ଏହି ୫ କଥା ଯାହା ଜଣେ ପତ୍ନୀ ସର୍ବଦା ପତିଙ୍କ ଠାରୁ ଲୁଚାଇ ରଖିଥାନ୍ତି, ସାରା ଜୀବନ ପତିଙ୍କୁ ଦେଇ ନଥାନ୍ତି ଜାଣିବାକୁ

ଚାଣକ୍ୟ ତାଙ୍କ ନୀତିରେ ମଣିଷ ଜୀବନର ଟିକି ନିଖି କଥା ବିଷୟରେ ନୀତି ଶିକ୍ଷା ଦେଇଛନ୍ତି । ପତି-ପତ୍ନୀଙ୍କ ସମ୍ପର୍କ ବିଶ୍ୱାସ ଉପରେ ବଞ୍ଚି ରହିଥାଏ ବୋଲି ଚାଣକ୍ୟ କହିଛନ୍ତି । ତେବେ ଚାଣକ୍ୟ ଆହୁରି ତାଙ୍କ ନୀତିରେ କହିଛନ୍ତି ଯେ ପତ୍ନୀ ନିଜ ଜୀବନ କାଳରେ ୫ ଟି କଥା କେବେ କାହାକୁ ଜାଣିବାକୁ ଦେଇ ନଥାନ୍ତି । ଏମିତି କି ନିଜର ଅତି ପ୍ରିୟ ପତିଙ୍କୁ ମଧ୍ୟ ଏହା ଜାଣିବାକୁ ଦେଇ ନଥାନ୍ତି । ଆସନ୍ତୁ ଜାଣିବା କ’ଣ ସେହି ୫ ଟି କଥା ଯାହା ପତ୍ନୀ ସାରା ଜୀବନ ପତିଙ୍କ ଠାରୁ ଲୁଚାଇ ରଖିଥାଏ ।

୧. ଇଚ୍ଛା ନଥାଇ ମଧ୍ୟ ହଁ ଭରିବା :

ଅଧିକାଂଶ କ୍ଷେତ୍ରରେ ଦେଖାଯାଇଛି ଯେ ଜୀବନର ନିଷ୍ପତ୍ତି କ୍ଷେତ୍ରରେ ପତ୍ନୀ ସର୍ବଦା ପତିଙ୍କ ହଁ ରେ ହଁ ମିଳାଇଥାନ୍ତି । କାରଣ ଜଣେ ପତ୍ନୀ ତାଙ୍କ ପାଇଁ  ପରିବାରରେ କଳହ ସୃଷ୍ଟି ନହେଉ ଓ ସର୍ମ୍ପ ଖରାପ ନହେଉ ବୋଲି ଚାହିଁଥାନ୍ତି ।

୨. ହୃଦୟରେ ବସି ରହିଥିବା ପୁରୁଣା ପ୍ରେମ :

କୌଣସି ପତ୍ନୀ କେବେ ବି ନିଜର ଗୋପନ ସମ୍ପର୍କ ବା ହୃଦୟରେ ଅନ୍ୟ ପାଇଁ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କରେ କହି ନଥାନ୍ତି । ଏ କଥା ପତ୍ନୀର ସାଙ୍ଗକୁ ଜଣାଥାଏ ହେଲେ ପତିକୁ ଜଣାନଥାଏ ।

୩. ସନ୍ତୁଷ୍ଟ ନ ଥିଲେ ମଧ୍ୟ ସନ୍ତୁଷ୍ଟ ଥିବା କହିବା

ଜଣେ ଆଦର୍ଶ ପତ୍ନୀ ସର୍ବଦା ସନ୍ତୁଷ୍ଟ ଦେଖାଯାଇଥାନ୍ତି । ସେ ଏଥିରେ ସନ୍ତୁଷ୍ଟ ଥାଆନ୍ତୁ ବା ନଥାନ୍ତୁ । ପତ୍ନୀ ସନ୍ତୁଷ୍ଟ ରହିବାର ଭ୍ରମ ଏଥିପାଇଁ କରିଥାନ୍ତି,ଫଳରେ ପତି ଓ ପରିବାର ଯେପରି ଏଥିରେ ଖୁସୀ ରୁହନ୍ତୁ । ମନରେ ଦ୍ୱନ୍ଦ୍ୱ ଚାଲୁଥିଲେ ମଧ୍ୟ ସନ୍ତୁଷ୍ଟ ଥିବାର ଭ୍ରମ ଦେଖାଇଥାନ୍ତି ।

୪. ଟଙ୍କା ଲୁଚାଇବା :

ପତ୍ନୀ ଗୃହ ଲକ୍ଷ୍ମୀ ଅଟନ୍ତି । ପରିବାରର ସବୁ ଭଲ ମନ୍ଦକୁ ସେ ଦେଖିଥାନ୍ତି । ତେଣୁ ପତିଙ୍କ ଅର୍ଥରୁ କିଛି ସେ ରଖିଥାନ୍ତି,ଯାହାକୁ ସେ ପତିଙ୍କୁ ଜାଣିବାକୁ ଦେଇ ନଥାନ୍ତି । ଏହା ପରିବାରର ଅସୁବିଧା ସମୟରେ କାମରେ ଲାଗିଥାଏ ।

୫. ରୋଗ ସମ୍ପର୍କରେ କହିନଥାନ୍ତି :

ପତ୍ନୀ କେବେ ବି ପତିଙ୍କୁ ନିଜ ରୋଗ ସର୍ମ୍ପର୍କରେ କହିନଥାନ୍ତି । ତାଙ୍କ ରୋଗ ସମ୍ପର୍କରେ ସର୍ବଦା ଲୁଚାଇ ଥାଆନ୍ତି । କାରଣ ସେ ଏଥିପାଇଁ ପରିବାରର ଅନ୍ୟ ସଦସ୍ୟ କିମ୍ବା ପତିଙ୍କୁ ଦୁଃଖ ଦେବାକୁ ଚାହିଁ ନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.