ଟ୍ରାଫିକ ପୋଲିସର ଚାଲାଣରୁ ଏପରି ନିଜକୁ ବଞ୍ଚାଇ ପାରିବେ ଆପଣ..
ସାରା ଦେଶରେ ଟ୍ରାଫିକ ରୁଲ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାୟତଃ ସାରା ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇସାରିଛି ଏବଂ ଏହି ଆକ୍ଟ ଲାଗୁହେବା ପରେ ଟ୍ରାଫିକ ରୁଲ ଭାଙ୍ଗିଲେ ଅଧିକ ମାତ୍ରାରେ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ନିକଟରେ ଦିଲ୍ଲୀର ଜଣେ ବ୍ୟକ୍ତି ତାଙ୍କର ୧୫ ହଜାର ଟଙ୍କାର ଏକ ସ୍କୁଟି ପାଇଁ ୨୩ ହଜାର ଟଙ୍କାର ଜୋରିମାନା ଭରିଛନ୍ତି ଏବଂ ଗତକାଲି ରାଜଧାନୀରେ ଏକ ଅଟୋଚାଳକଙ୍କ ଉପରେ ୪୮ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଥିଲା । ଏହି ନୂଆ ନିୟମ ଲାଗୁ ହେବା ପରେ ଏବେ ଟ୍ରାଫିକ ନିୟମ ଭାଙ୍ଗିବା ନିଜ ଉପରକୁ ବିପଦ ଡାକି ଆଣିବା ସହ ସମାନ । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି ।
ଏହି ନୂଆ ନିୟମ ଲାଗୁ ହେବା ପରେ ମଧ୍ୟ ଯଦି ଆପଣ ଟିକିଏ ସତର୍କ ରହିବେ ତାହେଲେ ଏହି ବଡ଼ ଧରଣର ଜୋରିମାନା ଭରିବାରୁ ଆପଣ ନିଜକୁ ବଂଚାଇ ପାରିବେ । ଯଦି ଆପଣ ଟିକିଏ ବୁଦ୍ଧି ଖଟାଇ ଧର୍ଯ୍ୟର ସହିତ କାମ ନିଅନ୍ତି ତାହେଲେ ଏହି ଜୋରିମାନା ଭରିବାରୁ ଆପଣ ନିଜକୁ ରକ୍ଷା କରିପାରିବେ । ପ୍ରଥମ କଥା ଏହା ଯେ ଆପଣଙ୍କୁ ଟ୍ରାଫିକ ନିୟମ ବିଷୟରେ ଜାଣିବାକୁ ପଡିବ ଏବଂ ତାସାହିତ ଆପଣଙ୍କୁ ନିଜର ଅଧିକାର ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ । ଯଦି ଟ୍ରାଫିକ ପୋଲିସ ଆପଣଙ୍କୁ ଧରୁଛି ତାହେଲେ କଣ କରିବା ଦରକାର ? ତାଙ୍କୁ କେଉଁଭଳି ଭାବେ ବ୍ୟବହାର କରିବା ଦରକାର ଏବଂ କେଉଁ କାଗଜପତ୍ର ତାଙ୍କୁ ଦେଖାଇବା ଦରକାର ସେ ବିଷୟରେ ମଧ୍ୟ ଆପଣଙ୍କୁ ଜାଣିବା ଆବଶ୍ୟକ।
ଟ୍ରାଫିକ ପୋଲିସର ଚାଲାଣରୁ ବଂଚିବା ପାଇଁ ଆପଣଙ୍କୁ କଣ କରିବାକୁ ପଡିବ ?
ପ୍ରଥମ କଥା ଏହା ଯେ ଗାଡି ଚଳାଇବା ସମୟରେ ଆପଣଙ୍କୁ ସମସ୍ତ ଟ୍ରାଫିକ ନିୟମ ପାଳନ କରିବା ଆବଶ୍ୟକ । କାରଣ ଯଦି ଆପଣ ଟ୍ରାଫିକ ନିୟମ ଭାଙ୍ଗନ୍ତି ତାହେଲେ ନିଶ୍ଚୟ ବିପଦରେ ପଡିବେ । ସେଥିପାଇଁ ଆପଣଙ୍କୁ ସବୁବେଳେ ନିଜ ଗାଡିର କାଗଜପତ୍ର ନିଜ ସାଥିରେ ରଖିବାକୁ ପଡିବ । ଏହି କାଗଜପତ୍ର ମଧ୍ୟରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ(ଆରସି), ଗାଡିର ଇନ୍ସ୍ୟୁରାନ୍ସ ପଲିସି ଏବଂ ଗାଡିର ପଲ୍ୟୁସନ ସାର୍ଟିଫିକେଟ ପାଖରେ ରଖିବାକୁ ପଡିବ । ଏହି କାଗଜପତ୍ର ବିନା ଗାଡି ଚଳାନ୍ତୁ ନାହିଁ ।
କଣ କରିବା ଦ୍ୱାରା ଆପଣ ଟ୍ରାଫିକ ପୋଲିସ ଜାଲରେ ଫସି ଯିବାର ସମ୍ଭାବନା ରହିଛି
ଏହାସହ ପଢନ୍ତୁ ସାଙ୍ଗମାନଙ୍କ ଥଟ୍ଟା ପାଇଁ ଅଧାରୁ ପାଠ ଛାଡିଥିଲେ ଏହି କିନ୍ନର କିନ୍ତୁ ଏବେ ବନିଗଲେ ନିଉଜ ଆଙ୍କର
ଟ୍ରାଫିକ ନିୟମକୁ ଫଲୋ କରିବା ବହୁତ ଜରୁରୀ ଅଟେ । ଏହି କଥାକୁ ଆପଣଙ୍କର ଜାଣିବା ଆବଶ୍ୟକ । ଆପଣ ରେଡ ଲାଇଟ ଜମ୍ପ କରିପାରିବେ ନାହିଁ । ପ୍ରତିବନ୍ଧିତ ଲେନରେ ଗାଡି ଚଳାନ୍ତୁ ନାହିଁ । ପ୍ରତିବନ୍ଧିତ ସ୍ଥାନରେ ଗାଡି ପାର୍କ କରନ୍ତୁ ନାହିଁ । ବାଇକ ଚଳାଇବା ସମୟରେ ହେଲମେଟ ଓ କାର ଚଳାଇବା ସମୟରେ ସିଟବେଲ୍ଟ ପିନ୍ଧିବା ନିହାତି ଜରୁରୀ ଅଟେ । ନିୟମ ଅନୁସାରେ ନମ୍ବର ପ୍ଲେଟ ଲଗାଇବା ନିହାତି ଆବଶ୍ୟକ । ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଆପଣ ଗାଡି ଚଳାଇ ପାରିବେ ନାହିଁ । ଗାଡିର ରେଜିଷ୍ଟ୍ରେସନ ନମ୍ବର ଏବଂ ପଲ୍ୟୁସନ ସାର୍ଟିଫିକେଟ ରହିବା ମଧ୍ୟ ନିହାତି ଆବଶ୍ୟକ । ଏହାସହିତ ମଦ୍ୟପାନ କରି ଗାଡି ଚଳାଇବା ଏବଂ ଗାଡି ଚଳାଇବା ସମୟରେ ଫୋନର ବ୍ୟବହାର କରିବା ଦ୍ୱାରା ମଧ୍ୟ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏପରି କଲେ ଚାଲାଣ ସହିତ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ମଧ୍ୟ ଜବତ କରାଯାଇପାରେ ।
ଟ୍ରାଫିକ ରୁଲ ସମ୍ବନ୍ଧିତ କିଛି ଜରୁରୀ କଥା ଯାହା ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ
-
- ଟ୍ରାଫିକ ରୁଲ ଭାଙ୍ଗିବା ଦ୍ୱାରା ଟ୍ରାଫିକ ପୋଲିସ ଆପଣଙ୍କ ପାଇଁ ଚାଲାଣ କାଟିପାରେ କିନ୍ତୁ ତାଙ୍କୁ ମଧ୍ୟ କିଛି ନିୟମ ପାଳନ କରିବାକୁ ପଡିଥାଏ । ଟ୍ରାଫିକ ପୋଲିସ ମାନଙ୍କୁ ୟୁନିଫର୍ମରେ ରହିବ ନିହାତି ଆବଶ୍ୟକ । ଏହାସହିତ ତାଙ୍କ ୟୂନିଫର୍ମରେ ବକଲ ନମ୍ବର ସହିତ ତାଙ୍କ ନାମ ମଧ୍ୟ ଲେଖା ହୋଇଥିବା ଜରୁରୀ ଅଟେ । ଯଦି ଟ୍ରାଫିକ ପୋଲିସ ୟୂନିଫର୍ମରେ ନାହାନ୍ତି ତାହେଲେ ଆପଣ ତାଙ୍କୁ ନିଜର ପରିଚୟ ପତ୍ର ମାଗିପାରନ୍ତି । ଯଦି ଟ୍ରାଫିକ ପୋଲିସ ନିଜର ପରିଚୟ ପତ୍ର ନଦେଖାନ୍ତି ତାହେଲେ ଆପଣ ମଧ୍ୟ ନିଜ ଗାଡିର କାଗଜପତ୍ର ଦେଖେଇବାକୁ ମନା କରିପାରନ୍ତି ।
-
- ଟ୍ରାଫିକ ପୋଲିସ ଆପଣଙ୍କ ଗାଡିର ଚାବି ନେଇ ପାରିବେ ନାହିଁ । ଯଦି ଆପଣଙ୍କ ଗାଡି ରାସ୍ତା କଡରେ ରଖା ହୋଇଛି ତାହେଲେ କ୍ରେନ ତାକୁ ସେପର୍ଯ୍ୟନ୍ତ ଉଠାଇ ପାରିବ ନାହିଁ ଯେପର୍ଯ୍ୟନ୍ତ ଆପଣ ସେହି ଗାଡି ଭିତରେ ଅଛନ୍ତି । ଯଦି ଆପଣଙ୍କ ଗାଡି ଭୁଲ ଭାବରେ ଏବଂ ଭୁଲ ସ୍ଥାନରେ ପାର୍କ ହୋଇଛି ତାହେଲେ ଆପଣଙ୍କ ଗାଡି ଉଠାଯାଇ ପାରେ ।
-
- ଯଦି ଟ୍ରାଫିକ ନିୟମ ଭାଙ୍ଗିବା ପରେ ଟ୍ରାଫିକ ପୋଲିସ ଆପଣଙ୍କୁ ଗିରଫ କରୁଛି ତାହେଲେ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ପାଖରେ ପହଞ୍ଚାଇବାକୁ ପଡିବ । ଯଦି ଆପଣଙ୍କୁ ଟ୍ରାଫିକ ପୋଲିସ କିଛି ହଇରାଣ କରେ ତାହେଲେ ଆପଣ ସମ୍ପୃକ୍ତ ପୋଲିସ ବିରୁଦ୍ଧରେ ଥାନାରେ ଅଭିଯୋଗ କରିପାରନ୍ତି ।
- ଟ୍ରାଫିକ ପୋଲିସ ଆପଣଙ୍କ ସହ କିଛି ଖରାପ ବ୍ୟବହାର କରିପାରିବେ ନାହିଁ । ଯଦି ଆପଣ ଟ୍ରାଫିକ ପୋଲିସର ବ୍ୟବହାରରେ ସନ୍ତୁଷ୍ଟ ନୁଁହନ୍ତି ତାହେଲେ ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ ।