ଏବେ ଘରୁ ମୂଷାକୁ ତଡ଼ିବ ଏହି ମୋବାଇଲ ଆପ୍, ଜାଣନ୍ତୁ କିପରି କରିବେ ବ୍ଯବହାର

ନୂଆଦିଲ୍ଲୀ : ବର୍ତ୍ତମାନର ଯୁଗକୁ ଟେକ୍ନୋଲୋଜି ଯୁଗ କହିବା କିଛି ଭୁଲ ହେବ ନାହିଁ। ସମୟ ଥିଲା ଯେବେ ଆମକୁ ସମସ୍ତ କାମ କରିବା ପାଇଁ ଅନେକ ଯୋଗାଡ଼ କରିବାକୁ ପଡ଼ୁଥିଲା, କିନ୍ତୁ ଏବେ ତାହା ଟେକ୍ନୋଲୋଜି ଦ୍ବାରା ସହଜରେ ସମ୍ଭବପର ହେଉଛି। ଏପରି କହିବା ଭୁଲ ହେବ ନାହିଁ କି ଗୋଟିଏ ବଟନରେ ସମସ୍ତ କାର୍ଯ୍ଯକୁ ସକ୍ଷମ କରୁଛି ଆଉଭାନ୍ସ ଟେକ୍ନୋଲୋଜି। ତେବେ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଏବେ ଘରୁ ମୂଷା ତଡ଼ିବା ପାଇଁ ଆସିଛି ଏକ ଆପ୍। ଆଜ୍ଞା ହଁ ଆପଣ ଯଦି ମୂଷାଙ୍କ ଉପଦ୍ରବ ଚାଲିଛି ତେବେ ଏହି ମୋବାଇଲ ଆପ ଆର୍ଶୀବାଦ ସ୍ବରୁପ।

rat

ଅନ୍ୟ କାହା ଚାର୍ଜର ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌, ଚୋରି ହୋଇପାରେ ବ୍ୟକ୍ତିଗତ ତଥ୍ୟ

ଏବେ ଆପଣଙ୍କୁ ପ୍ଳେ ଷ୍ଟୋରରେ ମିଳିବ Anti Rat Sonar ନାମକ ଏକ ଆପ ପ୍ରସ୍ତୁତ କରାଯାଇଛି। ଯାହା ସାହାଯ୍ଯରେ ଆପଣ ମୂଷାଙ୍କୁ ଘର ବାହାର ରାସ୍ତା ଦେଖାଇପାରବେ। ଏହି ଆପକୁ ପ୍ରସ୍ତୁତ କରିଥିବା ବ୍ଯକ୍ତିଙ୍କ ସୂଚନା ମୁତାବକ, ୧୦ବର୍ଷର ରିସର୍ଚ୍ଚ ପରେ ସେ ଏହି ଆପର ସଫଳ ନିର୍ମାଣ କରିପାରିଛନ୍ତି। ଏହି ଆପରୁ ବାହାରିଥିବା ସାଉଣ୍ଡ ୱିଙ୍ଗସକୁ ଶୁଣିବା ମାତ୍ରେ ମୂଷା ଘରୁ ବାହାରି ଯାଇଥାନ୍ତି।

ଘରେ ରହିଥିବା ମୂଷାକୁ ବାହାର କରିବା ପାଇଁ ସ୍ମାର୍ଟଫୋନରେ ଏହି ଆପକୁ ଇନଷ୍ଟଲ କରନ୍ତ। ଏହାପରେ ଯେଉଁଠାରେ ମୂଷାକୁ ବାହାର କରିବାକୁ ଥିବା ସେଠାରେ ଖାଲି ଆପକୁ କ୍ଲିକ୍ କରି ରଖନ୍ତୁ। ଏଥିରୁ ବାହାରିଥିବା ସାଉଣ୍ଡ ମୂଷାକୁ ଘରୁ ବା ଯେକୌଣସି ସ୍ଥାନରୁ ବାହାର କରିଥାଏ। ଏହାକୁ ବର୍ତ୍ତମାନ ପର୍ଯ୍ଯନ୍ତ ଏକ ଲକ୍ଷରୁ ଅଧିକ ଲୋକ ଡ଼ାଉନଲୋଡ଼ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.