ସାଢ଼େ ତିନି ବର୍ଷ ପରେ ଏପରି ଦେଖାଯିବ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର, ଦେଖନ୍ତୁ ପ୍ରସ୍ତାବିତ ମଡେଲର ଫଟୋ

ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଯାହାକୁ ସାରା ଦେଶ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲା। ବୁଧବାର ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରାଯିବ।

mandirତେବେ ଏହି ସବୁ ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ଅଯୋଧ୍ୟାରେ ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରସ୍ତାବିତ ମଡେଲର ଅନେକ ଫଟୋ ଜାରି କରାଯାଇଛି। ତୀର୍ଥକ୍ଷେତ୍ର ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ଵିଟରରେ ଶ୍ରୀରାମଜନ୍ମଭୂମି ମନ୍ଦିର ଭାରତୀୟ ବାସ୍ତୁକଳା ଏବଂ ଦେବତ୍ୱ ଏବଂ ଭବ୍ୟତା ଅଭିବ୍ୟକ୍ତିର ଏକ ସ୍ୱତନ୍ତ୍ର ଉଦାହରଣ ହେବ।

mandirଟ୍ରଷ୍ଟ ଦ୍ୱାରା ଜାରି କରାଯାଇଥିବା ଫଟୋ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପ୍ରସ୍ତାବିତ ମଡେଲ ସହିତ ମେଳ ଖାଉଛି। ଯଦିଓ ଏଥିରେ କିଛି ପରିବର୍ତ୍ତନ କରାଯାଇଛି।

mandirଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୮ ଜୁଲାଇରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ରାମ ମନ୍ଦିର ପ୍ରସ୍ତାବିତ ମଡେଲରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମରେ ମନ୍ଦିରର ଉଚ୍ଚତା ୧୨୮ ଫୁଟ ନିର୍ଦ୍ଧାରିତ କରାଯାଇଥିଲା ଯାହାକୁ ପରେ ବୃଦ୍ଧି କରାଯାଇ ୧୬୧ ଫୁଟ କରିଦିଆଗଲା। ରାମ ମନ୍ଦିର ପ୍ରାୟ ସାଢ଼େ ତିନି ବର୍ଷରେ ନିର୍ମାଣ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.