ଜଣେ ଆର୍ଟିଷ୍ଟ ନିଜ ଘର ସାମ୍ନାରେ ଶୁଆଇ ଦେଲେ ନକଲି ଶବ, ପୁଣି ଢାଳିଦେଲେ ନକଲି ରକ୍ତ, ଭୟଙ୍କର କ୍ରାଇମ ଭାବି ପଡ଼ୋଶୀ ଦେଇଦେଲେ ପୋଲିସରେ ଖବର

ଆମେରିକାର ଟେକ୍ସାସରେ ରହୁଥିବା ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ନକଲି କ୍ରାଇମ ସିନ କ୍ରିଏଟ କରିଥିଲେ। ସେ ନକଲି ଶବ, ନକଲି ରକ୍ତ ସାଙ୍ଗକୁ ଏମିତି ମାହୋଲ ବନାଇ ଦେଇଥିଲେ ଯେ ଯାହାକୁ ଦେଖୁ ଦେଖୁ ଲୋକେ ଚିତ୍କାର କରି ଉଠିଥିଲେ।

ଆର୍ଟିଷ୍ଟ ଷ୍ଟିଭନ ନୋବାକ ଅଳିଆ ଆବର୍ଜନାରେ ଏମିତି ହିଁ ଏକ ଡମି ପ୍ରସ୍ତୁତ କରିଥିଲେ, ଯାହାକୁ ସେ ନକଲି ଶବର ରୂପ ଦେଇଥିଲେ। ପୁଣି ଏହା ଆଖପାଖରେ ଅନେକ ପରିମାଣରେ ନକଲି ରକ୍ତ ଢାଳି ଦେଇଥିଲେ।

dftg

ଦୁନିଆକୁ ହାଇପର ରିୟାଲିଟି ଦେଖାଇବା ଥିଲା ଉଦ୍ଦେଶ୍ୟ

ଷ୍ଟିଭନ ଏଥିପାଇଁ ଏମିତି କରିଥିଲେ, କାରଣ ସେ ଦୁନିଆକୁ ହାଇପର ରିୟାଲିଟି ଦେଖାଇବାକୁ ଚାହୁଁଥିଲେ। ତାଙ୍କର ଏହି ରୋମାଞ୍ଚକର ସିନକୁ ଦେଖି ଲୋକେ ବହୁତ ଡରିଯାଇଥିଲେ।

ସେମାନଙ୍କ କହିବା ଅନୁଯାୟୀ, ଏଥିପାଇଁ ସେମାନେ ଦୁଇଥର ପୋଲିସ ପାଖକୁ ବି ଯାଇସାରିଲେଣି। ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଥିଲା, କାରଣ ଯେ କୌଣସି ଅଭିଯୋଗ ପାଇଲେ ପୋଲିସ ସେଠି ପହଞ୍ଚି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.