Video: ଖାଲି ତାଟିଆ ଦେଖି ରାଗରେ ଜଳି ଉଠିଲା କୁକୁର, ମାଲିକ ସାମ୍ନାରେ ଫିଙ୍ଗି ଦେଲା ବାସନ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ଭୋକିଲା କୁକୁରକୁ ତା’ ବାସନରେ ଖାଇବା ଦିଆଯାଇ ନ ଥିବାରୁ ସେ ଭୁକି ଭୁକି ପୂରା ଏରିଆ କମ୍ପାଇ ଦେଇଥିଲା। କୁକୁରଟି ସେ ପର୍ଯ୍ୟନ୍ତ ଭୁକି ଚାଲିଥିଲା, ଯେ ପର୍ଯ୍ୟନ୍ତ ତା’ ବାସନରେ ଖାଦ୍ୟ ଦିଆଯାଇ ନ ଥିଲା। ଏହି ମଜାଦାର ଭିଡିଓରେ ଆପଣମାନେ କୁକୁରର ରାଗ ବି ଦେଖିବାକୁ ପାଇପାରିବେ।

ଭିଡିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ୍‌ ଅଫିସର ପ୍ରବୀଣ ଅଙ୍ଗୁସାମୀ ଟ୍ଵିଟରରେ ଶେୟାର କରିଛନ୍ତି, ଯାହାକୁ ୟୁଜରମାନେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୁକୁରଟି ବହୁତ ଭୋକିଲା ଅଛି। ସେ ଯେତେବେଳେ ତା’ ପ୍ଲେଟ୍‌ ଖାଲି ଥିବା ଦେଖିବାକୁ ପାଇଛି, ତ ସେ ଜୋର୍‌ରେ ଭୁକିବାକୁ ଲାଗୁଛି। ଏହାପରେ ଖାଲି ତାଟିଆକୁ କାମୁଡ଼ି ମାଲିକ ସାମ୍ନାରେ ଫିଙ୍ଗି ଦେଉଛି। ପୁଣି ଭୋକିବାକୁ ଲାଗୁଛି। ଯେମିତି ଲାଗୁଛି, ସେ ମାଲିକକୁ ଖାଦ୍ୟ ଦେବାକୁ କହୁଛି।

ପ୍ରବୀଣ ଅଙ୍ଗୁସାମୀ ଭିଡିଓ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘ଭୋକ ଲାଗିବାର ଅଧା ସେକେଣ୍ଡ ପରେ ଆପଣଙ୍କ ରିଆକ୍ସନ’। ଭିଡିଓଟିକୁ ସେ ୫ ଏପ୍ରିଲରେ ଶେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଭ୍ୟୁ ମିଳିସାରିଲାଣି।

Leave A Reply

Your email address will not be published.