମାର୍ଚ୍ଚ-ଏପ୍ରିଲ ୨୦୨୦ରେ ଏହି ରିସର୍ଚ୍ଚ ହୋଇଥିଲା।

corona2

ରିସର୍ଚ୍ଚରେ କୁହାଯାଇଛି ମହିଳାମାନେ କରୋନା ମହାମାରୀକୁ ବହୁତ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଗ୍ରହଣ କରିଥିବାରୁ ସେମାନେ ଏଥିପାଇଁ କରାଯାଇଥିବା ନିୟମକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ଏଥିସହ ଏଥିପାଇଁ ଆବଶ୍ୟକୀୟ ପ୍ରତିରୋଧକ ବି ନେଉଛନ୍ତି। ଏଣୁ ସେମାନଙ୍କ ଠାରେ ଏହି ରୋଗର ଆଶଙ୍କା କମ୍‌ ରହିଛି। କିନ୍ତୁ ପୁରୁଷମାନେ ନିୟମ ପାଳନ କରୁନଥିବାରୁ ସେମାନେ ଅଧିକ ସଂକ୍ରମିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.