ଚୀନ୍‌ରେ ଫ୍ରୋଜେନ୍‌ ଫୁଡ୍‌ରୁ ମିଳିଲା ଜୀବନ୍ତ କରୋନା ଭାଇରସ୍‌, ବଢ଼ିଲା ସଂକ୍ରମଣ ଆଶଙ୍କା

ଚୀନ୍‌ରୁ ମିଳିଲା ଜୀବନ୍ତ କରୋନା ଭାଇରସ୍‌। ଚୀନ୍‌ର ସ୍ୱାସ୍ଥ୍ୟ ପ୍ରାଧିକରଣ କିଙ୍ଗଦାଓ ସହରରେ ଫ୍ରୋଜେନ୍‌ ଫୁଡ୍‌ ପ୍ୟାକେଟ୍‌ର ବାହାର ପଟେ ଏକ ଜୀବନ୍ତ କରୋନା ଭାଇରସ୍‌ ପାଇଛନ୍ତି। ଚୀନୀ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍‌(ସିଡିସି) ଶନିବାର ଏକ ବୟାନରେ କହିଛନ୍ତି ଚୀନ୍‌ରେ ପ୍ରଥମ ଥର ପାଇଁ ଏକ ଜୀବନ୍ତ କରୋନା ଭାଇରସ୍‌ କୋଲ୍ଡ ଚେନ୍‌ ଫୁଡ୍‌ର ବାହାର ପ୍ୟାକେଜିଂରୁ ଅଲଗା କରାଯାଇଛି। ଏଥିସହ ସିଡିସି ପକ୍ଷରୁ କୁହାଯାଇଛି ଯେ ଫ୍ରୋଜେନ୍‌ ଫୁଡ୍‌ର ପ୍ୟାକେଟ୍‌ରୁ କରୋନା ବ୍ୟାପିବାର ଆଶଙ୍କା ଅଧିକ ରହିଛି।

covid

ଏହି ଜୀବନ୍ତ କରୋନା ଭାଇରସ୍‌ ସମ୍ପର୍କରେ ଜଣାପଡ଼ିବା ପରେ ସହରର ୧୧ ମିଲିୟନ୍‌ ଲୋକଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ମାତ୍ର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ କରୋନା ବ୍ୟାପିବାର ମାଧ୍ୟମ ବିଷୟରେ ରିସର୍ଚ୍ଚ କରାଯିବାରୁ ଜଣାଯାଇଛି ଯେ ଫ୍ରୋଜେନ୍‌ ସାମଗ୍ରୀ ପ୍ୟାକେଟ୍‌ରୁ କରୋନା ବ୍ୟାପିବାର ଆଶଙ୍କା ଅଧିକ ରହିଛି। ଖାସ୍‌ କରି ଦୂଷିତ ଜିନିଷ ସଂସ୍ପର୍ଶରେ ଆସିବା ପରେ କରୋନା ଅଧିକ ବ୍ୟାପୁଛି।

ତେବେ ଏହି ଦୂଷିତ ପ୍ୟାକେଜ୍‌ କେଉଁ ଦେଶରୁ ଆସିଥିଲା ସେ ନେଇ କିଛି କୁହାଯାଇନାହିଁ। କିନ୍ତୁ ଏବେ ଦେଶରେ କରୋନା ସ୍ଥିତି ସାଧାରଣ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.