ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୨୩୩ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୩୧୩ ଜଣ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରୁ ଆଜି ମୋଟ ୨୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୧ ଜଣ ସଂଗରୋଧରୁ ଆସିଥିବା ବେଳେ ୧୮୨ ଜଣ ଲୋକାଲ୍ କଣ୍ଟାକ୍ଟରୁ ଆସିଥିବା ଜଣାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏ ସମ୍ପର୍କରେ ଟ୍ଵିଟ୍ କରି ସୂଚନା ଦେଇଛି । ଭୁବନେଶ୍ୱରରୁ ଆଜି ସୁସ୍ଥ ହୋଇଛନ୍ତି ୩୧୩ ଜଣ ଆକ୍ରାନ୍ତ ।


ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର‌୍ୟ୍ୟନ୍ତ ୨୭ ହଜାର ୨୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୪ ହଜାର ୧୪୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨୯୨୭ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି । ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ଆଜି ଚନ୍ଦ୍ରଶେଖରପୁର, ୟୁନିଟ-୨, ପଟିଆ, ଖଣ୍ଡଗିରି, ଲକ୍ଷ୍ମୀସାଗର, ବମିଖାଲ, ଝାରପଡ଼ା ଇତ୍ୟାଦି ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.