Below header

ଚାଣକ୍ୟ ନୀତି : ଏହି ୯ ପ୍ରକାର ଲୋକଙ୍କ ସହ କରନ୍ତୁନି ଶତ୍ରୁତା, ମିଳିବ ପରାଜୟ

ଚାଣକ୍ୟଙ୍କ ନୀତି ହେଉଛି ଶାନ୍ତିରେ ଜୀବନ ବିତାଇବା ସହ ବିବାଦରୁ ଦୂରରେ ରହିବାର ଏକ ଅମୋଘ ଅସ୍ତ୍ର । ହେଲେ ବେଳେ ବେଳେ ଲୋକେ ଚାଣକ୍ୟଙ୍କ ନୀତିକୁ ନ ଆପଣାଇ ଅସୁବିଧାରେ ପଡିଥାନ୍ତି । ଆଜି ଆମେ ଚାଣକ୍ୟଙ୍କ ବର୍ଣ୍ଣିତ କିଛି ନୀତି ସମ୍ପର୍କରେ କହିବୁ ଯାହା ଆପଣଙ୍କୁ ଶିକ୍ଷା ଦେବ ଯେ କେଉଁ ୯ ପ୍ରକାର ଲୋକଙ୍କ ସହିତ ଶତ୍ରୁତା କରିବେ ନାହିଁ । କେହି ରାଜା ମହାରାଜା ମଧ୍ୟ ଏହି ଲୋକଙ୍କ ସହ ଶତ୍ରୁତା କରି ନିଜର ରାଜପାଟ ହରାଇଛନ୍ତି । ଚାଣକ୍ୟଙ୍କ ଏହି କଥା ଉପରେ ଆଜି ବିଚାର କରିବା ଅନିର୍ବାଯ୍ୟ ।

ଆସନ୍ତୁ ଜାଣିବା ଏହି ୯ ଲୋକଙ୍କ ସମ୍ପର୍କରେ ଯାହାଙ୍କ ସହ କେବେ ଶତ୍ରୁତା କରିବା କଥା ନୁହେଁ –

୧. ଶସ୍ତ୍ରୀ : ଯାହା ହାତରେ ଶସ୍ତ୍ର ରହିଥିବ ସେମାନଙ୍କ ସହ କେବେ ବି ଶତ୍ରୁତା କରିବେ ନାହିଁ । କାରଣ କ୍ରୋଧ ଅଧିକ ବଢ଼ିଲେ ଉକ୍ତ ବ୍ୟକ୍ତି ଶସ୍ତ୍ର ବ୍ୟବହାର କରିପାରେ । ଯାହାଦ୍ୱାରା ଆପଣଙ୍କ ଜୀବନ ଯାଇପାରେ ।

୨. ଅନ୍ତରଙ୍ଗ ବ୍ୟକ୍ତି : ଯେଉଁ ବ୍ୟକ୍ତି ଆପଣଙ୍କ ଅନ୍ତରଂଗ ହୋଇଥିବେ ତାଙ୍କ ସହ କେବେ ବି ଶତ୍ରୁତା କରିବା କଥା ନୁହେଁ । କାରଣ ସେ ଆପଣଙ୍କର ସମସ୍ତ ରହସ୍ୟ ଜାଣିଥିବେ ଓ ତାହା ଶତ୍ରୁଙ୍କ ଆଗରେ ପ୍ରକାଶ କରିବା ଦ୍ୱାରା ଆପଣଙ୍କ ପରାଜୟ ହେବା ନିଶ୍ଚିତ ହୋଇଥାଏ । ବିଭୀଷଣ ଯେପରି ରାବଣଙ୍କ ଜୀବନର କାରଣ ହୋଇପାରିଥିଲେ ।

୩. ପ୍ରଭୁ : ଯଦି ଆପଣଙ୍କ ମାଲିକ ବା ରାଜା ସହ ଶତ୍ରୁତା କରିବେ ତେବେ ଆପଣଙ୍କ ପରାଜୟ ସୁନିଶ୍ଚିତ । କାରଣ ତାଙ୍କ ପାଖରେ ଅପାର ଶକ୍ତି ରହିଥାଏ ।

୪. ମୂର୍ଖ : ମୂର୍ଖ ବ୍ୟକ୍ତିଙ୍କ ସହ ଶତ୍ରୁତା କରନ୍ତୁ ନାହିଁ । ଏମିତି ଲୋକଙ୍କ ସହ ବନ୍ଧୁତା କରିବା ମଧ୍ୟ ଶାସ୍ତ୍ରରେ ବାରଣ କରାଯାଇଛି । ମୂର୍ଖ ବ୍ୟକ୍ତି କିଛି ବି କରିପାରନ୍ତି ।

୫. ଧନୀ : ଧନୀ ବ୍ୟକ୍ତିଙ୍କ ସହ କେବେ ବି ଶତ୍ରୁତା କରିବା କଥା ନୁହେଁ,କାରଣ ସେ ଆଇନ ଓ ନ୍ୟାୟକୁ କିଣି ପାରିବେ । ଫଳରେ ଆପଣଙ୍କ ପରାଜୟ ସୁନିଶ୍ଚିତ ।

୬. ଡାକ୍ତର : ଡାକ୍ତରଙ୍କ ସହ କେବେ ବି ଝଗଡ଼ା କରିବା କଥା ନୁହେଁ କାରଣ ସେ କେବେ ବି ଆପଣଙ୍କୁ ସଂକଟରେ ପକାଇ ପାରିବେ ।

୭. ଯାଚକ : ଏଣେ ତେଣେ ଖବର ଦେବା ବାଲାଙ୍କ ସହ ଶତ୍ରୁତା କରିବା କଥା ନୁହେଁ କାରଣ ଏ ବ୍ୟକ୍ତି ଆପଣଙ୍କ ବହୁତ କ୍ଷତି କରିପାରିବେ ।

୮. କବି : କବି,ଲେଖକ ବା ପତ୍ରକାରଙ୍କ ସହ ଶତ୍ରୁତା କରିବା କଥା ନୁହେଁ କାରଣ ସେ ତାଙ୍କ ଲେଖା ବଳରେ ସେ ଆପଣଙ୍କୁ ବଦନାମ କରିବା ସହ ବହୁତ କ୍ଷତି କରିଦେଇ ପାରନ୍ତି ।

୯. ରୋଷେୟା : ଖାଦ୍ୟ ତିଆରି କରୁଥିବା ବ୍ୟକ୍ତିଙ୍କ ସହ ଶତ୍ରୁତା କରିବା କଥା ନୁହେଁ । କାରଣ ସେ ଖରାପ ଖାଦ୍ୟ ଦେଇ ଆପଣଙ୍କ ହାନୀ ପହଞ୍ଚାଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.