ବିଶ୍ୱାସ ନ ହେଲେ ବି ସତ: ଅନ୍ଧାର ରାତିରେ ଦେବୀ ମା’ଙ୍କ ମନ୍ଦିରରୁ ଶୁଭେ ହସିବା ଶବ୍ଦ, କଥା ହୁଅନ୍ତି ମୂର୍ତ୍ତି, କେହି ବି ଜାଣିପାରିନାହାନ୍ତି ରହସ୍ୟ
ଭାରତରେ ଦେବୀ ମା’ଙ୍କର ଏପରି ଅନେକ ମନ୍ଦିର ଅଛି, ଯାହା ରହସ୍ୟମୟ ଆଉ ଚମତ୍କାର ବି। ଏଭଳି ଏକ ଅଦ୍ଭୁତ ମନ୍ଦିର ବିହାରରେ ରହିଛି, ଯାହାର ନାଁ ‘ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିର’। କୁହାଯାଏ କି, ଏଠାରେ ଅନ୍ଧାର ରାତିରେ ହସିବା ଶବ୍ଦ ଶୁଣିବାକୁ ମିଳିଥାଏ। କିନ୍ତୁ ଏହା ସହ ଜଡ଼ିତ ରହସ୍ୟକୁ ଆଜି ପଯ୍ୟର୍ନ୍ତ କେହି ଜାଣିପାରିନାହାନ୍ତି।
ବିହାରର ବକ୍ସରରେ ଥିବା ଏହି ମନ୍ଦିରରେ ଅନେକ ଦେବଦେବୀଙ୍କ ମୂର୍ତ୍ତି ପୂଜା ପାଉଛି, ଯେଉଁଥିରେ ବଗଳାମୁଖୀ ମାତା, ତାରା ମାତା, ଦତ୍ତାତ୍ରେୟ ଭୈରବ, ବଟୁକ ଭୈରବ, ଅନ୍ନପୂର୍ଣ୍ଣା ଭୈରବ, କାଲ ଭୈରବ, ମାତଙ୍ଗ ଭୈରବ ଆଦିଙ୍କ ପ୍ରତିମା ରହିଛି। ସ୍ଥାନୀୟ ଲୋକ ଓ ପୂଜାରୀଙ୍କ କହିବା ଅନୁସାରେ, ଏହି ମନ୍ଦିରରେ ସ୍ଥାପିତ ହୋଇଥିବା ମୂର୍ତ୍ତି ରାତିରେ ନିଜ ନିଜ ମଧ୍ୟରେ କଥା ହୋଇଥାଆନ୍ତି ଏବଂ ହସିଥାଆନ୍ତି। ସେହି ସମୟରେ ଯିଏ ମନ୍ଦିର ଦେଇ ଯାଏ, ତାକୁ ହସିବା ଶବ୍ଦ ଶୁଣାଯାଇଥାଏ।
ଏହି ରହସ୍ୟକୁ ପତ୍ତା ଲଗାଇବା ପାଇଁ ଅନେକ ଲୋକ ଚେଷ୍ଟା କରିଛନ୍ତି। ଏପରି କି, କିଛି ଟିମ୍ ମଧ୍ୟ ଏଠାକୁ ଯାଞ୍ଚ କରିବାକୁ ଆସିଛନ୍ତି। କିନ୍ତୁ କୌଣସି ବି ସୁରାକ୍ ସେମାନଙ୍କୁ ମିଳିପାରିନାହିଁ। କୁହାଯାଏ କି, ମନ୍ଦିରରୁ କିଛି କଥା କହିବାର ଧ୍ୱନି ଶୁଣିବାକୁ ମିଳିଥାଏ। କିନ୍ତୁ ଏହି ଶବ୍ଦ ବେଶି ସ୍ପଷ୍ଟ ହୋଇ ନ ଥାଏ। ତାହା ଜାଣିବା ପାଇଁ ଏକ ରିସର୍ଚ୍ଚ ଟିମ୍ ସେଠାକୁ ଯାଇଥିଲା। ହେଲେ ସଫଳ ହୋଇପାରି ନ ଥିଲା। ତେବେ ସେମାନେ ମନ୍ଦିର ଭିତରେ କିଛି ବିଚିତ୍ର ଘଟଣା ଘଟୁଥିବା କଥାକୁ ସ୍ୱୀକାର କରିଛନ୍ତି।
ଏହାସହ ପଢ଼ନ୍ତୁ: ଏହି ଦୁର୍ଲଭ ଗଛରେ ଏକସଙ୍ଗେ ଫୁଟିଲା ମାଈ-ଅଣ୍ଡିରା ଫୁଲ, ୬ କୋଟି ବର୍ଷରେ ପ୍ରଥମ ଘଟଣା
ମନ୍ଦିର ପୂଜାରୀଙ୍କ ଅନୁସାରେ, ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିର ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ଅଟେ। ଏଠାରେ ତପସ୍ୟା କରୁଥିବା ସାଧକଙ୍କୁ ଶୀଘ୍ର ସିଦ୍ଧିପ୍ରାପ୍ତ ହୋଇଥାଏ। ଏଥିଲାଗି ବହୁ ସାଧକ ଏଠାକୁ ଧ୍ୟାନ ପାଇଁ ଆସିଥାଆନ୍ତି। କୁହାଯାଏ କି, ଏହି ମନ୍ଦିର ୪୦୦ ବର୍ଷର ପୁରୁଣା, ଯାହାକୁ ଜଣେ ପ୍ରସିଦ୍ଧ ତାନ୍ତ୍ରିକ ନିର୍ମାଣ କରିଥିଲେ।