Below header

‘ବାବା କା ଢାବା’ର ମାଲିକ ଖୋଲିଲେ ନୂଆ ରୋସ୍ତୋରାଁ, ଭିତରର ଡିଜାଇନ୍‌ କୌଣସି ଷ୍ଟାର ହୋଟେଲଠୁ କମ୍‌ ନୁହେଁ; ଥରେ ପକାନ୍ତୁ ନଜର

ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଥିବା ‘ବାବା କା ଢାବା’ ଏବେ ଏକ ସୁନ୍ଦର ରୋସ୍ତୋରାଁରେ ପରିବର୍ତ୍ତିତ ହୋଇଛି। କିଛି ମାସ ତଳେ ଗ୍ରାହକ ମିଳୁନଥିବାରୁ କାନ୍ଦୁଥିବା ବାବା ରାତାରାତି ମାଲାମାଲ୍‌ ହୋଇଯାଇଛନ୍ତି। ବାବାଙ୍କ ଏକ ଇମୋସନାଲ ପୋଷ୍ଟ ଦେଖି ଲୋକମାନେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। କେବଳ ଦେଶ ଭିତରୁ ନୁହେଁ ବିଦେଶରୁ ମଧ୍ୟ ତାଙ୍କୁ ସହାୟତାର ସୁଅ ଛୁଟିଥିଲା। ବାବାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଦୋକାନରେ ଗ୍ରାହକଙ୍କ ଲମ୍ବାଲାଇନ୍‌ ଲାଗିଥିଲା। ଏବେ ବାବା କାନ୍ତାପ୍ରସାଦ ପୁରୁଣା ଢାବା ପାଖରେ ଏକ ନୂଆ ରେସ୍ତୋରାଁ ଖୋଲିଛନ୍ତି।

baba

ନୂଆ ରେସ୍ତୋରାଁରେ ଅନେକ ଅତ୍ୟାଧୁନିକ ସୁବିଧା ସହ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି। ନିକଟରେ କାନ୍ତା ପ୍ରସାଦ ଜୀବନ ପ୍ରତି ବିପଦ ଥିବା କହି ଥାନାରେ ଅଭିଯୋଗ କରିଥିଲେ। ଏଣୁ ନିଜ ସୁରକ୍ଷା ପାଇଁ ସେ ରେସ୍ତୋରାଁରେ ସିସିଟିଭି ଲଗାଇଥିବା କହିଛନ୍ତି।

baba3

ଏହି ନୂଆ ରେସ୍ତୋରାଁର ଇଣ୍ଟେରିୟର ଡିଜାଇନ୍‌ ଆଖି ଝଲସାଇଦେବା ଭଳି ରହିଛି। ରେସ୍ତୋରାଁର କାନ୍ଥକୁ ମୟୂରପୁଚ୍ଛ ଡିଜାଇନ୍‌ କରାଯିବା ସହ ଏଥିରେ ଏକ ଛୋଟ ମନ୍ଦିର ବି ରହିଛି। ପୂର୍ବ ରେସ୍ତୋରାଁରେ ଲୋକମାନେ ବାହାରେ ଠିଆ ହୋଇ ଖାଉଥିବା ବେଳେ ଏହି ନୂଆ ରେସ୍ତୋରାଁରେ ଗ୍ରାହକଙ୍କ ବସିବା ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି। ଏଥିସହ ଖାଇବା ତିଆରି କରିବା ପାଇଁ ଅଲଗା କିଚେନ୍‌ ମଧ୍ୟ ରହିଛି।

baba4

ବାବାଙ୍କର ଏହି ନୂଆ ରେସ୍ତୋରାଁରେ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ରହିଛି। କାଉଣ୍ଟରରେ ନିଜେ କାନ୍ତାପ୍ରସାଦ ବସି ସମସ୍ତ ହିସାବ ରଖୁଛନ୍ତି। କାନ୍ତା ପ୍ରସାଦ କହିଛନ୍ତି, ଏହି ନୂଆ ରେସ୍ତୋରାଁରେ ସେ କିଛି କର୍ମଚାରୀ ରଖିଛନ୍ତି। ମାତ୍ର ସେ ନିଜେ ବି ରୋଷେଇ କରିବେ। ତେବେ ରେସ୍ତୋରାଁ ବଦଳିଥିଲେ ମଧ୍ୟ ମେନ୍ୟୁ ଓ ଦାମ୍‌ ପୂର୍ବ ଭଳି ଥିବା କାନ୍ତାପ୍ରସାଦ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.